• ଆଜି ରାଜ୍ୟରେ ହେବନି କୋରୋନା ଟିକାକରଣ
  • ରାଜ୍ୟର ୮୫% କୋଭିଡ ଯୋଦ୍ଧା ନେଲେ କୋରୋନା ଟିକା
  • ଚିଲିକା, ଗହୀରମଥା ଓ ଭିତରକନିକାରେ ଆଜିଠାରୁ ଡଲଫିନ ଗଣନା
  • ଭୁବନେଶ୍ୱରସ୍ଥିତ ୫ଟି ସ୍କୁଲ ବୁଲିଲେ 5T ସଲତିବ ଭି.କେ.ପାଣ୍ଡିଆନ
  • ସୁନ୍ଦରଗଡ଼ ବାହିୟାମ ଗାଁରେ ମାଆର ତଣ୍ଟି କାଟିଲା ପୁଅ
  • ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୦.୨୯ ଲକ୍ଷକୁ ବୃଦ୍ଧି
  • ଜାମ୍ମୁ ଓ କାଶ୍ମୀରର କାଟ୍ରାରେ ୪.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ
  • ଆସନ୍ତାକାଲି ଖୋଲିବ ଘଟଗାଁ ତାରିଣୀ ମନ୍ଦିର
  • ସମ୍ବଲପୁରରେ ନକଲି ସର୍ଫ କାରଖାନା ଠାବ
  • ମନବଦଳାଇଲା ହ୍ୱାଟସଆପ୍, ମେ' ୧୫ ପର୍ଯ୍ୟନ୍ତ ପ୍ରାଇଭେସି ପଲିସିରେ ଲାଗିଲା ରୋକ୍

ଫେଲ୍ ହୋଇଛି କୋହଲିଙ୍କ ଏହି ବଡ଼ ପ୍ରୟୋଗ! କଣ ପୁଣି ଫେରିବ ଚହଲ-କୁଳଦୀପଙ୍କ ଯୁଗ

ଟି-୨୦ ବିଶ୍ୱକପ ୨୦୨୦ର ପ୍ରସ୍ତୁତିରେ ଲାଗି ପଡିଛି ଟିମ ଇଣ୍ଡିଆ । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଟିମ ମ୍ୟାନେଜମେଣ୍ଟ ସ୍ପେଶାଲିଷ୍ଟ ବୋଲରଙ୍କ ସ୍ଥାନରେ ଏପରି ଖେଳାଳିଙ୍କୁ ଅଧିକ ସୁଯୋଗ ପ୍ରଦାନ କରୁଛି, ଯେଉଁମାନେ ବ୍ୟାଟିଂ ସହ ବୋଲିଂ ମଧ୍ୟ କରିପାରିବେ । ତେଣୁ ଟିମ ମ୍ୟାନେଜମେଣ୍ଟ କୁଳଦୀପ ଯାଦବ ଓ ଯୁବେନ୍ଦ୍ର ଚହଲଙ୍କ ସ୍ପିନ ଯୋଡ଼ି ଭାଙ୍ଗି କେବଳ ସ୍ପେଶାଲିଷ୍ଟ ସ୍ପିନର ଓ ଦୁଇ ଅଲରାଉଣ୍ଡର(କ୍ରୁଣାଲ ପାଣ୍ଡ୍ୟା ଓ ୱାଶିଂଟନ ସୁନ୍ଦର)ଙ୍କୁ  ଖେଳାଇବା ଉପରେ ଜୋର ଦେଇଛି , କିନ୍ତୁ ଏହି ପ୍ରୟୋଗ ଓଲଟା ପଡିଯାଇଛି ।

ଫେଲ୍ ହୋଇଛି କୋହଲିଙ୍କ ଏହି ବଡ଼ ପ୍ରୟୋଗ! କଣ ପୁଣି ଫେରିବ ଚହଲ-କୁଳଦୀପଙ୍କ ଯୁଗ
ଚହଲ-କୁଳଦୀପଙ୍କ ଯୋଡ଼ି

ତମାଲ ବାକଚି, ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୦ର ପ୍ରସ୍ତୁତିରେ ଲାଗି ପଡିଛି ଟିମ ଇଣ୍ଡିଆ । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଟିମ ମ୍ୟାନେଜମେଣ୍ଟ ସ୍ପେଶାଲିଷ୍ଟ ବୋଲରଙ୍କ ସ୍ଥାନରେ ଏପରି ଖେଳାଳିଙ୍କୁ ଅଧିକ ସୁଯୋଗ ପ୍ରଦାନ କରୁଛି, ଯେଉଁମାନେ ବ୍ୟାଟିଂ ସହ ବୋଲିଂ ମଧ୍ୟ କରିପାରିବେ । ତେଣୁ ଟିମ ମ୍ୟାନେଜମେଣ୍ଟ କୁଳଦୀପ ଯାଦବ ଓ ଯୁବେନ୍ଦ୍ର ଚହଲଙ୍କ ସ୍ପିନ ଯୋଡ଼ି ଭାଙ୍ଗି କେବଳ ସ୍ପେଶାଲିଷ୍ଟ ସ୍ପିନର ଓ ଦୁଇ ଅଲରାଉଣ୍ଡର(କ୍ରୁଣାଲ ପାଣ୍ଡ୍ୟା ଓ ୱାଶିଂଟନ ସୁନ୍ଦର)ଙ୍କୁ  ଖେଳାଇବା ଉପରେ ଜୋର ଦେଇଛି , କିନ୍ତୁ ଏହି ପ୍ରୟୋଗ ଓଲଟା ପଡିଯାଇଛି ।

