)
ନୂଆଦିଲ୍ଲୀ: କୋରୋନା ସମୟରେ ସରକାରଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିମାନେ ବିଭିନ୍ନ ସଚେତନ ବାର୍ତ୍ତା ପ୍ରଦାନ କରି ଆସୁଛନ୍ତି। ତେବେ ଭାରତୀୟ ଦଳର ପୂର୍ବତନ ଧୁରନ୍ଧର ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହଓ୍ୱାଗ ବଡ଼ ଅଜବ ଧରଣର ସଚେତନ ବାର୍ତ୍ତା ବାଣ୍ଟିଛନ୍ତି। ତେବେ ସେହଓ୍ୱାଗ ସବୁବେଳେ ସୋସିଆଲ ମିଡ଼ିଆରେ ସକ୍ରିୟ ରହିଥାନ୍ତି। ସବୁବେଳେ କିଛି ନା କିଛି ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥାନ୍ତି।
In Haathon Ne Sirf Hathyaar Choodein Hain, Chalana Nahi Bhoolein.
Your talent isn't going anywhere. So please #StayHomeStaySafe pic.twitter.com/DA0X3iB9RF
— Virender Sehwag (@virendersehwag) April 7, 2020
ତେବେ ମଙ୍ଗଳବାର ଅନୁରୂପ ଭାବେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି ସେହଓ୍ୱାଗ। ଉକ୍ତ ଭିଡ଼ିଓରେ ସେହଓ୍ୱାଗ ଗୋଟିଏ ହାତରେ ଏକ ବ୍ୟାଟ ଧରିଛନ୍ତି। ଆଉ ଏହି ପୋଷ୍ଟରେ ଜିଦ୍ଦି ସିନେମାର ଏକ ଡାଇଲଗ ଲେଖିଛନ୍ତି। ସେ ଲେଖିଛନ୍ତି କି, ଇନ ହାଥୋନେ ସିର୍ଫ ହତିଆର ଛୋଡ଼େ ହେଁ, ଚଲାନା ନେହିଁ ଭୁଲେ। ଅର୍ଥାତ ଏହି ହାତ କେବଳ ହତିଆର ଛାଡ଼ିଛି, ଚଲାଇବା ଭୁଲି ନାହିଁ।
ଏହାକୁ ମଧ୍ୟ ବେଶ ସୁନ୍ଦର ଭାବେ ବୁଝାଇଛନ୍ତି ସେହଓ୍ୱାଗ। ସେ କହିଛନ୍ତି କି, ଘରେ ବସିଲେ ପ୍ରତିଭା ଶେଷ ହୋଇ ଯିବ ନାହିଁ। କିନ୍ତୁ ଘରେ ବସିଲେ ନିଜର ଜୀବନ ସୁରକ୍ଷିତ ରହିବ। ତେଣୁ ଏଭଳି ସଂକଟ ସମୟରେ ଘରୁ ନ ବାହାରିବାକୁ ସେ କହିଛନ୍ତି।