• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Other News
  • /ବ୍ରିଟେନ କୋର୍ଟରୁ ମାଲ୍ୟାଙ୍କୁ ଝଟକା

ବ୍ରିଟେନ କୋର୍ଟରୁ ମାଲ୍ୟାଙ୍କୁ ଝଟକା

ଭାରତ ଫେରିବେ ମାଲ୍ୟା !

Edited ByZee Odisha Desk
Published: Apr 20, 2020, 05:42 PM IST|Updated: Apr 20, 2020, 05:42 PM IST
joinshare
ବ୍ରିଟେନ କୋର୍ଟରୁ ମାଲ୍ୟାଙ୍କୁ ଝଟକା

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Tarun Tejpal Case: ୨୦୧୩ ଯୌନ ନିର୍ଯାତନା ମାମଲା,ଦୋଷୀ ସାବ୍ୟସ୍ତ ହେଲେ ତେହଲକା ମାଗାଜିନ୍‌ର ପୂର

    Tarun Tejpal Case: ୨୦୧୩ ଯୌନ ନିର୍ଯାତନା ମାମଲା,ଦୋଷୀ ସାବ୍ୟସ୍ତ ହେଲେ ତେହଲକା ମାଗାଜିନ୍‌ର ପୂର

    2

    ୨୨ ବର୍ଷ ସଜା କାଟିବା ପରେ ବିନା ଦୋଷରେ ମୁକୁଳିଲେ ଅଭିଯୁକ୍ତ

    3

    ଦୁର୍ନୀତି ଅଭିଯୋଗରେ ପୂର୍ବତନ ଜେଇ, ମ୍ୟୁନିସିପାଲ ଇଞ୍ଜିନିୟର ଏବଂ ଠିକାଦାର ଗିରଫ

    4

    ବିରୋଧୀଙ୍କ ହଙ୍ଗାମା କାରଣରୁ ଅପରାହ୍ନ ୨ଟା ଯାଏଁ ଲୋକସଭା ମୁଲତବୀ

    5

    ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ

    ନୂଆଦିଲ୍ଲୀ: ଟଙ୍କା ହେରଫେର ଓ ଠକେଇ ଅଭିଯୋଗରେ ପଳାତକ ବିଜୟ ମାଲ୍ୟାଙ୍କୁ ଏକ ବଡ଼ ଝଟକା ଲାଗିଛି। ଫେରାର ମାଲ୍ୟାଙ୍କୁ ଖୁବ ଶୀଘ୍ର ଭାରତ ଅଣାଯାଇପାରେ। ବିଜୟ ମାଲ୍ୟା ବ୍ରିଟେନ କୋର୍ଟରେ ଆବେଦନ କରିଥିବା ପ୍ରତ୍ୟାର୍ପଣ ମାମଲାକୁ ଖାରଜ କରିଦେଇଛନ୍ତି। ଫଳରେ ବିଜୟ ମାଲ୍ୟା ଖୁବ ଶୀଘ୍ର ଭାରତ ଫେରିବା ନେଇ ସ୍ପଷ୍ଟ ହୋଇଛି। ଏହି ୬୪ ବର୍ଷୀୟ ବ୍ୟବସାୟୀ ୯ ହଜାର କୋଟି ଟଙ୍କା ଠକେଇ ଓ ଅର୍ଥ ହେରଫେର ଅଭିଯୋଗ ରହିଛି। 

    ସୂଚନା ଯୋଗ୍ୟ ମାଲ୍ୟା ଚଳିତ ବର୍ଷ ଫେବୃଆରୀ ମାସରେ ପ୍ରତ୍ୟାର୍ପଣକୁ ବିରୋଧ କରି ବ୍ରିଟେନ କୋର୍ଟରେ ମାମଲା ରୁଜୁ କରିଥିଲେ। ଟଙ୍କା ଠକେଇ ଓ ମନି ଲଣ୍ଡେରିଂ ଅଭିଯୋଗ ଆସିବା ପରେ ତାଙ୍କୁ ଭାରତରେ ମୋଷ୍ଟ ଓ୍ୱାଣ୍ଟେଡ଼ ଘୋଷିତ କରିଦିଆଯାଇଥିଲା।  ମାଲ୍ୟା ଭାରତର ଏକାଧିକ ବ୍ୟାଙ୍କରୁ ୯ ହଜାର କୋଟି ଟଙ୍କା ଠକେଇ କରି ବିଦେଶରେ ଏବେ ରହୁଛନ୍ତି। ସେ କିଙ୍ଗଫିସର ଏୟାରଲାଇନ୍ସର ମାଲିକ ମଧ୍ୟ ରହିଛନ୍ତି। 

    ପିଟିଆଇ ଅନୁଯାୟୀ ବିଜୟ ମାଲ୍ୟା ଆବେଦନ କରିଥିବା ମାମଲା ଉପରେ ସୋମବାର ବ୍ରିଟେଲ କୋର୍ଟ ଶୁଣାଣି କରିଥିଲେ। ଶୁଣାଣି ପରେ ତାକୁ ଖାରଜ କରିଦେଇଥିବା ସୂଚନା ରହିଛିଯ। ତେବେ ଏହା ପରେ ବିଜୟ ମାଲ୍ୟା ବ୍ରିଟେନ ସୁପ୍ରିମକୋର୍ଟ ଯାଇ ପାରନ୍ତି। ତାଙ୍କ ନିକଟରେ ଏହି ଏକମାତ୍ର ବିକଳ୍ପ ରହିଛି। କିନ୍ତୁ ସେଠାରୁ ବଞ୍ଚିବା ଏକ ପ୍ରକାର କଷ୍ଟକର ହୋଇ ପଡ଼ିବ ବୋଲି ସୂଚନା ରହିଛି। ସେପଟେ ମାଲ୍ୟାଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ ବୈଦେଶିକ ମନ୍ତ୍ରଣାଳୟ ଯଥା ସମ୍ଭବ ପ୍ରୟାସ ଜାରି ରଖିଛି। 

    ସୂଚନା ଯୋଗ୍ୟ କିଛି ଦିନ ପୂର୍ବରୁ ପଳାତକ ମାଲ୍ୟା ଦେଶର ସମସ୍ତ ଋଣକୁ ସୁଝିବା ନେଇ ଘୋ,ଣା କରିଥିଲେ। ଏନେଇ ସେ ଏକ ଟ୍ୱିଟ ମାଧ୍ୟମରେ ସୂଚନା ଦେଇଥିଲେ। ସେ କହିଥିଲେ କି, ମୁଁ ଦେଶର ସମସ୍ତ ଋଣକୁ ପରିଶୋଧ କରିବାକୁ ଚାହୁଁଛି। ଏହା ମୁଁ ବାରମ୍ବାର କହୁଛି। ମାତ୍ର ଏହା ସତ୍ତ୍ୱେ ବ୍ୟାଙ୍କ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହା ଉପରେ ବିଚାର କରୁନାହାନ୍ତି। ସେପଟେ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ ସମସ୍ତ ସମ୍ପତ୍ତିକୁ ଜବତ କରିନେଇଛି ବୋଲି ସୂଚନା ଦେଇଥିଲେ। ଏପରିକି ଏହି ମାମଲାରେ ହସ୍ତକ୍ଷେପ କରିବାକୁ ସେ ଅର୍ଥମନ୍ତ୍ରୀଙ୍କୁ ମଧ୍ୟ ଅନୁରୋଧ କରିଥିଲେ। 

     

    Add Zee News as a Preferred Source
    TAGS:
    Vijaya Mallya
    india
    Money Loundring
    Britain Court