ମହଙ୍ଗା ପିଆଜକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଲା ଏହି VIDEO

ପିଆଜ ନାଁ ଶୁଣିଲେ ସମସ୍ତେ ଏବେ କିଣିବା ପାଇଁ ମନ ବଢାଉ ନାହାଁନ୍ତି । କାରଣ ବଜାରରେ ଏବେ ପିଆଜ ଦର ଶହେ ଟଙ୍କା । ଦର ଖସିବାର ନାଁ ଧରୁନାହିଁ । ପିଆଜର ଶହେ ଟଙ୍କା ଦର ଘରେ ହେଉ ବା ବାହାରେ ସବୁଠି ଆଲୋଚନାର ବିଷୟ ପାଲଟିଛି ।

ମହଙ୍ଗା ପିଆଜକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଲା ଏହି VIDEO

ଜଗନ୍ନାଥ ପାତ୍ର, କଟକ: ସୋସିଆଲ ମିଡିଆରେ ଏବେ ମହଙ୍ଗା ପିଆଜର କଥା । ସେ ଫେସବୁକ ହେଉ ବା ହ୍ୱାଟସ୍‌ଅପ ଅବା ଟିକଟକ୍‌ ସବୁଥିରେ ଏବେ ମହଙ୍ଗା ପିଆଜ ପାଲଟିଛି ଟ୍ରେଣ୍ଡ । ପିଆଜକୁ ହାତରେ ଧରି ଅନେକ କିଛି ମଜାଦାର ଭିଡିଓ ପ୍ରସ୍ତୁତ କରୁଛନ୍ତି ୟୁଜର ମାନେ । ଯାହା ଏବେ ଦିନକୁ ଦିନ ଚର୍ଚ୍ଚିତ ହେବା ସହିତ ଭାଇରାଲ ମଧ୍ୟ ହେଉଛି ।  ସେହିପରି ପିଆଜ ଦରକୁ ନେଇ ସଂଙ୍ଗୀତ ନିର୍ଦ୍ଦେଶକ ଏସ ଚନ୍ଦ୍ରକାନ୍ତ ଓ ଗୀତିକାର ଏନ.ଗୁରୁଦତ୍ତ ପ୍ରସ୍ତୁତ କରିଛନ୍ତି ମଜାଦାର ଭିଡିଓ । ଗତକାଲି ରିଲଜ ହେବା ପରେ ଏବେ ଲୋକଙ୍କ ମନରୋଞ୍ଜନର ଖୋରାକ ଯୋଗାଇଛି ।

ପିଆଜ ନାଁ ଶୁଣିଲେ ସମସ୍ତେ ଏବେ କିଣିବା ପାଇଁ ମନ ବଢାଉ ନାହାଁନ୍ତି । କାରଣ ବଜାରରେ ଏବେ ପିଆଜ ଦର ଶହେ ଟଙ୍କା । ଦର ଖସିବାର ନାଁ ଧରୁନାହିଁ । ପିଆଜର ଶହେ ଟଙ୍କା ଦର ଘରେ ହେଉ ବା ବାହାରେ ସବୁଠି ଆଲୋଚନାର ବିଷୟ ପାଲଟିଛି । ଲୋକଙ୍କ ମଧ୍ୟରେ ରହିଥିବା ପିଆଜର ଆଲୋଚନାକୁ ଜଣେ ସଂଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର ପ୍ରସ୍ତୁତ କରିଛନ୍ତି ମଜାଦାର ଭିଡିଓ ।

ଗତକାଲି ସୋସିଆଲ ମିଡିଆରେ ରିଲିଜ ହେବା ପରେ ଲକ୍ଷ ଲକ୍ଷ VIEWER ମଧ୍ୟ ବଢିଲେ ।  ଜଣେ ଭିନ୍ନକ୍ଷମ ଏହି ଗୀତକୁ ଲେଖିଛନ୍ତି ସେ ହେଲେ ଏନ.ଗୁରୁଦତ୍ତ ଓ ସଂଙ୍ଗୀତ ନିର୍ଦ୍ଦେଶକ ଦେଇଛନ୍ତି ଏସ ଚନ୍ଦ୍ରକାନ୍ତ । ଲୋକଙ୍କ ଭିତରେ ରହିଥିବା ଚର୍ଚ୍ଚା ଓ କୃଷି ପ୍ରଧାନ୍ୟ ରାଜ୍ୟରେ କମ ପରିମାଣର ଚାଷର କାରଣ ଏ ସବୁକୁ ନେଇ ଏକ ମଜାଦାର ଭିଡିଓ ପ୍ରସ୍ତୁତ କରାଯାଇଥିବା କୁହାଯାଇଛି ।
                            
ପିଆଜ ଦର ଯେତେ ଉପରୁ ଯାଉଛି ସେହି ପରିମାଣରେ ପିଆଜକୁ ନେଇ ଟିକଟକ ଭିଡିଓ ବି ଅଧିକା ଭାଇରାଲ ହେବାରେ ଲାଗୁଛି । ଖାସ କରି ଅଧିକାଂଶ ଯୁବପିଢିର USERଙ୍କ ମଧ୍ୟରେ ପିଆଜକୁ ନେଇ ଅଧିକା ଟିକଟକ ଭିଡିଓ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଲିଛି । ଏହି ଭିଡିଓଗୁଡିକ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଆସିବା ପରେ ସେ ଫେସବୁକ ହେଉ ବା ହ୍ୱାଟସ ଅପ୍‌ ସବୁଥିରେ SHARE ସଂଖ୍ୟା ମଧ୍ୟ ବଢୁଛି । ତେଣୁ ପିଆଜର ମହଙ୍ଗା ଦର ଏବେ ଟିକଟକରେ ଯେପରି USER  ମାନଙ୍କ ପାଇଁ ପାଲିଟିଛି ଟ୍ରେଣ଼୍ଡ ।