ଭାରତୀୟ ରାଜନୀତିରେ ସନାତନ ଧର୍ମ
Advertisement

ଭାରତୀୟ ରାଜନୀତିରେ ସନାତନ ଧର୍ମ

ଦିଲ୍ଲୀ ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇଛି। ଗତ ୯ ତାରିଖରେ ଏହି ଦିଲ୍ଲୀ ବିଧାନସଭାର ୭୦ଟି ଆସନ ମତଦାନ ଅନୁଷ୍ଠିତ ହୋଇଥିଲା। ଆଉ ଏହି ନିର୍ବାଚନରେ ଆପକୁ ବହୁମତ ମିଳିଛି। ପୁଣି ଥରେ କେଜରିଓ୍ୱାଲଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହିଁଛନ୍ତି। ଫଳରେ ଆପ ୬୩(ଅନୌପଚାରିକ ଭାବେ ଘୋଷଣା)ଟି ଆସନରେ ବିଜୟ ଲାଭ କରିଛି। ତେବେ ସେ ଯାହାବି ହେଉ, କିନ୍ତୁ ନିର୍ବାଚନୀ ପ୍ରଚାର ସମୟରେ କେଉଁଠି ନା କେଉଁଠି ଧର୍ମକୁ ନେଇ ମଧ୍ୟ ପ୍ରଚାର କରିଛନ୍ତି ରାଜନୈତିକ ଦଳ ମାନେ। ଏପରିକି ଏହି ଧର୍ମକୁ ରାଜନୈତିକ ପ୍ରସଙ୍ଗ ମଧ୍ୟ କରାଯାଇଛି।  

ଭାରତୀୟ ରାଜନୀତିରେ ସନାତନ ଧର୍ମ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇଛି। ଗତ ୯ ତାରିଖରେ ଏହି ଦିଲ୍ଲୀ ବିଧାନସଭାର ୭୦ଟି ଆସନ ମତଦାନ ଅନୁଷ୍ଠିତ ହୋଇଥିଲା। ଆଉ ଏହି ନିର୍ବାଚନରେ ଆପକୁ ବହୁମତ ମିଳିଛି। ପୁଣି ଥରେ କେଜରିଓ୍ୱାଲଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହିଁଛନ୍ତି। ଫଳରେ ଆପ ୬୩(ଅନୌପଚାରିକ ଭାବେ ଘୋଷଣା)ଟି ଆସନରେ ବିଜୟ ଲାଭ କରିଛି। ତେବେ ସେ ଯାହାବି ହେଉ, କିନ୍ତୁ ନିର୍ବାଚନୀ ପ୍ରଚାର ସମୟରେ କେଉଁଠି ନା କେଉଁଠି ଧର୍ମକୁ ନେଇ ମଧ୍ୟ ପ୍ରଚାର କରିଛନ୍ତି ରାଜନୈତିକ ଦଳ ମାନେ। ଏପରିକି ଏହି ଧର୍ମକୁ ରାଜନୈତିକ ପ୍ରସଙ୍ଗ ମଧ୍ୟ କରାଯାଇଛି।  

ରାଜନୈତିକ ବିଶ୍ଲେଷକଙ୍କ ମତରେ ରାଜନୀତି ଓ ଧର୍ମ ଦୁଇଟି ଭିନ୍ନ ଭିନ୍ନ ବିଷୟବସ୍ତୁ। ଏହାକୁ କଦାପି ଏକାଠି କରାଯାଇନପାରେ। ରାଜନୀତି ଓ ଶାସନ ଗାଦିର ବୟସ ସୀମା ୫ ବର୍ଷ। ଆଖି ପିଛୁଳାକେ ଏହି ସମୟ ସୀମାରେ ଶେଷ ହୋଇ ଯାଉଛି। କିନ୍ତୁ ଧର୍ମ ଆଦି ଅନ୍ତ ଓ ଅନନ୍ତ। ତେବେ ବିଜେପି ଶାସନକାଳରେ ଧର୍ମ ଏବଂ ଏହା ସହିତ ଜଡ଼ିତ ବିଷୟବସ୍ତୁ ହିଁ ପ୍ରମୁଖ ପ୍ରସଙ୍ଗ ରହି ଆସିଛି।  

