ଜଳ ପ୍ରଦୂଷଣରେ ରେକର୍ଡ କଲାଣି ପାରାଦୀପ

ପ୍ରଦୂଷଣରେ ରେକର୍ଡ କଲା ପାରାଦୀପ । ଦେଶର ଦଶମ ଜଳ ପ୍ରଦୂଷିତ ସାମୁଦ୍ରିକ ଅଞ୍ଚଳ ଭାବେ ଏହା ପରିଗଣିତ ହୋଇଛି । ଏଠାରେ ଜଳ ଗୁଣବତ୍ତା ସୂଚକାଙ୍କ ଲାଲ୍ ସଙ୍କେତ ଛୁଇଁଛି । ୬ଟି ଜଳ ପରିମାପକ ଇଣ୍ଡିକେଟର ମଧ୍ୟରୁ ଜଳର ଗୁଣବତ୍ତା ୩ଟି ଇଣ୍ଡିକେଟର ଛୁଇଁଥିବାରୁ ଜଳ ପ୍ରଦୂଷଣ ହାର ଉଦବେଗଜନକ ହୋଇପଡିଛି ବୋଲି ଏନ୍।ସି।ସି।ଆର୍ ତଥ୍ୟରୁ ଜଣାପଡ଼ିଛି ।

ଜଳ ପ୍ରଦୂଷଣରେ ରେକର୍ଡ କଲାଣି ପାରାଦୀପ
ପ୍ରତୀକାତ୍ମକ ଫଟୋ

ଗାୟତ୍ରୀ ଚକ୍ରବର୍ତ୍ତୀ, ନୂଆଦିଲ୍ଲୀ: ପ୍ରଦୂଷଣରେ ରେକର୍ଡ କଲା ପାରାଦୀପ । ଦେଶର ଦଶମ ଜଳ ପ୍ରଦୂଷିତ ସାମୁଦ୍ରିକ ଅଞ୍ଚଳ ଭାବେ ଏହା ପରିଗଣିତ ହୋଇଛି । ଏଠାରେ ଜଳ ଗୁଣବତ୍ତା ସୂଚକାଙ୍କ ଲାଲ୍ ସଙ୍କେତ ଛୁଇଁଛି । ୬ଟି ଜଳ ପରିମାପକ ଇଣ୍ଡିକେଟର ମଧ୍ୟରୁ ଜଳର ଗୁଣବତ୍ତା ୩ଟି ଇଣ୍ଡିକେଟର ଛୁଇଁଥିବାରୁ ଜଳ ପ୍ରଦୂଷଣ ହାର ଉଦବେଗଜନକ ହୋଇପଡିଛି ବୋଲି ଏନ୍।ସି।ସି।ଆର୍ ତଥ୍ୟରୁ ଜଣାପଡ଼ିଛି ।

ଜାତୀୟ ଉପକୂଳ ଗବେଷଣା କେନ୍ଦ୍ର ବା ନ୍ୟାସନାଲ୍ ସେଣ୍ଟର ଫର୍ କୋଷ୍ଟାଲ୍ ରିସର୍ଚ୍ଚ (ଏନ୍।ସି।ସି।ଆର୍) ପକ୍ଷରୁ କରାଯାଇଥିବା ଗବେଷଣା ତଥ୍ୟରୁ ଜଣାପଡିଛି ଯେ, ଜଳ ଗୁଣବତ୍ତା ସୂଚକାଙ୍କ ଲାଲ୍ ସଙ୍କେତ ଛୁଇଁଛି । ପାରାଦୀପରେ ସାମୁଦ୍ରିକ ଜଳ ପ୍ରଦୂଷଣ ହାର ଉଦବେଗ ଜନକ ସ୍ଥିତିରେ ପହଞ୍ଚିଛି । ଦେଶର ୨୩ଟି ଉପକୂଳ ଅଞ୍ଚଳର ଜଳ ନମୁନା 'ଏନସିସିଆର୍' ପକ୍ଷରୁ ପରୀକ୍ଷା କରାଯିବା ପରେ ଏପରି ତଥ୍ୟ ଉପଲବ୍ଧ ହୋଇଛି । 

