• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • THS
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Other News
  • /ଆସନ୍ତାକାଲି ପାଳିତ ହେବ ଏଲଟିଟିଇ ବିରୋଧି ବିଜୟ ଦିବସ

ଆସନ୍ତାକାଲି ପାଳିତ ହେବ ଏଲଟିଟିଇ ବିରୋଧି ବିଜୟ ଦିବସ

ଆସନ୍ତାକାଲି ଦେଶରେ ୧୧ତମ ଏଲଟିଟିଇ ବିରୋଧି ବିଜୟ ଦିବସ ପାଳିବେ ଶ୍ରୀଲଙ୍କା ସରକାର |

Published: May 19, 2020, 05:26 PM IST|Updated: May 19, 2020, 05:26 PM IST
joinshare
ଆସନ୍ତାକାଲି ପାଳିତ ହେବ ଏଲଟିଟିଇ ବିରୋଧି ବିଜୟ ଦିବସ

Trending

  • News
  • Photos
  • Videos
ଓରାଙ୍ଗଉଟାଙ୍ଗ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ, ବର୍ଷା ନେଇ ଆଲର୍ଟ ଓ ଅନ୍ୟ ଖବର

ଓରାଙ୍ଗଉଟାଙ୍ଗ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ, ବର୍ଷା ନେଇ ଆଲର୍ଟ ଓ ଅନ୍ୟ ଖବର

2

Rain Alert: ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି, ଏହି ଜିଲ୍ଲାରେ ସ୍କୁଲ୍ ଛୁଟି...

3

ସରକାରୀ ଟଙ୍କା ଆତ୍ମସାତ କରି ଆଠଗଡ଼ ବନ ଡିଭିଜନ ପୂର୍ବତନ ବନ ଅଧିକାରୀ ଗିରଫ

4

ମୋଦୀଙ୍କ ଜନ୍ମଦିନରେ ରାଜ୍ୟ ବିଜେପି ଆୟୋଜିତ କରିବ ବଡ଼ ରକ୍ତ ଦାନ ଶିବିର

5

Vigilance Case: ଭିଜିଲାନ୍ସ ଜାଲରେ ଜୁବା PACS ଲିମିଟେଡର ପୂର୍ବତନ ସଚିବ

କଲମ୍ବୋ: ବିଶ୍ୱବ୍ୟାପୀ କୋରୋନା ଭାଇରସର ପ୍ରକୋପ ଜାରି ରହିଥିବା ବେଳେ ମଙ୍ଗଳବାର ଭାରତ ମହାସାଗରରେ ଅବସ୍ଥିତ ଦ୍ୱୀପ ରାଷ୍ଟ୍ର ଶ୍ରୀଲଙ୍କାରେ ଏଲଟିଟିଇ ବିରୋଧି ବିଜୟ ଦିବସର ଏକାଦଶତମ ସ୍ମୃତି ଅବସରରେ ଏକ ସମାରୋହ ଅନୁଷ୍ଠିତ ହେବ | ପ୍ରାୟ ୩୦ ବର୍ଷ ଧରି ଶ୍ରୀଲଙ୍କାରେ ସ୍ୱତନ୍ତ୍ର ତାମିଲ ରାଷ୍ଟ୍ର ଗଠନ କରିବାକୁ ସଶସ୍ତ୍ର ବିଦ୍ରୋହ ଚଳାଇଥିବା ଲିବରେସନ ଅଫ ତାମିଲ ଟାଇଗର୍ସ ଇଲମ(ଏଲଟିଟିଇ) ବିରୋଧରେ ସ୍ଥାନୀୟ ସରକାର  ୨୦୦୯ ମେ ମାସରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହି ସଙ୍ଗଠନକୁ ମୂଳପୋଛ କରିଦେଇଥିଲା | 

ଏନେଇ ଶ୍ରୀଲଙ୍କା ସେନାର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଶୈବେନ୍ଦ୍ର ସିଲଭା ଗଣମାଧ୍ୟମରେ ପ୍ରତିକ୍ରିୟା  ରଖି କହିଛନ୍ତି ଚଳିତ ବର୍ଷ ବିଜୟ ସମାରୋହକୁ ସାଧାରଣ ଭାବେ ପାଳନ କରାଯିବ |  ଆସନ୍ତାକାଲି ଦେଶର ସଂସଦରେ ନିକଟରେ ମୁଖ୍ୟ ବିଜୟ ଦିବସ  ଆୟୋଜିତସ ହେବ | ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି ଗୋଟବେୟା ରାଜପାକ୍ଷେ | କୋଭିଡ19 ଦୃଷ୍ଟିରେ ରଖି ଶ୍ରୀଲଙ୍କା ସରକାର ମଙ୍ଗଳବାର ଏକ ପ୍ରତିବନ୍ଧିତ ରାଜ୍ୟ ସ୍ମାରକର ଆୟୋଜନ କରୁଛନି |             

ଏହି ଅବସରରେ ଏଲଟିଟିଭ ବିରୋଧି ଯୁଦ୍ଧରେ ସାମିଲ ଥିବା ସେନା ନାୟକଙ୍କୁ ସ୍ମରଣ କରାଯିବ | ଆଜକୁ ୧୧ ବର୍ଷ ପୂର୍ବେ ଅର୍ଥାତ ୨୦୦୯, ମେ ୧୯ ତାରିଖରେ ସଂଘର୍ଷ ଜାରି ରହିଥିବା ସମୟରେ ଏଲଟିଟିଇର ମୁଖିଆ ଭେଲୁପିଲ୍ଲାଇ ପ୍ରଭାକରନର ଶବ ମିଳିଥିଲା | ଏହା ପରେ ଯୁଦ୍ଧ ବନ୍ଦ କରିଥିଲେ | ଏହି ସମୟରେ ଜେନେରାଲ ସିଲଭା ଶ୍ରୀଲଙ୍କା ସେନାର ଏକ ଡିଭିଜନର ନେତୃତ୍ୱ ନେଉଥିଲେ | ଶ୍ରୀଲଙ୍କାରେ ଏଲଟିଟିଇ ବିରୋଧି ଯୁଦ୍ଧ ଚାଲିଥିବା ବେଳେ ବର୍ତ୍ତମାନର ରାଷ୍ଟ୍ରପତି ଗୋଟବେୟା ରାଜପାକ୍ଷେ ଦେଶର ପ୍ରତିରକ୍ଷା ଦାୟିତ୍ୱରେ ଥିଲେ | ଅନ୍ୟପଟେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଥିବା ମହିନ୍ଦା ରାଜପାକ୍ଷେ  ସେତେବେଳେ ରାଷ୍ଟ୍ରପତି ଦାୟିତ୍ୱରେ ଥିଲେ |    

କୋଭିଡ19 ସ୍ଥିତିକୁ ଦେଖି ମଙ୍ଗଳବାର ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରେ କେବଳ ଯୁଦ୍ଧରେ ଭାଗ ନେଇଥିବା ସିଂହଳି ସୈନିକ ଏବଂ ତାଙ୍କର ପରିବାର ସଦସ୍ୟ ଯୋଗ ଦେବେ | ଏହି ଅବସରରେ ଆସନ୍ତାକାଲି ହେବାକୁ ଥିବା କାର୍ଯ୍ୟକ୍ରମରେ ଦୀର୍ଘ ୩ ଦଶନ୍ଧି ଧରି ଚାଲିଥିବା ଏଲିଟିଟିଇ ବିରୋଧି ଯୁଦ୍ଧରେ ଶହୀଦ ହୋଇଥିବା ୨୩,୯୬୨ ସୈନିକ, ୧୧୬୦ ନାବିକ, ୪୪୦ ବାୟୁସେନା ଯବାନ, ୨୫୯୮ ପୋଲିସ, ୪୫୬  ନାଗରିକଙ୍କ ସ୍ୱୃତିଚାରଣ କରାଯିବ |  

Add Zee News as a Preferred Source
TAGS:
LTTE