ସଂସ୍କୃତି ଗବେଷକଙ୍କ କହିବା ମୁତାବକ ସନାତନ ଧର୍ମ ଆଦି ଓ ଅନନ୍ତ। ଏହି ଧର୍ମର ବୟସ ଅଗଣିତ। କାହିଁ କେଉଁ କାଳରୁ ମୁନିଋୁଷି ଏହି ଧର୍ମ ସହିତ ନିଜକୁ ସାମିଲ କରିଛନ୍ତି। ତେବେ ଏହି ଧର୍ମକୁ ରାଜନୀତି ସହିତ ସାମିଲ କଲେ ଧର୍ମର ଗୁଣ, ଗାରିମାରେ ବ୍ୟାପକ ଭାବେ କ୍ଷୁର୍ଣ୍ଣ ହୋଇଥାଏ ବୋଲି ସଂସ୍କୃତି ଗବେଷକ କହିଛନ୍ତି। ସେମାନେ କୁହନ୍ତି ଭାଇ ମତିଦାସ, ସତୀଦାସ, ପୂଜକ ଗୁରୁ ଗୋବିନ୍ଦ ସିଂହଙ୍କ ପରିବାର ଏଥିରେ ଉଦାହରଣ ସ୍ୱରୂପ ନିଆଯାଇପାରେ। ଏମାନଙ୍କ ପରିବାର ଧର୍ମ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବେଳେ ଭାରତବାସୀଙ୍କ ଧର୍ମପ୍ରେମୀଙ୍କ ହୃଦୟରେ ମଧ୍ୟ ବାସ କରିଥାନ୍ତି। ଏହା ଏକ ସ୍ୱତନ୍ତ୍ର ପ୍ରସଙ୍ଗ। ଏହାକୁ ନେଇ ରାଜନୀତି ସହିତ କୌଣସି ସମ୍ପର୍କ ନାହିଁ।  

ସେପଟେ କିନ୍ତୁ ଏହାକୁ ନେଇ ରାଜନୀତି ଦିନକୁ ଦିନ ବଢୁଥିବା ଦେଖିବାକୁ ମିଳିଛି। ଏପରିକି ଏହାକୁ ରାଜନୈତିକ ମୁଦ୍ଦା କରି ନିର୍ବାଚନ ଲଢାଯାଉଥିବା ମଧ୍ୟ ଦେଖିବାକୁ ମିଳିଛି। ଯାହାକୁ ଘୋର ନିନ୍ଦା କରିଛନ୍ତି ସଂସ୍କୃତି ଗବେଷକ। ଗବେଷକ କହିଛନ୍ତି କି, ବଳିଦାନ ଦେଇଥିବା କୋଟି କୋଟି ଲୋକଙ୍କ ଭାବନା ସହିତ ଖେଳାଯାଉଛି। ସେମାନଙ୍କୁ ଉପହାସ କରାଯାଉଛି, ଯାହା ବିଲକୁଲ ଠିକ ନୁହେଁ ବୋଲି ଗବେଷକମାନେ ସୂଚନା ଦେଇଛନ୍ତି।  

