ବ୍ରାଜିଲିଆନ୍ ଗ୍ରୋଁପ୍ରି ଜିତିଲେ ଭେର୍ଷ୍ଟାପେନ୍

ଏକ ରମାଞ୍ଚକର ମ୍ୟାଚରେ ବିଜୟର ଟିକା ପିନ୍ଧି ବ୍ରାଜିଲିଆନ୍ ଗ୍ରୋଁପ୍ରିରେ ବିଜୟଲାଭ କରିଛନ୍ତି ଭେର୍ଷ୍ଟାପେନ୍ ।  ଦୁଇ ଫେରାରୀ ଡ୍ରାଇଭର୍ ସେବାଷ୍ଟିଆନ୍ ଭେଟେଲ୍ ଓ ଚାର୍ଲ୍ସ ଲେକରେକ୍ ଯୁଗ୍ମ ଭାବରେ ଚତୁର୍ଥ ସ୍ଥାନରେ ରହିଥିଲେ । ମର୍ସିଡିଜର ୬ ଥରର ବିଶ୍ୱ ଚାମ୍ପିଅନ୍ ଲୁଇସ୍ ହାମିଲଟନଙ୍କୁ ମିଳିଥିଲା ୫ ସେକେଣ୍ଡର ପେନାଲ୍ଟି

ବ୍ରାଜିଲିଆନ୍ ଗ୍ରୋଁପ୍ରି ଜିତିଲେ ଭେର୍ଷ୍ଟାପେନ୍
social media

ସୁନନ୍ଦନ ମିଶ୍ର, ଭୁବନେଶ୍ୱର:  ଏକ ରମାଞ୍ଚକର ମ୍ୟାଚରେ ବିଜୟର ଟିକା ପିନ୍ଧିଛନ୍ତି ରେଡ୍ ବୁଲ୍ ଡ୍ରାଇଭର୍ ମାକ୍ସ ଭେର୍ଷ୍ଟାପେନ୍ । ଯାହା ଫଳରେ ସଦ୍ୟ ସମାପ୍ତ ବ୍ରାଜିଲିଆନ୍ ଗ୍ରୋଁପ୍ରିରେ ବିଜୟଲାଭ କରିଛନ୍ତି ଭେର୍ଷ୍ଟାପେନ୍ । ରବିବାର ଫାଇନାଲ୍ ରେସରେ ଏକ ରୋମାଞ୍ଚକର ରେସ୍ ଦେଖିବାକୁ ମିଳିଥିଲା । ଦୁଇ ଫେରାରୀ ଡ୍ରାଇଭର୍ ସେବାଷ୍ଟିଆନ୍ ଭେଟେଲ୍ ଓ ଚାର୍ଲ୍ସ ଲେକରେକ୍ ଯୁଗ୍ମ ଭାବରେ ଚତୁର୍ଥ ସ୍ଥାନରେ ରହି ରେସ୍ ଶେଷ କରିଥିଲେ । ଅନ୍ୟପକ୍ଷରେ ରେସରେ ୬ ଥରର ବିଶ୍ୱ ଚାମ୍ପିଅନ୍ ଲୁଇସ୍ ହାମିଲଟନଙ୍କ ଉପରେ ଏକ ୫ ସେକେଣ୍ଡ ପେନାଲ୍ଟି । ଏବଂ ତୃତୀୟ ସ୍ଥାନରୁ ସପ୍ତମ ସ୍ଥାନକୁ ତାଙ୍କର ଡିମୋସନ୍ କରାଯାଇଥିଲା ।
ରବିବାର ରେସ୍ ଏକ ଚମତ୍କାର ତଥା ରୋମାଞ୍ଚକର ମ୍ୟାଚ୍ ଥିଲା । ଖାସ୍ କରି ଏହି ରେସ୍ ପୂର୍ବରୁ ସମସ୍ତଙ୍କ ନଜର ୬ଥରର ବିଶ୍ୱ ଚାମ୍ପିଅନ୍ ଲୁଇସ୍ ହାମିଲଟନଙ୍କ ଉପରେ ରହିଥିଲା । ହାମିଲଟନ୍ ଏହି ରେସ୍ ପୂର୍ବରୁ ଗତ ସପ୍ତାହରେ ହିଁ ନିଜର ଷଷ୍ଠ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ହାସଲ କରିଥିଲେ । କିନ୍ତୁ ଏହି ମ୍ୟାଚରେ ହାମିଲଟନ୍ ସଫଳ ହୋଇପାରି ନଥିଲେ। ହାମିଲଟନ୍ ତୃତୀୟ ସ୍ଥାନରେ ଫାଇନାଲ୍ ଲୁପ୍ ଶେଷ କରିଥିଲେ ମଧ୍ୟ ତାଙ୍କୁ ୫ ସେକେଣ୍ଡର ପେନାଲ୍ଟି ମିଳିଥିଲା । ଯାହା ପାଇଁ ସେ ସପ୍ତମ ସ୍ଥାନରେ ରେସ୍ ଶେଷ କରିଥିଲେ । ତେବେ ପେନାଲ୍ଟି ପାଇଁ ନିଜ ଭୁଲ୍ ସ୍ୱୀକାର କରିଛନ୍ତି ହାମିଲଟନ୍।

