ଧୋନୀ ଓ ଜିଭାଙ୍କ ଭିଡ଼ିଓ ଭାଇରାଲ, ମିଳୁଛି ଲକ୍ଷାଧିକ ଲାଇକ...
Trending Photos
)
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏମ ଧୋନୀ(ms dhoni)ଙ୍କର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି. ରାଞ୍ଚିରେ ଥିବା ଫାର୍ମ ହାଉସରେ ଧୋନୀ ତାଙ୍କ ଝିଅ ଜିଭା(ziva)କୁ ଗାଡିରେ ବସାଇ ବୁଲାଉଥିବାର ଏକ ଭିଡ଼ିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି. ତେବେ ଏହି ଭିଡ଼ିଓଟି ସାଧାରଣରେ ବେଶ ପ୍ରଶଂସା ସାଉଣ୍ଟିଛି. ବ୍ୟକ୍ତିଗତ ଜୀବନରେ ଜଣେ ପିତାଙ୍କ କର୍ତ୍ତବ୍ୟ ତୁଲାଉଥିବା ନେଇ କହି ପ୍ରଶଂସକମାନେ ବେଶ ପ୍ରଶଂସା କରିଛନ୍ତି. ଏହା ସହିତ ସେ ଲକଡାଉନ ସମୟରେ ପରିବାରକୁ ଭରପୁର ସମୟ ଦେଉଥିବା ମଧ୍ୟ ପ୍ରଶଂସକମାନେ କହି ପ୍ରଶଂସା କରିଛନ୍ତି।
ସୂଚନା ଯୋଗ୍ୟ ଇଣ୍ଡିଆନ ପ୍ରିମିୟର ଲିଗ ତଥା IPLର ମ୍ୟାଚ ଶେଷ ହେବା ପରେ ହିଁ ଧୋନୀ ନିଜ ଝିଅ ପାଖକୁ ଆସିଥାନ୍ତି. ବର୍ତ୍ତମାନ ସମୟରେ କିନ୍ତୁ ସମଗ୍ର ଦେଶରେ ଲକଡାଉନ ସ୍ଥିତି ଜାରି ରହିଥିବାରୁ କୌଣସି ପ୍ରକାର କାର୍ଯ୍ୟକ୍ରମ ବନ୍ଦ ରହିଛି. ତେବେ ଆୟୋଜନ ହେବାକୁ ଥିବା ଆଇପିଏଲ ମଧ୍ୟ ବନ୍ଦ ରହିଛି. ସମଗ୍ର ଦେଶ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ଠପ ହୋଇ ରହିଛି. ଏହି ସମୟରେ ଧୋନୀ ବର୍ତ୍ତମାନ ତାଙ୍କ ପରିବାରକୁ ସମୟ ଦେଉଥିବା ଦେଖିବାକୁ ମିଳୁଛି।
ସେପଟେ ଜିଭାଙ୍କୁ ଅଧିକାଂଶ ସମୟରେ ମୈଦାନରେ ଦେଖିବାକୁ ମିଳିଥାଏ. ଖେଳ ଶେଷ ପରେ ସେ ତାଙ୍କ ବାପା ଧୋନୀଙ୍କ ନିକଟକୁ ଯାଉଥିବା ଦେଖିବାକୁ ମିଳିଥାଏ. ଏପରିକି ଧୋନୀ ପଡ଼ିଆରେ ଖେଳୁଥିବା ସମୟରେ ତାଙ୍କ ପାଇଁ ଜିଭା ତାଳି ମଧ୍ୟ ମାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥାଏ. ଏନେଇ ଧୋନୀ କୁହନ୍ତି, ଏହା ଏକ ଭାବନା ଠାରୁ ମଧ୍ୟ ଅଧିକ. କାରଣ ମୋତେ ଲାଗୁଛି ଯେ, ଜୀବନର ବାସ୍ତବତାରେ ଅନେକ ପ୍ରସଂଗକୁ ଧ୍ୟାନ ଦେଇନାହିଁ. ମୁଁ ଯେତେବେଳେ ବାହାରେ ଥାଏ, ସେହି ସମୟରେ ମୋତେ ଜିଭାର କଥା ମନେପଡ଼ିଥାଏ. ମାତ୍ର କ୍ରିକେଟ ଯେପରି ପ୍ରଭାବିତ ନ ହୁଏ ସେଥିପ୍ରତି ମଧ୍ୟ ମୋତେ ଧ୍ୟାନ ଦେବାକୁ ହୋଇଥାଏ. ତେବେ ଜିଭା ଘରେ କଣ କରିଥାଏ, ବାହାରେ ଥିବା ସମୟରେ ମୋତେ ଜାଣିବାକୁ ବହୁତ ଇଚ୍ଛା ହୁଏ ବୋଲି ସେ କହିଛନ୍ତି।