Vodafone-Ideaର ବଡ଼ ଘୋଷଣା, ଡିସେମ୍ୱର ପହିଲାରୁ ମହଙ୍ଗା ହେବ ସବୁ ପ୍ଲାନ
Advertisement

Vodafone-Ideaର ବଡ଼ ଘୋଷଣା, ଡିସେମ୍ୱର ପହିଲାରୁ ମହଙ୍ଗା ହେବ ସବୁ ପ୍ଲାନ

ନୂଆଦିଲ୍ଲୀ: Vodafone-Idea ଡିସେମ୍ୱର ପହିଲାରୁ ନିଜ ପ୍ଲାନର ଦାମକୁ ବୃଦ୍ଧି କରିବାର ଘୋଷଣା କରିଛି । ନିକଟ ଅତୀତରେ ରିଲାଏନ୍ସ ଜିଓ ICUର କଥା କହି ଅନ୍ୟ ନେଟୱର୍କରେ କଲିଂ କଲେ ଗ୍ରାହକଙ୍କ ଠାରୁ ଟଙ୍କା ଆଦାୟ କରିବା ଆରମ୍ଭ କରିଥିଲା । 

Vodafone-Ideaର ବଡ଼ ଘୋଷଣା, ଡିସେମ୍ୱର ପହିଲାରୁ ମହଙ୍ଗା ହେବ ସବୁ ପ୍ଲାନ

ନୂଆଦିଲ୍ଲୀ: Vodafone-Idea ଡିସେମ୍ୱର ପହିଲାରୁ ନିଜ ପ୍ଲାନର ଦାମକୁ ବୃଦ୍ଧି କରିବାର ଘୋଷଣା କରିଛି । ନିକଟ ଅତୀତରେ ରିଲାଏନ୍ସ ଜିଓ ICUର କଥା କହି ଅନ୍ୟ ନେଟୱର୍କରେ କଲିଂ କଲେ ଗ୍ରାହକଙ୍କ ଠାରୁ ଟଙ୍କା ଆଦାୟ କରିବା ଆରମ୍ଭ କରିଥିଲା । ଏହାକୁ ଦୃଷ୍ଟିରେ ରଖି ଭୋଡାଫୋନା ଓ ଆଇଡିଆ ମଧ୍ୟ ନିଜ ପ୍ଲାନର ଦାମରେ ବୃଦ୍ଧି କରିବାର ନିଷ୍ପତ୍ତି ନେଇଛି । ଅନ୍ୟପକ୍ଷେ କମ୍ପାନୀର ଆର୍ଥିକ ଅବସ୍ଥା ଭଲ ନାହିଁ କାରଣ ଏହି ତ୍ରୈମାସରେ କମ୍ପାନୀକୁ ବଡ଼ ଝଟକା ଲାଗିଛି ।

ଟେଲିକମ କମ୍ପାନୀ ଭୋଡାଫୋନ-ଆଇଡିଆକୁ ଦ୍ୱିତୀୟ ତ୍ରୈମାସରେ ବର୍ତ୍ତମାନ ଯାଏ ସବୁଠାରୁ ବଡ଼ ୫୦,୯୨୧ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି । ଏତିକି ନୁହଁ ଏୟାରଟେଲକୁ ମଧ୍ୟ କ୍ଷତି ସହିବାକୁ ପଡିଛି । ସରକାରଙ୍କ ତରଫରୁ AGR ଅର୍ଥାତ ଏଡଜଷ୍ଟେଡ ଗ୍ରୋସ ରେଭେନ୍ୟୁ ଆଦାୟ କରାଯାଇଥାଏ । ଏହି କାରଣରୁ ମଧ୍ୟ ଏହି କମ୍ପାନୀଙ୍କ ଉପରେ ବୋଝ ପଡ଼ିଛି । ସୁପ୍ରିମକୋର୍ଟ ଚଳିତ ବର୍ଷ ଅକ୍ଟୋବର ୨୪ରେ ନିଜ ରାୟରେ ଟେଲିକମ ବିଭାଗକୁ ଟେଲିକମ କମ୍ପାନୀ ଠାରୁ AGR ରୂପେ ୯୪ ହଜାର କୋଟି ଟଙ୍କା ଆଦାୟ କରିବା ପାଇଁ ଅନୁମତି ଦେଇଥିଲେ । ଅନ୍ୟପକ୍ଷେ ଏଥିରେ ସୁଧ ଓ ଜରିମାନା ଯୋଡି ଦେଲେ ୧.୩ ଲକ୍ଷ କୋଟି ଟଙ୍କା ହୋଇଥାଏ ।

ଲଗାତର ଖବର ମଧ୍ୟ ଆସୁଛି ଭୋଡାଫୋନ ଭାରତରୁ ନ୍ଜ ବିଜନେସ ବନ୍ଦ କରିବାର ଯୋଜନା କରୁଛି । ବର୍ତ୍ତମାନ ଯାଏ କମ୍ପାନୀ ତରଫରୁ ଏନେଇ କୌଣସି ସ୍ପଷ୍ଟୋକ୍ତି ଆସିନାହିଁ । ଭୋଡାଫୋନ ଆଇଡିଆ ନିଜ ବୟାନରେ କହିଛି ଯେ ଆମ ଗ୍ରାହକଙ୍କୁ ବିଶ୍ୱସ୍ତରୀ ଡିଜିଟାଲ ଏକ୍ସପିରିଏନ୍ସ ଯୋଗାଇବା ପାଇଁ ଆମେ ନିଜ ଟାରିଫକୁ ଡିସେମ୍ୱର ୧ରୁ ବୃଦ୍ଧି କରିବାକୁ ଯାଉଛୁ । କମ୍ପାନୀ ପାଖରେ ଭାରତରେ ୩୦୦ ମିଲିୟନ ମୋବାଇଲ ଗ୍ରାହକ ରହିଛି । ଅନ୍ୟପଟେ କମ୍ପାନୀ ସ୍ପଷ୍ଟ କରିନାହିଁ ଯେ ଏହି ପ୍ଲାନରେ କେତେ ଟଙ୍କାର ବୃଦ୍ଧି କରାଯିବ । ଏକଥା ସ୍ପଷ୍ଟ ଯେ କମ୍ପାନୀ ପ୍ରିପ୍ରେଡ ଓ ପୋଷ୍ଟପେଡ ଗ୍ରାହକଙ୍କ ପାଇଁ ଦାମ ବୃଦ୍ଧି କରିବାକୁ ଯାଉଛି  ।