ଗବେଷକମାନେ ଆହୁରି ମଧ୍ୟ କହିଛନ୍ତି କି, ଉଭୟ ରାଜନୀତି ଏବଂ ଧର୍ମର ଭାବନା ଭିନ୍ନ ଭିନ୍ନ। ରାଜନୀତିର ଉଦ୍ଦେଶ୍ୟ ସତ୍ତା ବା କ୍ଷମତାକୁ ହାତେଇବା ଲକ୍ଷ୍ୟ ରହିଥିବା ବେଳେ ଧର୍ମର ଲକ୍ଷ୍ୟ କିନ୍ତୁ ଭିନ୍ନ ରହିଥାଏ। ଉଦାହରଣ ସ୍ୱରୂପ ସନାତନ ଧର୍ମର ଲୋକମାନେ ନିଜ ଧର୍ମକୁ ବେଶ ଗୁରୁତ୍ୱ ଦେଇଥାନ୍ତି। କଡ଼ା ନିୟମକାନୁନ ମଧ୍ୟରେ ନିଜର ଜୀବନକୁ ବିତାଇଥାନ୍ତି। ସନାତନ ଧର୍ମୀ ବ୍ୟକ୍ତିବିଶେଷମାନଙ୍କ ମତରେ ଏହା ଦ୍ୱାରା ବେଶ ଶାନ୍ତି ମିଳିଥାଏ। କେବଳ ଏତିକି ନୁହେଁ, ଏହି ଧର୍ମର ଆସ୍ଥା ଓ ବିଶ୍ୱାସର ସଂରକ୍ଷଣ ପାଇଁ କଡ଼ା ସଂଘର୍ଷ ମଧ୍ୟ କରିଥାନ୍ତି।

ତେବେ ସନାତନୀ ଧର୍ମର ରାଜନୀତି କାରଣରୁ ଅନେକ ସଂଘର୍ଷ କରିବାକୁ ପଡ଼ୁଛି। ଏହାକୁ ଦେଶର ବୁଦ୍ଧିଜୀବୀମାନେ ଏଡ଼ାଇ ଦେଇ ପାରିବେ ନାହିଁ। ଧର୍ମକୁ ନେଇ ରାଜନୀତି ତେଜୁଥିବା ନେଇ ସଂକେତ ଦେଇଥିଲେ ସ୍ୱୟଂସେବକ ସଂଘର ସଦସ୍ୟ ଭୈୟାଜୀ ଜୋଶୀ। ସେ କହିଥିଲେ କି ସନାତନ ଧର୍ମ ସମୁଦାୟର ଉଦ୍ଦେଶ୍ୟ ବିଜେପି ସହିତ ସମତୁଲ ହେବା ସମ୍ଭବ ନୁହେଁ। ହିନ୍ଦୁମାନେ ବିଜେପିର ବିରୋଧୀ ଭାବେ ଦେଖାଯିବା ସଠିକ କଥା ନୁହେଁ ବୋଲି ସେ ସୂଚନା ଦେଇଥିଲେ। ରାଜନୈତିକ ଯୁଦ୍ଧ ଦେଶରେ ଜାରି ରହିଥିବା। ମାତ୍ର ହିନ୍ଦୁମାନଙ୍କୁ ଏହା ସହିତ ସାମିଲ କରିବା ଠିକ ନୁହେଁ ବୋଲି ସେ କହିଥିଲେ।  

ସ୍ୱୟଂ ସେବକ ସଂଘର ସ୍ଥାପକ ଏସ ହେଡଗେଓ୍ୱାରଙ୍କ ମୃତ୍ୟୁ ପରେ ସଂଘକୁ ସମ୍ଭାଳିବା ଏକ ପ୍ରକାର କଷ୍ଟକର ବ୍ୟାପାର ହୋଇ ପଡ଼ିଥିଲା। ପରେ ସଂଘର ମଙ୍ଗ ସମ୍ଭାଳିଥିବା ଗୁରୁ ଗୋଲଓ୍ୱଲକରଙ୍କ ଉଦ୍ଦେଶ୍ୱ ମଧ୍ୟ ହିନ୍ଦୁମାନଙ୍କ ସମର୍ଥନରେ ରହିଥିଲା। ପ୍ରତିଟି ରାଜନୈତିକ ଦଳର ହିନ୍ଦୁବାଦୀ ନେତାଙ୍କୁ ତାଙ୍କର ସମର୍ଥନ ରହିଥିଲା।  

