close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଭୋଟ ଦେଉଛି ବିଜେପୁର, ମତଦାନ କେନ୍ଦ୍ରରେ ଖଚାଖଚ ଭିଡ

ଆଜି ବିଜେପୁର ଉପନିର୍ବାଚନ । ଆରମ୍ଭ ହେଲା ମତଦାନ ପ୍ରକ୍ରିୟା ।

ଭୋଟ ଦେଉଛି ବିଜେପୁର, ମତଦାନ କେନ୍ଦ୍ରରେ ଖଚାଖଚ ଭିଡ
bijepur by election update

ବରଗଡ: ଆଜି ବିଜେପୁର ଉପନିର୍ବାଚନ । ଆରମ୍ଭ ହେଲା ମତଦାନ ପ୍ରକ୍ରିୟା । ମଇଦାନରେ ୬ ପ୍ରାର୍ଥୀ । ସମୁଦାୟ ୨,୩୨,୦୫୫ ଜଣ ପଞ୍ଜୀକୃତ ଭୋଟର ୨୮୫ ବୁଥରେ ମତଦାନ କରିବେ । ବିଜେପୁର କାହାର, ତାର ହେବ ଫଇସଲା । ମତଦାନକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । 

ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ସନ୍ଧ୍ୟା ୫ଟା ଯାଏଁ ଭୋଟ ଦେଇପାରିବେ ବିଜେପୁର ଜନତା । ମତଦାନ ପାଇଁ ଏଥର ଇଭିଏମ ସହ ଭିଭିପାଟକୁ ସଂଯୋଗ କରାଯାଇଛି ।  ଏଥିରେ ସ୍ଲିପ ପ୍ରିଣ୍ଟର ବ୍ୟବସ୍ଥା ହୋଇଛି । ଏହାରି ମଧ୍ୟମରେ ପ୍ରାର୍ଥୀ ଯାହାକୁ ଭୋଟ ଦେଇଛନ୍ତି, ପ୍ରକୃତରେ ତାଙ୍କ ଖାତାରେ ଭୋଟ ପଡିଛି ନାଁ ନାହିଁ ଜାଣିପାରିବେ । 

ସେହିପରି ଗତ ସାଧାରଣ ନିର୍ବାଚନ ବେଳେ ବିଭିନ୍ନ ସ୍ଥାନରେ ଇଭିଏମ ମେସିନ ଖରାପ ହୋଇଥିବା ଘଟଣା ନଜରକୁ ଆସିଥିଲା । ଯେଉଁଥିପାଇଁ  ଏହି ଉପନିର୍ବାଚନରେ ଏହା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।  ଯଦି କେଉଁଠି ଏପରି କିଛି ସମସ୍ୟା ଉପୁଜେ, ତେବେ ବ୍ଲକ କାର୍ଯ୍ୟାଳୟରେ ନିୟୋଜିତ ଥିବା ଅଭିଜ୍ଞ ଇଂଜିନିୟର ତୁରନ୍ତ ବୁଥକୁ ପହଞ୍ଚିବେ । 

ମତଦାନ ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି ରହିଛି । ୬ଟି ବୁଥ ଅତି ସମ୍ବେଦନଶୀଳ ଏବଂ ୧୨୯ଟି ବୁଥ ସମ୍ବେଦନଶୀଳ ରହିଛି । ତେଣୁ ଏହି ବୁଥଗୁଡିକରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ମତଦାନ ବେଳେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜେ, ତା ଉପରେ ଗୁରୁତ୍ୱ ଦିଆଯାଇଛି । ତେବେ ଆଜି ମତଦାନ ଆରମ୍ଭ ନହେଉଣୁ ବୁଥଗୁଡିକରେ ଖଚାଖଚ ଭିଡ ଦେଖିବାକୁ ମିଳିଛି । ମତଦାନକୁ ନେଇ ବେଶ ଉତ୍ସାହିତ ଅଛନ୍ତି ବିଜେପୁର ଭୋଟର ।