ଶ୍ରୀଲଙ୍କାକୁ ହାତେଇ ଭାରତ ବିରୋଧୀ ଅସ୍ତ୍ର ସଜାଇପାରେ ଚୀନ

ଗୋତବାୟା ରାଜପକ୍ଷେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେବା ପରେ ଭାରତର ଚିନ୍ତା ବଢିଛି । ରାଷ୍ଟ୍ରପତି ଥିବା ସିରିସେନାଙ୍କ ସ୍ଥାନରେ ନୂତନ ରାଷ୍ଟ୍ରପତି ଭାବେ ଶପଥ ନେବେ ଗୋତବାୟା । ବର୍ତ୍ତମାନର ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେଙ୍କ ସ୍ଥାନରେ ନୂତନ ରାଷ୍ଟ୍ରପତି ଗୋତବାୟା ନିଜ ବଡ ଭାଇ ମହିନ୍ଦା ରାଜପକ୍ଷେଙ୍କୁ ନିୟୁକ୍ତି ଦେଇପାରନ୍ତି ବୋଲି ସୂଚନା ମିଳୁଛି । ଶ୍ରୀଲଙ୍କାରେ ରାଜନୈତିକ ପରିବର୍ତ୍ତନ ଭାରତ ପାଇଁ ଚିନ୍ତାର କାରଣ । କାହିଁକିନା ତାମିଲ ବିରୋଧି ଭାବେ ଜଣାଶୁଣା ଗୋଟବାୟା ଜଣେ ଚୀନର ଦୃଢ ସମର୍ଥକ । 

ଶ୍ରୀଲଙ୍କାକୁ ହାତେଇ ଭାରତ ବିରୋଧୀ ଅସ୍ତ୍ର ସଜାଇପାରେ ଚୀନ
ଫାଇଲ ଫଟୋ

ବିକ୍ରମ ସାହୁ, ନୂଆଦିଲ୍ଲୀ: ଗୋତବାୟା ରାଜପକ୍ଷେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେବା ପରେ ଭାରତର ଚିନ୍ତା ବଢିଛି । ରାଷ୍ଟ୍ରପତି ଥିବା ସିରିସେନାଙ୍କ ସ୍ଥାନରେ ନୂତନ ରାଷ୍ଟ୍ରପତି ଭାବେ ଶପଥ ନେବେ ଗୋତବାୟା । ବର୍ତ୍ତମାନର ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେଙ୍କ ସ୍ଥାନରେ ନୂତନ ରାଷ୍ଟ୍ରପତି ଗୋତବାୟା ନିଜ ବଡ ଭାଇ ମହିନ୍ଦା ରାଜପକ୍ଷେଙ୍କୁ ନିୟୁକ୍ତି ଦେଇପାରନ୍ତି ବୋଲି ସୂଚନା ମିଳୁଛି । ଶ୍ରୀଲଙ୍କାରେ ରାଜନୈତିକ ପରିବର୍ତ୍ତନ ଭାରତ ପାଇଁ ଚିନ୍ତାର କାରଣ । କାହିଁକିନା ତାମିଲ ବିରୋଧି ଭାବେ ଜଣାଶୁଣା ଗୋଟବାୟା ଜଣେ ଚୀନର ଦୃଢ ସମର୍ଥକ । 

ଶ୍ରୀଲଙ୍କାର ପୂର୍ବତନ ପ୍ରତିରକ୍ଷା ସଚିବ ଗୋତବାୟା ରାଜପକ୍ଷେ ଦେଶର ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ।  ଶନିବାର ଅନୁଷ୍ଠିତ ନିର୍ବାଚନରେ ଗୋତବାୟା ତାଙ୍କର ପ୍ରତିଦ୍ୱନ୍ଦୀ ସଜିତ ପ୍ରେମଦାସାଙ୍କୁ ପରାଜିତ କରିଛନ୍ତି । ଉଭୟଙ୍କ  ମଧ୍ୟରେ ଲଢେଇ ଜୋରଦାର ହୋଇଥିବା ଦେଖିବାକୁ ମିଳିଥିଲା । ରାଜପକ୍ଷେ ୫୨।୨୫% ଭୋଟ୍‌ ପାଇଥିବା ବେଳେ ପ୍ରେମାଦାସାଙ୍କୁ ମିଳିଥିଲା ୪୧।୯୯% ଭୋଟ୍‌ । ଏହି ବିଜୟ ପରେ ଦେଶର ନୂଆ ରାଷ୍ଟ୍ରପତି ଗୋତବାୟା ରାଜପକ୍ଷେ ଏହାକୁ ସାଧାରଣ ଲୋକଙ୍କ ବିଜୟ ବୋଲି କହିଛନ୍ତି । 