ବାଂଲାଦେଶ ବିରୋଧରେ ଟି-୨୦ ସିରିଜରେ ଯୁଜବେନ୍ଦ୍ର ଚହଲ ଏପରି ଜଣେ ସ୍ପେଶାଲିଷ୍ଟ ସ୍ପିନର ଅଛନ୍ତି । ଅନ୍ୟପଟେ କ୍ରୁଣାଲ ପାଣ୍ଡ୍ୟା ଓ ୱାଶିଂଟନ ସୁନ୍ଦରଙ୍କୁ ଅଲରାଉଣ୍ଡର ଭାବେ ସୁଯୋଗ ମିଳିଛି । ପାଣ୍ଡ୍ୟା ଓ ୱାଶିଂଟନ ସୁନ୍ଦର ୱିକେଟ ଟେକିଂ ବୋଲର ଭାବେ ନିଜକୁ ଏଯାଏ ସାବ୍ୟସ୍ତ କରି ପାରି ନାହାନ୍ତି, ଯେଉଁ କାମ ପ୍ରଥମେ କୁଳଦୀପ ଯାଦବ ଓ ଚହଲଙ୍କ ଯୋଡ଼ି କରୁଥଲେ । ଚହଲ ବର୍ତ୍ତମାନ ମଧ୍ୟ ନିଜ ବୋଲିଂ ଦ୍ୱାରା ବିରୋଧୀ ବ୍ୟାଟ୍ସମ୍ୟାନଙ୍କୁ ଫସାଉଛନ୍ତି ।

ଯଦି ଚହଲ ନିଜ ଯୋଡ଼ି କୁଳଦୀପର ସାଥ୍ ମିଳିଯାଏ, ତେବେ ସେମାନଙ୍କ ପ୍ରଦର୍ଶନ ଆହୁରି ଭଲ ହେବ । ଅନ୍ୟପକ୍ଷେ ଏପରି ଖେଳାଳି ଯାହାକୁ ଅଳ୍ପ ବ୍ୟାଟିଂ ଓ ଅଳ୍ପ ବୋଲିଂ ଆସୁଛି, ସେମାନଙ୍କ ଭରସାରେ ମ୍ୟାଚ ଜିତିବା କଷ୍ଟକର ହେଉଛି । ଭାରତୀୟ ଅଧିନାୟକ ବିରାଟ କୋହଲି କହିଥିଲେ ଯେ ଟି-୨୦ ବିଶ୍ୱକପକୁ ଦେଖି କ୍ରୁଣାଲ, ରାହୁଲ ଚହର ଓ ୱାଶିଂଟନ ପରି ଖେଳାଳିଙ୍କୁ ସୁଯୋଗ ଦିଆଯାଉଛି । କାରଣ ବ୍ୟାଟ୍ସମ୍ୟାନଙ୍କ ସଂଖ୍ୟା ଅଧିକ ହେଲେ ୨୦୦ରୁ ଅଧିକ ସ୍କୋର କରିବା ସହଜ ହୋଇଯିବ ।

କିନ୍ତୁ ବାଂଲାଦେଶ ବିରୋଧରେ ଚାଲୁଥିବା ଟି-୨୦ ସିରିଜରେ ୱାଶିଂଟନ ସୁନ୍ଦରଙ୍କୁ ୨ଟି ମ୍ୟାଚରେ କେବଳ ଗୋଟିଏ ୱିକେଟ ଓ କ୍ରୁଣାଲଙ୍କୁ କୌଣସି ୱିକେଟ ମିଳି ନାହିଁ । ଅନ୍ୟପକ୍ଷେ ଚହଲ ୨ ମ୍ୟାଚରେ ୩ଟି ୱିକେଟ ନେଇଛନ୍ତି ଓ ତାଙ୍କ ଇକୋନମି ରେଟ ବହୁତ କମ ରହିଛି । ଯେଉଁଥିରୁ ଜଣା ପଡୁଛି ସ୍ପେଶାଲିଷ୍ଟ ବୋଲରଙ୍କ ଫାଇଦା ଟିମକୁ ମିଳୁଛି ।