Advertisement
Article Detail0/zeeodisha/odisha667414
Zee OdishaOther Newsଆମର ସଭ୍ୟତା ଓ ସଂସ୍କୃତି ଏପରି ନୁହେଁ...

ଆମର ସଭ୍ୟତା ଓ ସଂସ୍କୃତି ଏପରି ନୁହେଁ...

ଆଜି ଦିନ ୧୦ଟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବେ । ତେବେ ତାର କିଛି ସମୟ ପୂର୍ବରୁ ଦେଶବାସୀଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା । 

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ବିଭିନ୍ନ ସ୍ଥାନରେ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଦେଶବାସୀଙ୍କ ପାଇଁ ଜାରି କରିଥିବା ଏକ ଭିଡିଓ ବାର୍ତ୍ତାରେ ସେ ଏହା ଉପରେ ଟିପ୍ପଣୀ ଦେଇଛନ୍ତି । ଭାରତର ସଭ୍ୟତା ଏବଂ ସଂସ୍କୃତି ଏପରି ନୁହେଁ ବୋଲି କହିଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା । ଏହାସହ କୋରୋନା ମୁକାବିଲା ଦିଗରେ ସମସ୍ତ ଦେଶବାସୀ ଶାନ୍ତି, ଧୋର୍ଯ୍ୟ ଏବଂ ସଞ୍ଜମ ରଖିଥିବାରୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି । 

ଆଜି ଦିନ ୧୦ଟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବେ । ତେବେ ତାର କିଛି ସମୟ ପୂର୍ବରୁ ଦେଶବାସୀଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା । କୋରୋନାକୁ ମାତ୍ ଦେବା ପାଇଁ ସମ୍ପୁର୍ଣ୍ଣ ଭାବେ ଲକଡାଉନ୍ ପାଳନ କରିବା ପାଇଁ ଅପିଲ କରିଛନ୍ତି ଶ୍ରୀମତୀ ଗାନ୍ଧୀ । ସେହିପରି ଘରୁ ବାହାରିଲେ ମାସ୍କ ଓ ସାନିଟାଇଜର ବ୍ୟବହାର ସହ ସାମାଜିକ ଦୂରତ୍ୱ ବଜାୟ ରଖିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ବର୍ତ୍ତମାନ ସମୟରେ ଦେଶବାସୀ ଘରେ ରହିବା ହିଁ ପ୍ରକୃତ ଦେଶଭକ୍ତି ବୋଲି କହିଛନ୍ତି ସୋନିଆ । 

ସେହିପରି ସ୍ୱାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଜଣାଇବା ପାଇଁ ମୋ ପାଖରେ ଶବ୍ଦ ନାହିଁ ବୋଲି କହିଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା । ବ୍ୟକ୍ତିଗତ ସୁରକ୍ଷା ଉପକରଣ ଅଭାବ ସତ୍ତ୍ୱେ ଦେଶର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ସାମାଜିକ ସଙ୍ଗଠନ, ସଫେଇ କର୍ମଚାରୀ ନିଜ ନିଜ ଦାୟିତ୍ୱ ସମ୍ପାଦନ କରୁଛନ୍ତି । ପୋଲିସ କର୍ମଚାରୀ ଲକଡାଉନକୁ ସଫଳ କରିବା ପାଇଁ ଅହରହ କାମ କରୁଛନ୍ତି । ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାକୁ ଅନେକ ସରକାରୀ କର୍ମଚାରୀ ଲାଗି ପଡ଼ିଛନ୍ତି । ସେହିପରି ଦେଶବାସୀ ମଧ୍ୟ ଅନ୍ୟର ସେବାରେ ନିୟୋଜିତ ଅଛନ୍ତି । କିଏ ମାସ୍କ ବାଣ୍ଟୁଛି ତ ଆଉ କିଏ ଗରିବଙ୍କୁ ଖାଦ୍ୟ ଯୋଗାଉଛି । ଏହାର ଅର୍ଥ ସମସ୍ତ ହିନ୍ଦୁସ୍ଥାନୀ ଏକଜୁଟ ହୋଇ କୋରୋନା ସହ ଲଢ଼େଇ କରୁଛନ୍ତି । ତେଣୁ ଆପଣ ସମସ୍ତେ ଧନ୍ୟବାଦର ପାତ୍ର ବୋଲି ସୋନିଆ ଗାନ୍ଧୀ କହିଛନ୍ତି । 

Add Zee News as a Preferred Source

ତେବେ ଏଭଳି ସଙ୍କଟ ସମୟରେ କଂଗ୍ରେସ କାର୍ଯ୍ୟକର୍ତ୍ତା ମଧ୍ୟ ଅହରହ କାମ କରୁଥିବା କହିଛନ୍ତି ଦଳର ଅନ୍ତରୀଣ ଅଧ୍ୟକ୍ଷା । ସେ ଆହୁରି ମଧ୍ୟ କହିଛନ୍ତି, ''ଆମେ ସରକାରରେ ଥାଉ କିମ୍ବା ବିରୋଧୀ ଦଳରେ, ଏଭଳି ସମୟରେ ଆମେ ସବୁବେଳେ ଆପଣଙ୍କ ସାଥ ଦେବୁ । କଂଗ୍ରେସ ସିପାହୀ ଆପଣଙ୍କୁ ସହଯୋଗ କରିବା ପାଇଁ ସବୁବେଳେ ପ୍ରସ୍ତୁତ ଅଛନ୍ତି । ଆପଣ ଚାହିଁଲେ ଆମ ଜାତୀୟସ୍ତରୀୟ କଣ୍ଟ୍ରୋଲ ରୁମ କିମ୍ବା ରାଜ୍ୟସ୍ତରୀୟ ଦଳୀୟ କାର୍ଯ୍ୟାଳୟ ସହ ଯୋଗାଯୋଗ କରିପାରିବେ । ''

About the Author