ନୂଆଦିଲ୍ଲୀ: ଦେଶସାରା ଧୁମଧାମରେ ପାଳନ କରାଗଲା କରୱାଚୌଥ ପର୍ବ । କ୍ରିକେଟ ଜଗତର ଷ୍ଟାରମାନେ ମଧ୍ୟ ପାଳନ କଲେ ଏହି ପର୍ବ । ଟିମ ଇଣ୍ଡିଆର ଖେଳାଳିଙ୍କ ପତ୍ନୀ ନିଜ ନିଜ ସ୍ୱାମୀଙ୍କ ପାଇଁ ବ୍ରତ ରଖି ସେମାନଙ୍କ ଦୀର୍ଘାୟୁ ପାଇଁ ଭଗବାନଙ୍କ ନିକଟକୁ ପ୍ରାର୍ଥନା କରିଥିଲେ ।
ବଲିଉଡ ଅଭିନତ୍ରୀ ଅନୁଷ୍କା ଶର୍ମା ନିଜ ସ୍ୱାମୀ ଓ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପାଇଁ ବ୍ରତ ରଖିଥିଲେ । ଅନୁଷ୍କା ସହ କୋହଲି କରୱାଚୌଥର ଏକ ଫଟୋ ଟ୍ୱିଟରରେ ସେୟାର କରିଛନ୍ତି । ଏହି ଟ୍ୱିଟରେ ସେ ଲେଖିଛନ୍ତି ଯେ, "ଯେଉଁ ଲୋକ ଏକା ସାଙ୍ଗରେ ଉପବାସ ରଖନ୍ତି, ସେମାନେ ଏକାସାଙ୍ଗରେ ଖୁସିରେ ରହନ୍ତି । କରୱାଚୌଥର ଶୁଭକାମନା ।"
ସେହିପରି କ୍ରିକେଟର ଶିଖର ଧୱନ ମଧ୍ୟ ନିଜ ପତ୍ନୀ ଆଇଶା ଧୱନଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଏହାସହ ସେ କରୱାଚୌଧର ଶୁଭକାମନା ଦେଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ, ହ୍ୟାପ୍ପି କରୱାଚୌଥ ମୋର ପ୍ରିୟା । ତୁମେ ବହୁ ଦୂରରେ ଅଛି, କିନ୍ତୁ ତୁମେ ସର୍ବଦା ମୋ ନିକଟରେ ରହୁଛ । ତୁମକୁ ଦେଖିବା ପାଇଁ ଆଉ ଅପେକ୍ଷା କରି ପାରୁନାହିଁ । ଲବ ୟୁ ଆଇଶା। ଅନ୍ୟ ସମସ୍ତ ବିବାହିତ ଯୋଡିଙ୍କୁ ମଧ୍ୟ ଶୁଭକାମନା ଜଣାଉଛି । ଭଗବାନ ଆପଣ ସମସ୍ତଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ଜୀବନ ସାରା ଏକାଠି ରଖନ୍ତୁ ।
ସୁରେଶ ରୈନା ମଧ୍ୟ କରୱାଚୌଥ ପର୍ବ ପାଳନ କରିଛନ୍ତି । ନିଜ ପତ୍ନୀ ପ୍ରିୟଙ୍କା ଚୌଧୁରୀଙ୍କ ସହ ଏକ ଫଟୋ ଟ୍ୱିଟରରେ ସେୟାର କରିଛନ୍ତି । ଅନ୍ୟପଟେ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହେୱାଗ ନିଜ ପତ୍ନୀଙ୍କ ସହ କରୱାଚୌଥର ଏକ ଫଟୋ ଟ୍ୱିଟରରେ ସେୟାର କରିଛନ୍ତି ।