Advertisement
Article Detail0/zeeodisha/odisha673383
Zee OdishaOther News୨ ବର୍ଷ କ୍ୱାରେଣ୍ଟାଇନ ଭଳି ସ୍ଥିତିରେ ରହିଛି

'୨ ବର୍ଷ କ୍ୱାରେଣ୍ଟାଇନ ଭଳି ସ୍ଥିତିରେ ରହିଛି'

ସୋନାଲି ବଖାଣିଲେ ଲକଡାଉନ କଷ୍ଟ...

'୨ ବର୍ଷ କ୍ୱାରେଣ୍ଟାଇନ ଭଳି ସ୍ଥିତିରେ ରହିଛି'

ନୂଆଦିଲ୍ଲୀ: ସମଗ୍ର ଦେଶରେ କୋରୋନା ସଂକଟ ବଢିବାରେ ଲାଗିଛି। ଏହି ସମୟରେ ପୁରା ଦେଶ ଲକଡାଉନ ସ୍ଥିତି ଜାରି ରହିଛି। ଫଳରେ ଲୋକମାନେ ଘରେ ଗୃହବନ୍ଦୀ ଭାବେ ରହିଛି। ତେବେ ଏହି ସମୟରେ ବିଭିନ୍ନ ସେଲିବ୍ରିଟି ସେମାନଙ୍କର ଅନୁଭୂତି ବଖାଣିଛନ୍ତି। ଏହି କ୍ରମରେ କିଛି ଦିନ ପୂର୍ବରୁ କର୍କଟରୁ ମୁକ୍ତି ପାଇଥିବା ସୋନାଲି ବେନ୍ଦ୍ରେ ମଧ୍ୟ ତାଙ୍କର ଅନୁଭୂତି ବଖାଣିଛନ୍ତି। 

ସୋନାଲି ୨୦୧୮ ମସିହାରେ କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହୋଇଥିଲେ। ତେବେ ସୁସ୍ଥ ହେବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ପ୍ରାୟ ୨ ବର୍ଷରେ ଘରେ ବିଶ୍ରାମ ନେଇଥିଲେ। ଯାହା ତାଙ୍କୁ କ୍ୱାରେଣ୍ଟାଇନରେ ରହିବା ଭଳି ଅନୁଭବ ହୋଇଥିଲା ବୋଲି କହିଛନ୍ତି ସୋନାଲି। 

ସେ ଆହୁରି ମଧ୍ୟ କହିଛନ୍ତି କି, ନିଜର କର୍କଟ ଚିକିତ୍ସା କାରଣରୁ ସେ ଦୁଇ ବର୍ଷ ଘରେ ମଧ୍ୟରେ ହି ରହିଥିଲି। ସେହି ସମୟ ମୋ ପାଇଁ କ୍ୱାରେଣ୍ଟାଇ ଭଳି ହିଁ ରହିଥିଲା। ଯେହେତୁ ପୂର୍ବରୁ ଏଭଳି ସମୟ କାଟି ସାରିଛି, ଏହା ମୋତେ କୌଣସି ବିଶେଷ ଅସୁବିଧାରେ ପକାଉନାହିଁ। ଏହି ସମୟର ମୋତେ କୌଣସି ଫରକ ପକାଉ ନାହିଁ ବୋଲି ସେ କହିଥିଲେ। 

Add Zee News as a Preferred Source

କେବଳ ସେହି ସମୟରେ ମୋତେ ମୋର ବହୁ ପ୍ରଶଂସକ ଭେଟିବାକୁ ଆସୁଥିଲେ। ଯାହାକୁ ବର୍ତ୍ତମାନ ମୁଁ ବହୁତ ମିଶ୍ କରୁଛି ବୋଲି ସେ କହିଥିଲେ। ଏପରିକି ନିଜ ପରିବାର ସଦସ୍ୟଙ୍କୁ ମଧ୍ୟ ବହୁତ ମନେ ପକାଉଛନ୍ତି ବୋଲି ସେ କହିଥିଲେ। 

About the Author