close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ପାଠ ପଢିବା ପାଇଁ ଡଙ୍ଗା ଚଲାଉଛନ୍ତି ଛାତ୍ରଛାତ୍ରୀ

ନଦୀରେ ଚାଲୁଥିବା ଦେଶୀ ଡଙ୍ଗାଟି ପୁରୁଣା ହୋଇଯାଇଥିବାରୁ ସେଥିରେ ପାଣି ପଶିଯାଇ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ବାରମ୍ୱାର ଗ୍ରାମବାସୀ ନଦୀ ଉପରେ ଏକ ସେତୁ ନିର୍ମାଣ ପାଇଁ ଦାବି କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ । 

ପାଠ ପଢିବା ପାଇଁ ଡଙ୍ଗା ଚଲାଉଛନ୍ତି ଛାତ୍ରଛାତ୍ରୀ

ବାଲିଗୁଡା: ବାଲିଗୁଡ଼ା ଉପଖଣ୍ଡରେ ଥିବା ନୂଆଗାଁ ବ୍ଲକ ସାଇନପଡା ପଞ୍ଚାୟତର ୧୦ ଖଣ୍ଡ ଗାଁର ଲୋକଙ୍କର ଯାତାୟାତର ମାଧ୍ୟମ ସାଜିଛି ଦେଶୀ ଡଙ୍ଗା । ବିପଦସଂକୁଳ ଭାବେ ଡଙ୍ଗାରେ ନଦୀ ପାର ହେବା ସମୟରେ ଅନେକ ଧନଜୀବନ କ୍ଷତି ହୋଇଥିବା ନଜିର ରହିଛି । ତେବେ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ଜୀବନକୁ ବାଜି ଲଗାଇ ଛାତ୍ରଛାତ୍ରୀଙ୍କ ସମେତ ଅଞ୍ଚଳବାସୀ ସେହି  ଡଙ୍ଗାରେ ହିଁ ନଦୀ ପାର ହେଉଛନ୍ତି । ସେପଟେ ବାରମ୍ବାର ସେତୁ ନିର୍ମାଣ ପାଇଁ ଦାବି କରାଯାଉଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ବାଲିଗୁଡ଼ା ଉପଖଣ୍ଡ ରୁ ଠାରୁ ମାତ୍ର ଏକ କିଲୋମିଟର ଦୂରରେ ଥିବା ଖଡ୍ଗ ନଦୀ ସ୍ଥାନୀୟ ଲୋକଙ୍କ ବିକାଶ ପଥରେ ବାଟ ଓଗାଳୁଛି ।

କେବଳ ସାଇନପଡା ପଞ୍ଚାୟତ ନୁହେଁ ବାଲିଗୁଡ଼ା ଏନଏସି ୩ନଂ ୱାର୍ଡ ର ୩୦ଟି ପରିବାର ମଧ୍ୟ ନଦୀ ପାର ହୁଅନ୍ତି । ଏହି ୧୦ଖଣ୍ଡ ଗାଁର ବହୁ ଛାତ୍ରଛାତ୍ରୀ ଦୌନିକ ନଦୀପାର ହୋଇ ପାଠ ପଢିବା ପାଇଁ ନୂଆସାହି ପ୍ରାଥମିକ ବିଦ୍ୟାଳୟ ଓ ହାଇସ୍କୁଲ ଆସିଥାନ୍ତି । ବର୍ଷା ଦିନେ ନଦୀ ଅଧିକ ଫୁଲିଲେ ପିଲାଙ୍କ ପାଠପଢା ରେ ଡୋରୀ ବନ୍ଧା ହୁଏ । ଅନ୍ୟ ସମୟରେ ହୁଲି ଡଙ୍ଗାରେ ନିଜେ କାତ ମାରି ବହି ବସ୍ତାନୀ ଓ ସାଇକେଲକୁ ଡଙ୍ଗାରେ ଲଦି ନଦୀ ପାର ହେଉଛନ୍ତି ଛାତ୍ରଛାତ୍ରୀ । ବର୍ଷ ତମାମ କଷ୍ଟେମଷ୍ଟେ ଚଳିଯାଉଥିବା ବେଳେ ବର୍ଷା ଦିନେ ଫୁଲିଥିବା ଖଡ୍ଗ ନଦୀ ପାର ପାଇଁ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି ।

ଖଡ୍ଗ ନଦୀ ବ୍ୟତୀୟ ଅନ୍ୟ କୌଣସି ଯାତାୟାତର ମାଧ୍ୟମ ନଥିବାରୁ ୧୦ ଖଣ୍ଡ ଗାଁକୁ ଆମ୍ବୁଲାନ୍ସ ଆସିପାରୁନାହିଁ । ଫଳରେ ଗର୍ଭବତୀ ମହିଳା ଓ ରୋଗୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି  । ନଦୀରେ ଚାଲୁଥିବା ଦେଶୀ ଡଙ୍ଗାଟି ପୁରୁଣା ହୋଇଯାଇଥିବାରୁ ସେଥିରେ ପାଣି ପଶିଯାଇ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ବାରମ୍ୱାର ଗ୍ରାମବାସୀ ନଦୀ ଉପରେ ଏକ ସେତୁ ନିର୍ମାଣ ପାଇଁ ଦାବି କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ ।