ରାଜନୀତି ନୁହେଁ ଆତ୍ମନିର୍ଭର ଭାରତ ପାଇଁ ଭର୍ଚ୍ୟୁଆଲ ରାଲି ହୋଇଥିବା ନେଇ ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ |
Trending Photos
)
ପାଟନା: କେନ୍ଦ୍ରରେ କ୍ଷମତାସୀନ ଶାସକ ଭାରତୀୟ ଜନତା ପାର୍ଟି(ବିଜେପି) ପ୍ରଥମ ଥର ଭର୍ଚ୍ୟୁଆଲ ରାଲିର ଆୟୋଜନ କରାଯିବ ସହ, ବିହାର ବିଧାନସଭା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନୀ ବିଗୁଲ ବଜାଯାଇଛି | ବିଜେପି ପକ୍ଷରୁ ହେବାକୁ ଥିବା ୭୫ଟି ଭର୍ଚ୍ୟୁଆଲ ରାଲିର ଶୁଭାରମ୍ଭ ବିହାର ଜନସମ୍ବାଦ ମାଧ୍ୟମରେ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ |
ଏହି ରାଲିରେ ଯୋଗ ଦେଇ ଗୃହମନ୍ତ୍ରୀ ଶାହ କହିଛନ୍ତି ଏହି ରାଲି ରାଜନୀତି ପାଇଁ ନୁହେଁ ଆତ୍ମନିର୍ଭର ଭାରତ ପାଇଁ କରାଯାଇଛି | ଭାରତର ରାଜନୈତିକ ଇତିହାସରେ ପ୍ରଥମ ଥର ଭର୍ଚ୍ୟୁଆଲ ରାଲିର ଆୟୋଜନ କରାଯାଇଛି | ଏଥିରେ ଯୋଗ ଦେଇଥିବା ବିହାର ସମସ୍ତ ଦଳୀୟ କାର୍ଯ୍ୟକର୍ତ୍ତା ଭାଇଭଉଣୀଙ୍କୁ ମୁଁ ବିଜେପି ପକ୍ଷରୁ ସ୍ୱାଗତ କରୁଛି | ରାଲିରେ ଯୋଗ ଦେବା ଅବସରରେ ସେ କ'ଣ କହିଛନ୍ତି ତାହା ଉପରେ ପକାନ୍ତୁ ନଜର...
ସ୍ୱାଧିନ ଭାରତରେ ପ୍ରଥମ ଥର ପୂର୍ବତନ ପ୍ରଧାନମନ୍ତ୍ର ଶ୍ରମତୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରି ଗଣତନ୍ତ୍ରର ସ୍ୱର ଚାପିବାକୁ ଚେଷ୍ଟା କରିଥିଲେ | ସେତେବେଳେ ବିହାରର ଜନତା ଜୟପ୍ରକାଶ ନାରାୟଣ ନେତୃତ୍ୱରେ ଆରମ୍ଭ ହୋଇଥିବା ଆନ୍ଦୋଳନରେ ଭାଗ ନେଇ ପୁନର୍ବାର ଗଣତନ୍ତ୍ରର ସ୍ଥାପନା କରିଥିଲେ | ବିହାର ମାଟି ପ୍ରଥମ ଥର ପାଇଁ ଦୁନିଆକୁ ଲୋକତନ୍ତ୍ରର ଅନୁଭବ କରାଇଥିଲା | ଯେଉଁଠି ମଗଧ ସାମ୍ରାଜ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା, ସେହି ଭୂମି ସର୍ବଦା ଭାରତକୁ ଆଗେଇ ନେଇଛି |
ଏହି ରାଲିର ନିର୍ବାଚନ ସହ କୌଣସି ସମ୍ବନ୍ଧ ନାହିଁ | ବିଜେପି ଗଣତନ୍ତ୍ରରେ ବିଶ୍ୱାସ କରୁଥିବା ଦଳ | କରୋନା ସଙ୍କଟରେ, ଆମେ ଆମର ଜନସମ୍ପର୍କ ରୀତିନୀତିକୁ ଭୁଲି ପାରିବୁ ନାହିଁ | ମୁଁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଅଭିନନ୍ଦନ ଜଣାଉଛି, ସେ ୭୫ଟି ଭର୍ଚୁଆଲ୍ ରାଲି ମାଧ୍ୟମରେ ଜନସାଧାରଣଙ୍କ ସହ ସିଧାସଳଖ ଯୋଡି ହେବାର ସୁଯୋଗ ଦେଇଛନ୍ତି । ଆଜି ଯେତେବେଳେ ମୁଁ ଭର୍ଚୁଆଲ୍ ରାଲି ମାଧ୍ୟମରେ ଆପଣଙ୍କ ସହ ଯୋଗାଯୋଗ କରୁଛି, ସେତେବେଳେ କିଛି ଲୋକ ଥାଳି ବଜାଇ ରାଲିକୁ ସ୍ୱାଗତ କରିଛନ୍ତି ।
