କୋହଲି ପୁଣି ହେଲେ ନମ୍ୱର-୧ ବ୍ୟାଟ୍ସମ୍ୟାନ

କୋଲକାତାରେ ବାଂଲାଦେଶ ବିରୋଧରେ ଡେ-ନାଇଟ ମ୍ୟାଚରେ ଚତ୍ମକାର ୧୩୬ ରନର ଇଂନିସ ଖେଳିଥିଲେ କୋହଲି । ଯାହା ଫଳରେ ତାଙ୍କର ୯୨୮ ପଏଣ୍ଟ ହୋଇଯାଇଛି । ଏହା ଦ୍ୱାରା ସ୍ମିଥ ଠାରୁ ତାଙ୍କର ୫ ପଏଣ୍ଟ ଅଧିକ ବଢି ଯାଇଛି ।

କୋହଲି ପୁଣି ହେଲେ ନମ୍ୱର-୧ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ: ପୁଣିଥରେ ବିଶ୍ୱର ନମ୍ୱର-୧ ବ୍ୟାଟ୍ସମ୍ୟାନ ହୋଇଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି । ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ ଷ୍ଟିଭନ ସ୍ମିଥଙ୍କୁ ପଛରେ ପକାଇ ସେ ଏହି ମୁକୁଟ ପିନ୍ଧି ପାରିଛନ୍ତି । ବୁଧବାର ଜାରି ଆଇସିସିର ତାଜା ଟେଷ୍ଟ ର‍୍ୟାଙ୍କିଙ୍ଗରେ କୋହଲି ନମ୍ୱର ଏକ ସ୍ଥାନକୁ ଦଖଲ କରିଛନ୍ତି । ଏହା ପୂର୍ବରୁ ଏହି ସ୍ଥାନ ସ୍ମିଥର ଦଖଲରେ ରହିଥିଲା ।

କୋଲକାତାରେ ବାଂଲାଦେଶ ବିରୋଧରେ ଡେ-ନାଇଟ ମ୍ୟାଚରେ ଚତ୍ମକାର ୧୩୬ ରନର ଇଂନିସ ଖେଳିଥିଲେ କୋହଲି । ଯାହା ଫଳରେ ତାଙ୍କର ୯୨୮ ପଏଣ୍ଟ ହୋଇଯାଇଛି । ଏହା ଦ୍ୱାରା ସ୍ମିଥ ଠାରୁ ତାଙ୍କର ୫ ପଏଣ୍ଟ ଅଧିକ ବଢି ଯାଇଛି । ସ୍ମିଥ ପାକିସ୍ତାନ ବିରୋଧରେ ଏଡିଲେଟ ଟେଷ୍ଟରେ ୩୬ ରନର ଇଂନିସ ଖେଳିଥିଲେ । ଫଳରେ ସେ ୯୩୧ ପଏଣ୍ଟରୁ ଖସି ୯୨୩ ପଏଣ୍ଟକୁ ପହଞ୍ଚିଛନ୍ତି । 

ଚଳିତ ବର୍ଷ ସ୍ମିଥ ଇଂଲଣ୍ଡ ବିରୋଧରେ ଏସେଜ ସିରିଜର ୪ଟି ମ୍ୟାଚରେ ୭୭୪ ରନ କରି କୋହଲିଙ୍କ ଠାରୁ ନମ୍ୱର ୱାନର ସ୍ଥାନ ଛଡ଼ାଇ ନେଇଥିଲେ । କୋହଲି ଚଳିତ ବର୍ଷ ଆଉ କୌଣସି ଟେଷ୍ଟ ମ୍ୟାଚ ଖେଳିବେ ନାହିଁ । ତେଣୁ ସ୍ମିଥ ପାଖରେ ସୁଯୋଗ ରହିଛି, ପୁଣିଥରେ ଟେଷ୍ଟରେ ନମ୍ୱର ଏକ ବ୍ୟାଟ୍ସମ୍ୟାନ ହେବାର ସୁଯୋଗ ରହିଛି । କାରଣ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୨ଟି ଟେଷ୍ଟ ମ୍ୟାଚ ହେବାର ଅଛି ।