• ବିଧାନସଭାରେ ଉପସ୍ଥାପିତ ହେଉଛି ରାଜ୍ୟ ବଜେଟ
  • ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କରୁଛନ୍ତି ଉପସ୍ଥାପନ
  • ବଜେଟ-୨୦୨୦ ଉପରେ ରାଜ୍ୟବାସୀଙ୍କ ନଜର
  • ଆଇପିଏଲ ଅପଡେଟ: ମାର୍ଚ୍ଚ ୨୯ରୁ ଆଇପିଏଲ ମହାକୁମ୍ଭ, ମେ ୨୪ରେ ଫାଇନାଲ
  • ଆଇପିଏଲ ଅପଡେଟ: ମୁମ୍ବାଇରେ ଚେନ୍ନାଇ ଓ ମୁମ୍ବାଇ ମଧ୍ୟରେ ଖେଳାଯିବ ଉଦଘାଟନୀ ମ୍ୟାଚ
  • ଇଷ୍ଟାଗ୍ରାମରେ କୋହଲିଙ୍କ ବିରାଟ ରେକର୍ଡ
  • ପ୍ରଥମ ଭାରତୀୟ ଭାବେ ୫୦ ମିଲିୟନ ଫଲୋୟର୍ସ

ଭାରତରେ ସେବା ବନ୍ଦ କରିବ Vodafone-Idea !

ଭାରତରେ ନିଜ ସେବା ବନ୍ଦ କରିପାରନ୍ତି ଭୋଡାଫୋନ-ଆଇଡିଆ, ଆଜି ବୋର୍ଡ ବୈଠକରେ ନିଆଯିବ ନିଷ୍ପତ୍ତି: ରିପୋର୍ଟ

ଭାରତରେ ସେବା ବନ୍ଦ କରିବ Vodafone-Idea !

ନୂଆଦିଲ୍ଲୀ: ଭାରତରେ ବନ୍ଦ ହୋଇପାରେ Vodafone-Ideaର ସର୍ଭିସେସ । କାରଣ ସୁପ୍ରିମକୋଟର ଆଦେଶ ପରେ ଟେଲିକୋମ କମ୍ପାନୀ ଭୋଡାଫୋନ ଓ ଆଇଡିଆ ବଡ଼ ସଙ୍କଟରେ ଫସି ଯାଇଛି । ପ୍ରତିମାସରେ ଅତ୍ୟାଧିକ କ୍ଷତି ସହିବା ପରେ ଭୋଡାଫୋନ ଓ ଆଇଡିଆକୁ ନିଜ ସେବା ଜାରି ରଖିବାକୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡୁଛି । ଏଥିପାଇଁ କମ୍ପାନୀର ବୋର୍ଡ ବୈଠକରେ ଆଜି ଅର୍ଥାତ ଶନିବାର ଭାରତରେ କମ୍ପାନୀର ଭବିଷ୍ୟତକୁ ନେଇ ନିଷ୍ପତ୍ତି ନିଆଯିବ । 

ରିପୋର୍ଟ ଅନୁସାରେ, ଡିଓଟିର ଅର୍ଥ ପୈଠ କରିବା ପାଇଁ କମ୍ପାନୀ ପାଖରେ ଅନ୍ୟ କୌଣସି ବାଟ ଅଛି କି ନାହିଁ, ତାହା ଏହି ବୈଠକରେ ଆଲୋଚନା କରାଯିବ । ଆପଣଙ୍କୁ କହି ରଖୁଛୁ ଯେ ଡିସେମ୍ୱର ୨୦୧୯ରେ ଭୋଡା-ଆଇଡିଆର ଚେୟାରମ୍ୟାନ କୁମାର ମଙ୍ଗଳମ ବିଡ଼ଲା କହିଥିଲେ ଯେ ଯଦି ସରକାର ଦ୍ୱାରା ଆର୍ଥିକ ସାହାଯ୍ୟ ଯୋଗାଇ ନ ଦିଆଯାଉଛି, ତେବେ ବାଧ୍ୟ ହୋଇ କମ୍ପାନୀ ବନ୍ଦ କରିବାକୁ ପଡ଼ିବ । 

ଭୋଡାଫୋନ ଓ ଆଇଡିଆ କମ୍ପାନୀ ଉପରେ ୫୩,୦୦୦ କୋଟି ଟଙ୍କାର AGR(ଅଡଜେଷ୍ଟଡ ଗ୍ରାସ ରେଭେନ୍ୟୁ)ର ବକୟା ରହିଛି । କମ୍ପାନୀକୁ ତୈମାସ ଅର୍ଥାତ ଅକ୍ଟୋବର-ଡିସେମ୍ୱରରେ ସର୍ବମୋଟ ୬,୪୩୯ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି । କମ୍ପାନୀକୁ କ୍ରମାଗତ ଷଷ୍ଠ ତ୍ରୈମାସରେ କ୍ଷତି ସହିବାକୁ ପଡ଼ିଛି । ଏହି ଖବର ଆସିବା ପରେ କମ୍ପାନୀର ଶେୟାରରେ ୨୦ ପ୍ରତିଶତରୁ ଉର୍ଦ୍ଧ୍ୱ ହ୍ରାସ ଦେଖା ଦେଇଛି ।