ଲୋକଙ୍କ ସହ ଯୋଡି ହେବା ପାଇଁ ଭର୍ଚ୍ୟୁଆଲ ରାଲିର ଆୟୋଜନ କରାଯାଇଛି | ଏହା ମାଧ୍ୟମରେ ରାଜନୈତିକ ଦଳର ଗୁଣଗାନ କରିବା ନେଇ କୌଣସି ଉଦ୍ଦେଶ୍ୟ ନାହିଁ | କୋରୋନା ବିରୋଧି ଲଢେଇରେ ସେମାନଙ୍କର ଧୈର୍ଯ୍ୟ ବଢାଇବାକୁ ଏହି ରାଲିର ଆୟୋଜନ କରାଯାଇଛି | ଯେଉଁଲୋକ ଏହାକୁ ରାଜନୈତିକ ଦୃଷ୍ଟିକୋଣରେ ଦେଖୁଛନ୍ତି ମୁଁ ସେମାନଙ୍କୁ କହିବାକୁ ଚାହେଁ, ସେମାନଙ୍କୁ କିଏ ଅଟକାଇଛି ଦିଲ୍ଲୀ ବସି ମଜା କରିବା ଅପେକ୍ଷା ଦିଲ୍ଲୀ, ପାଟନା ଏବଂ ଦରଭଙ୍ଗା ଲୋକଙ୍କ ସହବ ଯୋଡ଼ି ହେବା ପାଇଁ ଏକ ଭର୍ଚୁଆଲ ରାଲିର ଆୟୋଜନ କରି ପାରିଥାନ୍ତେ |
ବର୍ଷ ୨୦୧୪ରେ ପିଏମ ମୋଦି କହିଥିଲେ ପୂର୍ବ ଏବଂ ପଶ୍ଚିମ ଭାରତ ବିକାଶ ମଧ୍ୟରେ ବହୁତ ବଡ ଅନ୍ତର ରହିଛି | ସ୍ୱାଧିନତା ସମୟରେ ଦେଶର ଜିଡିପିରେ ପୂର୍ବ ଭାରତର ଯୋଗଦାନ ବହୁତ ଅଧିକ ଥିଲା, ମାତ୍ର ସ୍ୱାଧିନତା ପରେ ଦେଶର ଶାସନ ଗାଦିରେ ବସିଥିବା ସରକାରଙ୍କ ଯୋଗୁଁ ପୂର୍ବ ପଛୁଆ ଅଞ୍ଚଳ ଭାବେ ପରିଗଣିତ ହେଲା |
ବିଗତ ୬ ବର୍ଷ ମଧ୍ୟରେ ମୋଦି ସରକାର କୋଟି କୋଟି ଗରିବଙ୍କ ଜୀବନରେ ପରିବର୍ତ୍ତନ ଆଣିବାକୁ ପ୍ରୟାସ କରିଛନ୍ତି | ଯଦି ଏହା ଦ୍ୱାରା କିଏ ଅଧିକ ଲାଭବାନ ହୋଇଛନ୍ତି ସେମାନେ ହେଉଛନ୍ତି ଦେଶର ପୂର୍ବଭାଗରେ ବସବାସ କରୁଥିବା ଲୋକ | ଜଳ ଶକ୍ତି ମନ୍ତ୍ରଣାଳୟ ଗଠନ କରି ୨୫ କୋଟି ଲୋକଙ୍କ ପାଖରେ ପାଇପ ମାଧ୍ୟମରେ ଶୁଦ୍ଧ ଜଳ ପହଞ୍ଚାଇବାକୁ ଯୋଜନା କରିଛନ୍ତି |
ରାହୁଲ ଗାନ୍ଧୀ ସବୁବେଳେ କହୁଥିଲେ କୃଷକଙ୍କ ଋଣଛାଡ କରାଯାଉ | କେନ୍ଦ୍ରରେ ୧୦ ବର୍ଷ ପାଇଁ ତାଙ୍କ ସରକାର ରହିବା ସହ , ସେ ଦାବି କରୁଛନ୍ତି ଯେ, ପ୍ରାୟ ତିନି କୋଟି କୃଷକଙ୍କ ୬୦ ହଜାର କୋଟି ଟଙ୍କା ଋଣଛାଡ କରାଯାଇଛି | ପିଏମ ମୋଦି କିଷାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ ସାଢେ ୯ କୋଟି କୃଷକଙ୍କ ବ୍ୟାଙ୍କ ଖାତାରେ ୭୨ ହଜାର କୋଟି ଟଙ୍କା ପହଞ୍ଚାଇବା ବ୍ୟବସ୍ଥା କରିଛନ୍ତି |
ଭାରତୀୟ ଗଣତାନ୍ତ୍ରିକ ଇତିହାସରେ ଜନତା କର୍ଫ୍ୟୁ ସୁବର୍ଣ୍ଣ ଅକ୍ଷରରେ ଲେଖାଯିବ | ଦେଶର ଜଣେ ନେତାଙ୍କ ନିବେଦନ ପରେ ବିନା କୌଣସି ପୋଲିସ ବଳ ବ୍ୟବହାର ନକରି ସମଗ୍ର ଦେଶ ଘର ଭିତରେ ରହି ନିଜ ନେତାଙ୍କ ପକ୍ଷରୁ କରାଯାଇଥିବା ନିବେଦନକୁ ସମ୍ମାନିତ କରିଥିଲେ ଲୋକେ | ସେ ଲୋକଙ୍କୁ ଥାଳି କିମ୍ବା ଘଣ୍ଟି ବଜାଇବାକୁ କୁହନ୍ତୁ, ଦୀପ ଜାଳିବାକୁ କୁହନ୍ତୁ , ସେନା ଯବାନଙ୍କ ଦ୍ୱାରା କୋରୋନା ଯୋଦ୍ଧାଙ୍କ ଉପରେ ଆକାଶରୁ ଫୁଲ ପକାଇବାକୁ କୁହନ୍ତୁ ସମସ୍ତ ନିବେଦନ ସ୍ୱାଗତ ଜଣାଇଛନ୍ତି ଲୋକେ । କିଛି ଲୋକ ଏହାକୁ ଏହା ପଛରେ ରାଜନୈତିକ ଏଜେଣ୍ଡା ଥିବା ପ୍ରଚାର କରୁଛନ୍ତି, ସେମାନେ ଏହା ଜାଣୁନାହାଁନ୍ତି ଏହା ଦେଶକୁ ଏକ କରିବା ପାଇଁ ଏକ ଅଭିଯାନ।
କୋରୋନା ଯୁଦ୍ଧରେ ୧୩୦ କୋଟି ଜନତା ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଛିଡା ହୋଇଛନ୍ତି | ଦେଶର କୋଣ ଅନୁକୋଣରେ ହୋଇଥିବା ବିକାଶର ବିହାର ଲୋକଙ୍କ ଭୂମିକା ରହିଛି | ଯେଉଁମାନେ ସେମାନଙ୍କୁ ଅପମାନିତ କରୁଛନ୍ତି ସେମାନେ ପ୍ରବାସୀ ଶ୍ରମିକଙ୍କ ସାମର୍ଥ୍ୟକୁ ବୁଝୁନାହାଁନ୍ତି |
ପ୍ରବାସୀ ଶ୍ରମିକଙ୍କ ସହ କେନ୍ଦ୍ର ସରକାର ଦୃଢ ଭାବେ ଛିଡା ହୋଇଛନ୍ତି | କରୋନା ମହାମାରୀ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରବାସୀ ଶ୍ରମିକଙ୍କୁ ସମ୍ମାନର ସହ ରଖିବା ପାଇଁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ଦେବା ସହ ସେମାନଙ୍କ ପାଇଁ ୧୧ ହଜାର କୋଟି ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା କରିଛନ୍ତି |
ମୁଁ ଆଜି ଏହି ମଞ୍ଚରୁ କହିବାକୁ ଚାହେଁ ଯେ ଦେଶର କୌଣସି ଭାଗ ତାହା ମୁମ୍ବାଇ, ଦିଲ୍ଲୀ, ହରିୟାଣା, ଗୁଜୁରାଟ, କର୍ଣ୍ଣାଟକ, ତାମିଲନାଡୁ, ଯେଉଁ ଅଞ୍ଚଳ ବିକଶିତ ହୋଇଛି ସେଥିରେ ଆମ ବିହାର ପ୍ରବାସୀ ଶ୍ରମିକଙ୍କ ଭୂମିକା ରହିଛି | ଏପରିକି ଦେଶର ବିକାଶରେ ମଧ୍ୟ ସେମାନଙ୍କ ଭୂମିକା ରହିଛି | ପ୍ରାୟ ୧.୨୫ କୋଟି ପ୍ରବାସୀ ଶ୍ରମିକଙ୍କୁ ହଜାର ହଜାର ଟ୍ରେନ୍ ମାଧ୍ୟମରେ ସେମାନଙ୍କ ଘରକୁ ପଠାଯାଇଥିଲା। ସେମାନଙ୍କ ପାଇଁ ଖାଦ୍ୟ ଏବଂ ପାନୀୟ ଜଳ ଯୋଗାଇ ଦିଆଯାଉଥିଲା। ଏପରିକି କ୍ୱାରେଣ୍ଟାଇନର ବ୍ୟବସ୍ଥା କରାଯାଇଥିଲା |
ନରେନ୍ଦ୍ର ମୋଦି ଗତ କ୍ୟାବିନେଟରେ 'ଗୋଟିଏ ଦେଶ-ଗୋଟିଏ ରାସନ କାର୍ଡ' ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିଲା | ବିହାର, ଉତ୍ତରପ୍ରଦେଶ, ଓଡିଶାର ଶ୍ରମିକ ଦେଶର ବିଭିନ୍ନ ସ୍ଥାନରେ କାମ କରୁଛନ୍ତି । ଏହା ସହ ବର୍ତ୍ତମାନ ଶ୍ରମିକ ଭାଇଭଉଣୀ ସେମାନଙ୍କ ରାସନ ଦେଶର ଯେକୌଣସି ସ୍ଥାନରେ ନେଇପାରିବେ | ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଲୋକଙ୍କ ନିକଟରେ ସହାୟତା ପହଞ୍ଚିବାର କାର୍ଯ୍ୟ ଜାରି ରଖିଛନ୍ତି |