ଲକ ଡାଉନ ଆଇନ ଉଲ୍ଲଂଘନ କରିବା ପଡ଼ିଲା ମହଙ୍ଗା
Advertisement

ଲକ ଡାଉନ ଆଇନ ଉଲ୍ଲଂଘନ କରିବା ପଡ଼ିଲା ମହଙ୍ଗା

ସାରା ଭାରତରେ ଲକଡାଉନ ପରିସ୍ଥିତି ଜାରି ରହିଛି । ବିନା କାରଣରେ କେହି ଘରୁ ବାହାରିବାକୁ  ସରକାର ବାରଣ କରିଛନ୍ତି । ଏବେ ନିୟମକୁ କଡାକଡି କରାଯାଉଛି । କିଛି ଯୁବକ ସମ୍ବଲପୁର ରିଂ ରୋଡ଼ରେ ବସି ଗତକାଲି ସନ୍ଧ୍ୟା ସମୟରେ ବାର୍ତ୍ତାଳାପ କରୁଥିବାରୁ କ୍ଷେତରାଜପୁର ପୋଲିସ ସେମାନଙ୍କ ନାମରେ ମାମଲା ରୁଜ୍ଜୁ କରିଛି।  କ୍ଷେତରାଜପୁର ମାରବାଡି

ଲକ ଡାଉନ ଆଇନ ଉଲ୍ଲଂଘନ କରିବା ପଡ଼ିଲା ମହଙ୍ଗା

ସମ୍ବଲପୁର: ସାରା ଭାରତରେ ଲକଡାଉନ ପରିସ୍ଥିତି ଜାରି ରହିଛି । ବିନା କାରଣରେ କେହି ଘରୁ ବାହାରିବାକୁ  ସରକାର ବାରଣ କରିଛନ୍ତି । ଏବେ ନିୟମକୁ କଡାକଡି କରାଯାଉଛି । କିଛି ଯୁବକ ସମ୍ବଲପୁର ରିଂ ରୋଡ଼ରେ ବସି ଗତକାଲି ସନ୍ଧ୍ୟା ସମୟରେ ବାର୍ତ୍ତାଳାପ କରୁଥିବାରୁ କ୍ଷେତରାଜପୁର ପୋଲିସ ସେମାନଙ୍କ ନାମରେ ମାମଲା ରୁଜ୍ଜୁ କରିଛି। 

କ୍ଷେତରାଜପୁର ମାରବାଡି ଧର୍ମଶାଳା, ଚେରୁଆ ପଡା, ବଡ଼ ବଜାର ଛକ, ରେଲୱେ ଫାଟକ ଇତ୍ୟାଦି ସ୍ଥାନରେ ଲକଡାଉନ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗରେ ୨୩ଜଣଙ୍କ ନାମରେ ମାମଲା ରୁଜୁ କରିଛି ପୋଲିସ। ସେମାନଙ୍କ ନିକଟରୁ ୭ଟି ବାଇକ ମଧ୍ୟ ଜବତ କରାଯାଇଛି। କରୋନା ପାଇଁ ସମସ୍ତ ଅଞ୍ଚଳରେ ଲୋକେ ସଚେତନତାକୁ ଆପଣାଉ ଥିବା ବେଳେ ସମ୍ବଲପୁରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି।

ସୂଚନା ଯୋଗ୍ୟ କୋରୋନା ପ୍ରତିହତ ପାଇଁ ୨୧ ଦିନ ପାଇଁ ସମଗ୍ର ଦେଶରେ ଲକଡାଉନ ସ୍ଥିତି ଜାରି କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ଲୋକମାନଙ୍କୁ ଘରୁ ନ ବାହାରିବାକୁ ଅନୁରୋଧ ମଧ୍ୟ କରିଥିଲେ। ଏହା ସହିତ ଏହି ସମୟରେ ଯେଉଁମାନେ ବାହାରକୁ ବାହାରିବେ ସେମାନଙ୍କୁ ବିପକ୍ଷରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୋଦୀ ସୂଚନା ଦେଇଥିଲେ।