ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ବେନିଆବନ୍ଧ ଗାଁ ଲୋକେ ପିଉଛନ୍ତି ଫ୍ଲୋରାଇଡ ମିଶା ପାଣି। ଗାଁ ଲୋକଙ୍କ ପାଇଁ ଶୁଦ୍ଧ ପାନୀୟ ଜଳ ସାତସପନ। ଗାଁରେ ଥିବା ନଳକୂପରୁ ବାହାରୁଛି ଫ୍ଲୋରାଇଡ ପାଣି । ଏହି ଦୂଷିତ ପାଣି ପିଇ ଅଧିକାଂଶ ଗାଁ ଲୋକେ କିଡନୀ ଭଳି ମାରାତ୍ମକ ରୋଗରେ ପୀଡିତ ହେଉଛନ୍ତି। ଗାଁ ନିକଟରେ ଲାନ୍ଥ ନଦୀ ବୋହି ଯାଇଥିଲେମଧ୍ୟ ଗାଁ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ବହୁ ନେତା ଓ ମନ୍ତ୍ରୀ ଗାଁକୁ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବାକୁ ଦେଇଥିବା ପ୍ରତିଶ୍ରୁତି ପାଲଟିଛି ପାଣିର ଗାର।
ଗାଁରେ ଥିବା ଏକମାତ୍ର ଓଭର ହେଡ ପାଣି ଟ୍ୟାଙ୍କ ପ୍ରକଳ୍ପ ବହୁ ବର୍ଷ ହେଲା ଅଚଳ ହୋଇ ପଡିଛି। ୧୯୮୦ ରେ ଗାଁରେ ନିର୍ମାଣ ହୋଇଥିବା ଏକମାତ୍ର ନଳକୂଅରୁ ଫ୍ଲୋରାଇଡ ପାଣି ବାହାରୁଥିବାରୁ ବାଧ୍ୟ ହୋଇ ଲୋକେ ସେହି ପାଣି ପିଉଛନ୍ତି। ଗାଁ ନିକଟରେ ଲାନ୍ଥ ନଦୀ ବୋହି ଯାଇଥିଲେମଧ୍ୟ ଗାଁ ଲୋକେ ପାନୀୟ ଜଳ ପାଇବରୁ ବଞ୍ଚିତ ଅଛନ୍ତି।
୨୦୧୮ରେ ବିଜେପି ତଥା ବର୍ତ୍ତମାନର ଗୃହମନ୍ତ୍ରୀ ଅଧ୍ୟକ୍ଷ ଅମିତ ଶାହ ଗାଁକୁ ଆସି ତୁରନ୍ତ ସମସ୍ୟାର ସମାଧାନ କରିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ଶହଙ୍କ ଗସ୍ତ ବେଳେ ଗାଁରେ ଥିବା କିଡନୀ ରୋରୀଙ୍କୁ ଔଷଧ ଖର୍ଚ୍ଚ ପ୍ରଦାନ ପାଇଁ ପ୍ରତିଶ୍ରୁତି ମିଳିଥିଲା। ତାହା ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେହି ସମୟରେ ଟିଟିଲାଗଡ଼ ବିଧାୟିକା ତଥା ବର୍ତ୍ତମାନର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ ଏକ ଟ୍ୟାଙ୍କର ଯୋଗେ ନିକଟରେ ଥିବା ନଦୀରୁ ଜଳ ଯୋଗାଣ ବ୍ୟବସ୍ଥା କରିଥିଲେ। ତାହା କିଛି ଦିନ ପରେ ବନ୍ଦ ହୋଇଯାଇଥିବା ଗାଁ ଲୋକ କହିଛନ୍ତି।