ପରାଜୟ ମାନିନେଲା ବିଜେପି !

ଆପକୁ ଖୁସ କରିଦେଲେ 'ସ୍ୱାମୀଜୀ'

ପରାଜୟ ମାନିନେଲା ବିଜେପି !
ଫାଇଲ ଫଟୋ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଥିବା ବେଳେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀଙ୍କ ଟ୍ୱିଟକୁ ନେଇ ଆପ୍ ଖୁସ୍ । ଆପର ବିଜୟ ହେବ ବୋଲି ପରୋକ୍ଷରେ ଇଙ୍ଗିତ କରିଛନ୍ତି ସୁବ୍ରମଣ୍ୟମ । କିଛି ସମୟ ପୂର୍ବରୁ ସେ କରିଥିବା ଟ୍ୱିଟ ହିଁ ଏମିତି କିଛି ଇଙ୍ଗିତ କରୁଛି । ଯାହାକୁ ନେଇ ଖୁସ ହୋଇଯାଇଛନ୍ତି ଆପ୍ ସାଂସଦ ସଞ୍ଜୟ ସିଂହ । କହିଛନ୍ତି, ଧନ୍ୟବାଦ ସ୍ୱାମୀଜୀ । 

a

କିଛି ସମୟ ପୂର୍ବରୁ ଦିଲ୍ଲୀ ବିଧାନସଭା ନିର୍ବାଚନ ଉପରେ ଏକ ଟ୍ୱିଟ କରିଥିଲେ ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ । ଏଥିରେ ସେ ଲେଖିଛନ୍ତି, ''ମୋ ଭୋଟ ବ୍ୟତୀୟ ଝାଡ଼ୁକୁ ବହୁ ଭୋଟ ମିଳିବାକୁ ଯାଉଛି । ବଜେଟ ଗୁଗଲି ପରେ ମୋତେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ଛିଡ଼ା ହେବାର ଅଛି । ''

ତେବେ ଆପକୁ ବହୁ ଭୋଟ ମିଳିବ ବୋଲି ସୁବ୍ରମଣ୍ୟମ ଇଙ୍ଗିତ କରିବା ପରେ ଆପ୍ ନେତା ସଞ୍ଜୟ ସିଂହ ଖୁସିବ୍ୟକ୍ତ କରିଛନ୍ତି । ରିଟ୍ୱିଟ କରି ଲେଖିଛନ୍ତି, ''ବିଜେପି ସାଂସଦ ମଧ୍ୟ ଶେଷରେ ମାନିନେଲେ, କେଜ୍ରିୱାଲ ପୁଣିଥରେ ଆସୁଛନ୍ତି । ଧନ୍ୟବାଦ ସ୍ୱାମୀଜୀ ।''

1

କହିରଖୁଛୁ, ସକାଳ ୮ଟାରୁ ଆରମ୍ଭ ହୋଇଛି ମତଦାନ । ୭୦ ନିର୍ବାଚନମଣ୍ଡଳୀରେ ମୋଟ ୧.୪୭ କୋଟି ମତଦାତା ନିଜର ମତଦାନ ସାବ୍ୟସ୍ତ କରିବେ । ନିର୍ବାଚନ ପାଇଁ ଦିଲ୍ଲୀ ପୋଲିସ, ହୋମଗାର୍ଡ ଏବଂ ଅର୍ଦ୍ଧ ସାମରିକ ବାହିନୀର ୭୫ ହଜାର ସୁରକ୍ଷା କର୍ମୀ ନିୟୋଜିତ ଅଛନ୍ତି । ୧୩, ୭୫୧ଟି ବୁଥ୍‌ରେ ମତଦାନ ଜାରି ରହିଥିବାବେଳେ ଏହା ସନ୍ଧ୍ୟା ୬ଟା ଯାଏଁ ଚାଲିବ। ଏଥିରେ ୬୭୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।

ଆହୁରି ପଢ଼ନ୍ତୁ; ଭୋଟ ପୂର୍ବରୁ କେଜ୍ରିୱାଲଙ୍କ ଟ୍ୱିଟରେ ଖପ୍ପା ହେଲେ ଦିଲ୍ଲୀ ମହିଳା