ସେପଟେ ରେଡ୍ ବୁଲ୍ ପାଇଁ ଚଳିତବର୍ଷ ବ୍ରାଜିଲିଆନ୍ ଗ୍ରୋଁପ୍ରି ସଫଳତାର ଗାଥା ଲେଖିଛି । କିଛି ରେସର ଅପେକ୍ଷା ପରେ ଡ୍ରାଇଭର୍ ମାକ୍ସ ଭେର୍ଷ୍ଟାପେନ୍ ଏକ ଟାଇଟଲ୍ ହାସଲ କରିଥିଲେ । ପୂର୍ବରୁ ଚଳିତବର୍ଷ ଅଷ୍ଟ୍ରିଆନ୍ ଗ୍ରୋଁପ୍ରି, ଜର୍ମାନ୍ ଗ୍ରୋଁପ୍ରି ଟାଇଟଲ୍ ଭେର୍ଷ୍ଟାପେନଙ୍କ ନାମରେ ରହିସାରିଛି । ଏବର୍ଷ ଏହା ତାଙ୍କର ତୃତୀୟ ଟାଇଟଲ୍ । କ୍ୟାରିଅରରେ ଏବେ ୩୦ ପୋଡିୟମ୍ ଓ ୯୩୦ ପଏଣ୍ଟ ନେଦରଲାଣ୍ଡର ଏହି ଖେଳାଳିଙ୍କ ନାମରେ ରହିଛି । ସେହିପରି ପ୍ଲେୟାର୍ସ ଷ୍ଟାଣ୍ଡିଂ କଥା ଆଲୋଚନା କଲେ ଚଳିତବର୍ଷ ୧୦ଟି ବିଜୟ ଫଳରେ ମୋଟ ୩୮୭ ପଏଣ୍ଟ ସହ ମର୍ସିଡିଜ୍ ଡ୍ରାଇଭର୍ ଲୁଇସ୍ ହାମିଲଟନ୍ ଟେବୁଲର ଶୀର୍ଷରେ ରହିଛନ୍ତି । ସେହପରି ତାଙ୍କ ଟିମମେଟ୍ ତଥା ଅନ୍ୟତମ ମର୍ସିଡିଜ୍ ଡ୍ରାଇଭର୍ ଭେଲଟାରୀ ବୋତାସ୍ ୪ଟି ଟାଇଟଲ ଓ ୩୧୪ ପଏଣ୍ଟ ସହ ପ୍ଲେୟାର୍ସ ଷ୍ଟାଣ୍ଡିଂର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଅନ୍ୟପକ୍ଷରେ ବ୍ରାଜିଲିଆନ୍ ଗ୍ରୋଁପ୍ରିର ବିଜେତା ମାକ୍ସ ଭେର୍ଷ୍ଟାପେନ୍ ଚଳିତବର୍ଷ ୩ଟି ବିଜୟ ଓ ୨୬୦ ପଏଣ୍ଟ ସହ ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ।