ଆସନ୍ତାକାଲି ଦେଶରେ ୧୧ତମ ଏଲଟିଟିଇ ବିରୋଧି ବିଜୟ ଦିବସ ପାଳିବେ ଶ୍ରୀଲଙ୍କା ସରକାର |
Trending Photos
)
କଲମ୍ବୋ: ବିଶ୍ୱବ୍ୟାପୀ କୋରୋନା ଭାଇରସର ପ୍ରକୋପ ଜାରି ରହିଥିବା ବେଳେ ମଙ୍ଗଳବାର ଭାରତ ମହାସାଗରରେ ଅବସ୍ଥିତ ଦ୍ୱୀପ ରାଷ୍ଟ୍ର ଶ୍ରୀଲଙ୍କାରେ ଏଲଟିଟିଇ ବିରୋଧି ବିଜୟ ଦିବସର ଏକାଦଶତମ ସ୍ମୃତି ଅବସରରେ ଏକ ସମାରୋହ ଅନୁଷ୍ଠିତ ହେବ | ପ୍ରାୟ ୩୦ ବର୍ଷ ଧରି ଶ୍ରୀଲଙ୍କାରେ ସ୍ୱତନ୍ତ୍ର ତାମିଲ ରାଷ୍ଟ୍ର ଗଠନ କରିବାକୁ ସଶସ୍ତ୍ର ବିଦ୍ରୋହ ଚଳାଇଥିବା ଲିବରେସନ ଅଫ ତାମିଲ ଟାଇଗର୍ସ ଇଲମ(ଏଲଟିଟିଇ) ବିରୋଧରେ ସ୍ଥାନୀୟ ସରକାର ୨୦୦୯ ମେ ମାସରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହି ସଙ୍ଗଠନକୁ ମୂଳପୋଛ କରିଦେଇଥିଲା |
ଏନେଇ ଶ୍ରୀଲଙ୍କା ସେନାର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଶୈବେନ୍ଦ୍ର ସିଲଭା ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି ଚଳିତ ବର୍ଷ ବିଜୟ ସମାରୋହକୁ ସାଧାରଣ ଭାବେ ପାଳନ କରାଯିବ | ଆସନ୍ତାକାଲି ଦେଶର ସଂସଦରେ ନିକଟରେ ମୁଖ୍ୟ ବିଜୟ ଦିବସ ଆୟୋଜିତସ ହେବ | ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି ଗୋଟବେୟା ରାଜପାକ୍ଷେ | କୋଭିଡ19 ଦୃଷ୍ଟିରେ ରଖି ଶ୍ରୀଲଙ୍କା ସରକାର ମଙ୍ଗଳବାର ଏକ ପ୍ରତିବନ୍ଧିତ ରାଜ୍ୟ ସ୍ମାରକର ଆୟୋଜନ କରୁଛନି |
ଏହି ଅବସରରେ ଏଲଟିଟିଭ ବିରୋଧି ଯୁଦ୍ଧରେ ସାମିଲ ଥିବା ସେନା ନାୟକଙ୍କୁ ସ୍ମରଣ କରାଯିବ | ଆଜକୁ ୧୧ ବର୍ଷ ପୂର୍ବେ ଅର୍ଥାତ ୨୦୦୯, ମେ ୧୯ ତାରିଖରେ ସଂଘର୍ଷ ଜାରି ରହିଥିବା ସମୟରେ ଏଲଟିଟିଇର ମୁଖିଆ ଭେଲୁପିଲ୍ଲାଇ ପ୍ରଭାକରନର ଶବ ମିଳିଥିଲା | ଏହା ପରେ ଯୁଦ୍ଧ ବନ୍ଦ କରିଥିଲେ | ଏହି ସମୟରେ ଜେନେରାଲ ସିଲଭା ଶ୍ରୀଲଙ୍କା ସେନାର ଏକ ଡିଭିଜନର ନେତୃତ୍ୱ ନେଉଥିଲେ | ଶ୍ରୀଲଙ୍କାରେ ଏଲଟିଟିଇ ବିରୋଧି ଯୁଦ୍ଧ ଚାଲିଥିବା ବେଳେ ବର୍ତ୍ତମାନର ରାଷ୍ଟ୍ରପତି ଗୋଟବେୟା ରାଜପାକ୍ଷେ ଦେଶର ପ୍ରତିରକ୍ଷା ଦାୟିତ୍ୱରେ ଥିଲେ | ଅନ୍ୟପଟେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଥିବା ମହିନ୍ଦା ରାଜପାକ୍ଷେ ସେତେବେଳେ ରାଷ୍ଟ୍ରପତି ଦାୟିତ୍ୱରେ ଥିଲେ |
କୋଭିଡ19 ସ୍ଥିତିକୁ ଦେଖି ମଙ୍ଗଳବାର ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରେ କେବଳ ଯୁଦ୍ଧରେ ଭାଗ ନେଇଥିବା ସିଂହଳି ସୈନିକ ଏବଂ ତାଙ୍କର ପରିବାର ସଦସ୍ୟ ଯୋଗ ଦେବେ | ଏହି ଅବସରରେ ଆସନ୍ତାକାଲି ହେବାକୁ ଥିବା କାର୍ଯ୍ୟକ୍ରମରେ ଦୀର୍ଘ ୩ ଦଶନ୍ଧି ଧରି ଚାଲିଥିବା ଏଲିଟିଟିଇ ବିରୋଧି ଯୁଦ୍ଧରେ ଶହୀଦ ହୋଇଥିବା ୨୩,୯୬୨ ସୈନିକ, ୧୧୬୦ ନାବିକ, ୪୪୦ ବାୟୁସେନା ଯବାନ, ୨୫୯୮ ପୋଲିସ, ୪୫୬ ନାଗରିକଙ୍କ ସ୍ୱୃତିଚାରଣ କରାଯିବ |