ସେପଟେ ସନାତନ ଧର୍ମର ପାଳନକର୍ତ୍ତାଙ୍କୁ ଏହାର ନୀତିନିୟମ ଉପରେ ଧ୍ୟାନ ରଖିବାକୁ ହେବ। ରାଜନୈତିକ ଦଳର ନେତାମାନେ ସତ୍ତା ଲୋଭରୁ ନିଜକୁ ଦୁରେଇ ସମ୍ପୂର୍ଣ୍ଣ ଭାବେ ହିନ୍ଦୁବାଦୀ ବିଚାରଧାନାରେ ବଞ୍ଚିବାର ସମ୍ଭାବନା ଆଶା କରିବା ହିଁ ବୃଥା। ତେବେ ଏହାଠାରୁ ଭିନ୍ନ ଭାବେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କର କ୍ଷମତା ବଳରେ ସମଗ୍ର ଦେଶକୁ ସନାତନ ଧର୍ମର ମୂଳ ଚିନ୍ତାଧାରାରେ ପରିବର୍ତ୍ତନ କରିବାକୁ ପ୍ରୟାସ କରୁଥିବା ରାଜନୈତିଜ୍ଞ ବିଶେଷଜ୍ଞମାନେ କହିଛନ୍ତି। ସେମାନଙ୍କ ମତରେ ଆଧୁନିକ ପୋଷାକ ମଧ୍ୟରେ ଜଣେ ଋଷିଙ୍କ ଭାବନା ନେଇ ମୋଦି ଜୀବନ ଅତିବାହିତ କରୁଥିବା କହିଛନ୍ତି।  

ତେବେ ବିଗତ କିଛି ବର୍ଷ ମଧ୍ୟରେ ସନାତନ ଧର୍ମର ମଧ୍ୟ ରାଜନୈତିକ କ୍ଷମତା ଦେଖିବାକୁ ମିଳିଛି। ନିକଟରେ ଅନୁଷ୍ଠିତ ହୋଇଥିବା ଦିଲ୍ଲୀ ନିର୍ବାଚନ ପ୍ରଚାରରେ ଅରବିନ୍ଦ କେଜରିଓ୍ୱାଲ ମଧ୍ୟ ନିଜକୁ ହନୁମାନଙ୍କ ଭକ୍ତ ବୋଲି କହିଥିଲେ। କେବଳ ଏତିକି ନୁହେଁ,୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ରାହୁଲ ଗାନ୍ଧୀ ନିଜକୁ ଶିବଭକ୍ତ ଭାବେ କହିଥିଲେ। କେବଳ ଏତିକି ନୁହେଁ, ଏଆଇଏମଆଇଏମର ମୁଖ୍ୟ ଅସଦୁଦ୍ଦିନ ଓଓ୍ୱେସୀ ବର୍ତ୍ତମାନ ସମୟରେ ନିଜକୁ ହାଇଦ୍ରାବାଦର କାଲିକା ଠାକୁରାଣୀଙ୍କ ବଡ଼ ଭକ୍ତ ବୋଲି କହି ଆସୁଛନ୍ତି। ଏପରିକି ମନ୍ଦିର ପାଇଁ ଆର୍ଥିକ ସହାୟତା ମଧ୍ୟ ମାଗୁଥିବା ଦେଖିବାକୁ ମିଳିଛି।  

ତେବେ ସେ ଯାହା ବି ହେଉ, ଏସବୁ କେବଳ ହିନ୍ଦୁତ୍ୱମାନଙ୍କ ବଳ ବୃଦ୍ଧିର ଏହା ସଂକେତ ମିଳୁଥିବା ସ୍ପଷ୍ଟ ବାରି ହୋଇ ପଡୁଛି। ତେବେ ଏହି ପରିଚୟକୁ ମଝଭୁତ କରିବାର ଆବଶ୍ୟକତା ରହିଛି, ଯାହାକୁ ଅଣଦେଖା କରି କୌଣସି ରାଜନୈତିକ ଦଳ ମଧ୍ୟ କ୍ଷମତା ହାତେଇବା ପାଇଁ ସାହାସ ମଧ୍ୟ କରିପାରିବ ନାହିଁ।