ହେଲେ ଏହାପରେ ଋଣଭାରରେ ବୁଡି ରହିଥିବା ଶ୍ରୀଲଙ୍କାକୁ ଚୀନ, ଭାରତ ବିରୋଧରେ ବ୍ୟବହାର କରିପାରେ ବୋଲି ରାଜନୈତିକ ବିଶେଷଜ୍ଞ ମାନେ ଆକଳନ କରିବା ଆରମ୍ଭ କରିଛନ୍ତି । ଗତ କିଛି ଦିନ ମଧ୍ୟରେ ଶ୍ରାଲଙ୍କା ଚୀନରେ ବ୍ୟାପକ ମାତ୍ରାରେ ପୁଞ୍ଜି ନିବେଶ କରିବା ସହ ଚୀନ ଠାରୁ ମଧ୍ୟ ଶହ ଶହ କୋଟି ଡଲାର ଋଣ ଆଣିଛି । ଚୀନ ମଧ୍ୟ ଶ୍ରୀଲଙ୍କାକୁ ସହଯୋଗର ହାତ ବଢାଉଛି । ଯାହାର ଏକ ବଡ ଉଦାହରଣ କଲୋମ୍ବୋ ବନ୍ଦରକୁ ଚୀନ ସହାୟତାରେ ବିକାଶ କରିବା । ଏ କ୍ଷେତ୍ରରେ ଚୀନକୁ ଫାଇଦା ପାଇଁ ନୂତନ ରାଷ୍ଟ୍ରପତି  ଗୋତବାୟା ରାଜପକ୍ଷେ ଅନେକ କିଛି ବଡ ନିଷ୍ପତ୍ତି  ନେଇପାରନ୍ତି ବୋଲି ରାଜନୈତିକ ବିଶେଷଜ୍ଞ ମାନେ ଅନୁମାନ କରୁଛନ୍ତି । 

ଭାରତ ଆସୁଥିବା ଅନେକ ସାମଗ୍ରୀ ଏବେ କଲୋମ୍ବୋ ବନ୍ଦର ଦେଇ ଆସୁଥିବା ବେଳେ ଏହା ଭାରତର ଚିନ୍ତାକୁ ଦ୍ୱିଗୁଣିତ କରିଛି । ଯାହା କୁହାଯାଉଛି ଭାରତ ମହାସାଗରରେ ଚୀନର ଦାଦାଗିରି ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏଥିରେ ଶ୍ରୀଲଙ୍କା ପରୋକ୍ଷରେ ସହଯୋଗର ହାତ ବଢାଇପାରେ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ରାଷ୍ଟ୍ରପତି ଗୋତବାୟା ରାଜପକ୍ଷେଙ୍କୁ ଅଭିନନ୍ଦନ ଜଣାଇଥିବା ବେଳେ ଆଗାମୀ ଦିନରେ ଉତ୍ତମ ସମ୍ପର୍କ ନେଇ ଆଶାବ୍ୟକ୍ତ କରିଛନ୍ତି । ଏ ସବୁ ମଧ୍ୟରେ ଏବେ ଭାରତ ସାମ୍ନାରେ ବଡ ଚ୍ୟାଲେଞ୍ଜ କିଭଳି ଶ୍ରୀଲଙ୍କା ସହ କୁଟନୈତିକ ସ୍ତରରେ ସଫଳତା ପାଇବା ।