Trending Photos
ନୂଆଦିଲ୍ଲୀ: ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦେଶରେ ଅଧିକାଂଶ ଅଞ୍ଚଳରେ କାଳବୈଶାଖିରେ ସମ୍ଭାବନା ରହିଛି। ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଅଧିକ ମାତ୍ରାରେ ପଡ଼ିବାର ସମ୍ଭାବନା ରହିଛି। ଉତ୍ତର ଓଡିଶା, ଦକ୍ଷିଣ ଓଡ଼ିଶାରେ ଏହାର ପ୍ରଭାବ ଅଧିକ ମାତ୍ରାରେ ପଡ଼ିବ ବୋଲି କେନ୍ଦ୍ରୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏପରିକି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୪୮ ଘଣ୍ଟା ମଧ୍ୟରେ କାଳବୈଶାଖୀର ସମ୍ଭାବନା ରହିଥିବା ନେଇ ବିଭାଗ ସୂଚନା ଦେଇଛି।
ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ମଧ୍ୟରେ ରହିଛି ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ ଢ଼େଙ୍କାନାଳ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ୬ଟି ଜିଲ୍ଲାରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ହୋଇପାରେ। ବିଜୁଳି, ଘଡ଼ଘଡ଼ି ଓ ବର୍ଷା ପବନର ସମ୍ଭାବନା ରହିଥିବା ସତର୍କ ସୂଚନା ଦିଆଯାଇଛି। ସେହିପରି ୟେଲୋ ଓ୍ଵାର୍ଣ୍ଣିଂ ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ଅନୁଗୋଳ, କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ପାଇଁ ଜାରି କରାଯାଇଛି।
ବିଭାଗ ଆହୁରି ମଧ୍ୟ କହିଛି ଯେ, ଓଡ଼ିଶା ସହିତ ଝାଡ଼ଖଣ୍ଡ, ପଞ୍ଜାବ, ହରିଆଣା, ରାଜସ୍ଥାନା, ପଶ୍ଚିମବଙ୍ଗ, ପୁର୍ବୋତ୍ତର ଭାରତ, ତାମିଲନାଡ଼ୁର ଅନ୍ତରୀଣ ବିଭାଗ, କେରଳ, କର୍ଣ୍ଣାଟକ, ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ଏହି ସମୟରେ ବର୍ଷାର ପରିମାଣ ବଢିବାର ସମ୍ଭାବନା ରହିଛି। ସେହିପରି ବିଭାଗ ଦିଲ୍ଲୀ, ନୋଏଡ଼ା, ଗାଜିଆବାଦ, ଫରିଦାବାଦ, ଗୁରୁଗ୍ରାମ, ସୋନୀପତ, ରେଓ୍ୱାଡ଼ି, ମହେନ୍ଦ୍ରଗଡ ପ୍ରମୁଖ ଅଞ୍ଚଳରେ ଘଡ଼ଘଡ଼ି ସହିତ ବର୍ଷାର ପରିମାଣ ବଢିପାରେ ବୋଲି ବିଭାଗ ଆଶଙ୍କା କରିଛି।
ସେହିପରି ବିଭାଗ କହିଛି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତରପ୍ରଦେଶ, ବିହାର, ମଣିପୁର, ମିଜୋରାମ, ତ୍ରିପୁରା, ମେଘାଳୟ ଉପ-ହିମାଳୟ ପଶ୍ଚିମବଙ୍ଗ, ସିକ୍କିମ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, କେରଳ, ଉପକୂଳ ତଥା ଆଭ୍ୟନ୍ତରୀଣ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଉତ୍ତର ଓଡ଼ିଶା, ଆଣ୍ଡାମାନ ଏବଂ ଆଣ୍ଡାମାନ ଏବଂ ନିକୋବର, ଜାମ୍ମୁ କାଶ୍ମୀର, ଲଦାଖ, ରାଜସ୍ଥାନ, ଉପକୂଳ ଆନ୍ଧ୍ରପ୍ରଦେଶ, ତାମିଲନାଡୁରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି, ତା’ପରେ ବଜ୍ରପାତ ଏବଂ କୁଆପଥର ବର୍ଷା ହୋଇପାରେ।
ଆଇଏମଡି କହିଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଜାମ୍ମୁ କାଶ୍ମୀର, ଲଦାଖ, ଦିଲ୍ଲୀ-ଏନସିଆର, ଉତ୍ତରପ୍ରଦେଶ, କେରଳ, ଆଭ୍ୟନ୍ତରୀଣ ତାମିଲନାଡୁ, ଦକ୍ଷିଣ କର୍ଣ୍ଣାଟକରେ ପ୍ରବଳ ବର୍ଷା ହୋଇପାରେ, କିନ୍ତୁ ରାଜସ୍ଥାନର କିଛି ଅଂଶରେ ଧୂଳି ଝଡ଼ ବର୍ଷା ହେବାର ସମ୍ଭାବନା ରହିଛି। ଏହା ହେଉଛି, ଦେଶର ଉତ୍ତର-ପୂର୍ବ ଅଞ୍ଚଳରେ ବଜ୍ରପାତ ସହିତ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।