ଭୋଡାଫୋନର ୮୪ ଦିନର ଭାଲିଡିଟି ପ୍ଲାନରେ ପ୍ରତିଦିନ ମିଳିବ ୩ ଜିବି ଡାଟା

ନିକଟ ଅତୀତରେ ଭୋଡାଫୋନ ଗ୍ରାହକଙ୍କ ବହୁ ରିଜାର୍ଚ ପ୍ଲାନ ଉପଲବ୍ଧ କରାଇଥିଲା । ଭୋଡାଫୋନର ପୋର୍ଟଫୋଲିୟୋରେ ବହୁ ଆକର୍ଷକ ପ୍ଲାନ୍ସ ରହିଛି । ଏହାସହ କମ୍ପାନୀ ସମୟ ସମୟରେ ଗ୍ରାହକଙ୍କୁ ଏଡିଶନାଲ ବେନିଫିଟ ମଧ୍ୟ ଉପଲବ୍ଧ କରାଉଛି । ଉଦାହରଣ ଭାବେ କମ୍ପାନୀ ୧୯୯ ଟଙ୍କାର ପ୍ଲାନରେ ନିର୍ଦ୍ଦିଷ୍ଟ କିଛି କ୍ଷେତ୍ରରେ ସିମିତ ସମୟ ପାଇଁ ପ୍ରତିଦିନ ୩ ଜିବି ଡାଟା ଦେଉଛି । ମୁଖ୍ୟତଃ ଏହି ପ୍ଲାନରେ ୧.୫ ଜିବି ଡାଟା ଦିଆଯାଇଥାଏ ।

ଭୋଡାଫୋନର ୮୪ ଦିନର ଭାଲିଡିଟି ପ୍ଲାନରେ ପ୍ରତିଦିନ ମିଳିବ ୩ ଜିବି ଡାଟା

ନୂଆଦିଲ୍ଲୀ: ନିକଟ ଅତୀତରେ ଭୋଡାଫୋନ ଗ୍ରାହକଙ୍କ ବହୁ ରିଜାର୍ଚ ପ୍ଲାନ ଉପଲବ୍ଧ କରାଇଥିଲା । ଭୋଡାଫୋନର ପୋର୍ଟଫୋଲିୟୋରେ ବହୁ ଆକର୍ଷକ ପ୍ଲାନ୍ସ ରହିଛି । ଏହାସହ କମ୍ପାନୀ ସମୟ ସମୟରେ ଗ୍ରାହକଙ୍କୁ ଏଡିଶନାଲ ବେନିଫିଟ ମଧ୍ୟ ଉପଲବ୍ଧ କରାଉଛି । ଉଦାହରଣ ଭାବେ କମ୍ପାନୀ ୧୯୯ ଟଙ୍କାର ପ୍ଲାନରେ ନିର୍ଦ୍ଦିଷ୍ଟ କିଛି କ୍ଷେତ୍ରରେ ସିମିତ ସମୟ ପାଇଁ ପ୍ରତିଦିନ ୩ ଜିବି ଡାଟା ଦେଉଛି । ମୁଖ୍ୟତଃ ଏହି ପ୍ଲାନରେ ୧.୫ ଜିବି ଡାଟା ଦିଆଯାଇଥାଏ ।

ଏୟାରଟେଲର ୫୫୮ ଟଙ୍କାର ପ୍ରିପେଡ ପ୍ଲାନ ପରି ଭୋଡାଫୋନ ପାଖରେ ୫୬୯ ଟଙ୍କାର ପ୍ଲାନ ରହିଛି । ଏହା ପ୍ଲାନରେ ପ୍ରତିଦିନ ୩ ଜିବି ଡାଟା, ଅନଲିମିଟେଡ ଭୋଏସ କୋଲିଂ ଓ ପ୍ରତିଦିନ ୧୦୦ ଏସଏମଏସ ଦିଆଯାଉଛି । ଏହି ପ୍ଲାନର ସମୟ ଅବଧି ହେଉଛି ୮୪ ଦିନ । ଅନ୍ୟପକ୍ଷେ ଏୟାରଟେଲ ଓ ଭୋଡାଫୋନର ପ୍ଲାନରେ ବହୁତ ତଫାତ ରହିଛି ।

 ଭୋଡାଫୋନ ୫୬୯ ଟଙ୍କାର ପ୍ଲାନ ପରି ୫୦୯, ୪୭୯, ୪୫୮, ୩୯୯, ୨୫୫ ଓ ୧୯୯ ଟଙ୍କାର ପ୍ଲାନରେ ଅନଲିମିଟେଡ କୋମ୍ୱୋ ପ୍ଲାନ ରହିଛି । ଏଥିରେ ପ୍ରତିଦିନ ୩ ଜିବି ଡାଟା ମିଳୁଛି । ଅର୍ଥାତ ଏହି ଭାଲିଡିଟି ଶେଷ ହେବା ଯାଏ ଆପଣଙ୍କୁ ମୋଟ ୨୫୨ ଜିବି ଡାଟା ମିଳିବ । ଏହାସହ ଏହି ପ୍ଲାନରେ ଭଏସ କୋଲିଂ ଓ ୮୪ ଦିନର ଭାଲିଡିଟି ମଧ୍ୟରେ ପ୍ରତିଦିନ ୧୦୦ ଏସଏମଏସ ଦିଆଯାଉଛି । ଭୋଡାଫୋନର ଏହି ପ୍ଲାନର ବିଶେଷତ୍ୱ ଏହା ଯେ ଏଥିରେ ଅନମିଲିଟେଡ ଭୋଏସ କୋଲିଂ ମିଳୁଛୁ ।