ବର୍ତ୍ତମାନ ପାରାଦୀପର ସାମୁଦ୍ରିକ ଅଞ୍ଚଳ ବିଭିନ୍ନ କାରଣରୁ ପ୍ରଦୂଷିତ ହୋଇପଡ଼ିଛି । ପାରାଦୀପ ଅଞ୍ଚଳର ବର୍ଜ୍ୟବସ୍ତୁ ସାମୁଦ୍ରିକ ଜଳରେ ମିଶୁ ଥିବାରୁ ଜଳ ପ୍ରଦୂଷଣ ହାର ବୃଦ୍ଧି ପାଇବାରେ ଲାଗିଛି । ପ୍ରଦୂଷଣର କୁପ୍ରଭାବ ସାମୁଦ୍ରିକ ଜୀବଜନ୍ତୁ ଉପରେ ପଡୁଥିବାରୁ ଏହା ଦ୍ୱାରା ମତ୍ସ୍ୟସମ୍ପଦ ପ୍ରଭାବିତ ହେଉଛି । ଦିନକୁ ଦିନ ସମୁଦ୍ରରେ ମାଛ ଉତ୍ପାଦନ ହ୍ରାସ ପାଉଥିବାରୁ ମତ୍ସ୍ୟଜୀବୀ ମାନଙ୍କ ଜୀବିକା ପ୍ରତି ବିପଦ ଆଶଙ୍କା ସୃଷ୍ଟି ହୋଇଛି । 

ପାରାଦୀପ ଅଞ୍ଚଳରେ ଗଢ଼ି ଉଠିଥିବା ଶିଳ୍ପ ସଂସ୍ଥାର ବର୍ଜ୍ୟବସ୍ତୁ ସମୁଦ୍ରରେ ମିଶୁଥିବାରୁ ସାମୁଦ୍ରିକ ପ୍ରଦୂଷଣ ବୃଦ୍ଧି ପାଉଛି । ଏହାଦ୍ୱାରା ଉପକୂଳବର୍ତ୍ତୀ ସାମୁଦ୍ରିକ ଜଳରାଶିରେ ଯଥେଷ୍ଟ ପରିମାଣର ଅମ୍ଳଜାନର ଅଭାବ ଅନୁଭୂତ ହେଉଛି । ଶିଳ୍ପ ସଂସ୍ଥାର ଅନିୟନ୍ତ୍ରିତ ରାସାୟନିକ ବର୍ଜ୍ୟବସ୍ତୁ ସମୁଦ୍ର ଜଳରେ ମିଶୁଥିବାରୁ ଅମ୍ଳଜାନର ପରିମାଣ ହ୍ରାସ ପାଉଛି ବୋଲି ଏନସିସିଆର ପକ୍ଷରୁ ଜଣାପଡିଛି । 

ତେବେ ପାରାଦୀପର ଜଳ ପ୍ରଦୂଷଣ ହାର ବିପଦଜନକ ହୋଇ ପଡ଼ିଥିବା ବେଳେ ପ୍ରଦୂଷଣ ହାରକୁ କମାଇବା ପାଇଁ ସରକାରୀ ସ୍ତରରେ ଯଥେଷ୍ଟ ସତର୍କତା ଅବଲମ୍ବନ କରାଯିବା ସହ ଜରୁରୀ ପଦକ୍ଷେପ ନେବା ପାଇଁ ଏବେ ସମୟ ଆସିଛି । ତାହା ନହେଲେ ପ୍ରଦୂଷଣ ଆଗାମୀ ଦିନରେ ସଭ୍ୟତାକୁ ନିଶ୍ଚିହ୍ନ କରିଦେବାର ଆଶଙ୍କାଙ୍କୁ ଅସ୍ୱୀକାର କରାଯାଇ ପାରିବ ନାହିଁ । 

ଆହୁରି ପଢନ୍ତୁ; ଶ୍ରୀମନ୍ଦିରରେ ଆରମ୍ଭ ହେଲା ଦେବ ଦୀପାବଳି

ଜାକର୍ତ୍ତାରେ ଚମକିଲେ ଓଡ଼ିଆ ଝିଅ

୭ ଥର ସୋସିଆଲ ମିଡିଆରେ ଭାଇରାଲ ହୋଇଛନ୍ତି ରାନୁ