ଗଞ୍ଜାମ ହୁମ୍ମୁରୀ ତାମ୍ପରା ଠାରେ ୱାଟର ସ୍ପୋର୍ଟ୍ସ ଶୁଭାରମ୍ଭ

ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଉପକଣ୍ଠ ହୁମ୍ମୁରୀ ତାମ୍ପରା ଠାରେ ୱାଟର ସ୍ପୋର୍ଟ୍ସ ଶୁଭାରମ୍ଭ ହୋଇଛି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହାର ଶୁଭାରମ୍ଭ କରିବା ସହ ୱାଟର ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଉଦ୍‌ଘାଟନ କରିଥିଲେ  

ଗଞ୍ଜାମ ହୁମ୍ମୁରୀ ତାମ୍ପରା ଠାରେ ୱାଟର ସ୍ପୋର୍ଟ୍ସ ଶୁଭାରମ୍ଭ
ଗଞ୍ଜାମ ହୁମ୍ମୁରୀ ତାମ୍ପରା ଠାରେ ୱାଟର ସ୍ପୋର୍ଟ୍ସ ଶୁଭାରମ୍ଭ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ତାମ୍ପରାକୁ ଜିଲ୍ଲା, ରାଜ୍ୟ ତଥା ଦେଶ ବାହାରୁ ପର୍ଯ୍ୟଟକ ଆସିଥାନ୍ତି । ପୂର୍ବରୁ ଏଠାରେ ଚାଲିଥିବା ବୋଟିଂ ବ୍ୟବସ୍ଥା ବନ୍ଦ ହୋଇ ଯାଇଥିବାରୁ ପର୍ଯ୍ୟଟକ ନିରାଶରେ ଫେରୁଥିଲେ । ତେଣୁ ପର୍ଯ୍ୟଟନର ବିକାଶ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏଠାରେ ୱାଟର ସ୍ପୋର୍ଟ୍ସ ବ୍ୟବସ୍ଥା ହୋଇଛି । ଅନ୍ୟପକ୍ଷରେ ଗଞ୍ଜାମ ଜିଲା ଉପକଣ୍ଠ ଖୋର୍ଦ୍ଧା ଜିଲା ବରକୁଳଠାରେ ଚିଲିକାରେ ଗତ ଅକ୍ଟୋବର ୨୪ ତାରିଖରୁ ଏହି ୱାଟର ସ୍ପୋର୍ଟ୍ସ ଆରମ୍ଭ ହୋଇଛି । ତାମ୍ପରାଠାରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ୱାଟର ସ୍ପୋଟର୍ସ ଟୁର୍ନାମେଣ୍ଟ ଆୟୋଜନ କରାଯିବ ବୋଲି ସୂଚନା ମିଳିଛି । ଅଲିମ୍ପିକ୍‌ ଆସୋସିଏସନ, ସ୍ପୋର୍ଟ୍ସ ଅଥରିଟି ଅଫ୍‌ ଇଣ୍ଡିଆ ଓ ରୋଇଙ୍ଗ ଫେଡେରେଶନ ଅଫ୍‌ ଇଣ୍ଡିଆ ସହଯୋଗରେ ଅମରାବତୀ ବୋଟିଂ କ୍ଲବ୍‌ ଟୁର୍ନାମେଣ୍ଟ ଆୟୋଜନ କରିବ ବୋଲି ସୂଚନା ଦିଆଯାଇଛି ।

ଏଥିସହ ଏଠାରେ ଗଞ୍ଜାମ ଜିଲ୍ଲାର ସ୍ଥାନୀୟ ଯୁବକମାନଙ୍କୁ ଲାଇଫ୍‌ ଗାର୍ଡ ଓ ଲାଇଫ୍‌ ସେଭିଂ ତାଲିମ ପ୍ରଦାନ କରାଯିବ। ଏହାଫଳରେ ସ୍ଥାନୀୟ ଯୁବକ ମାନେ ବିଭିନ୍ନ ହୋଟେଲ, ରେସର୍ଟ, ସୁଇମିଂ କମ୍ପ୍ଲେକ୍ସରେ ନିଯୁକ୍ତି ପାଇପାରିବେ । ଭାରତ ସରକାରଙ୍କ ଦ୍ୱାରା ମାନ୍ୟତାପ୍ରାପ୍ତ ବୋଟ୍‌ ପାୱାର୍‌ ଡ୍ରାଇଭର୍ସ ନିଯୁକ୍ତି କରାଯାଇଛି । ୱାଟର ସ୍ପୋଟ୍ସର୍ର୍ ଦାୟିତ୍ୱରେ ଥିବା ସଂସ୍ଥାର ଶ୍ରୀଧର ରେଡ୍ଡୀ, ତରୁଣ କାକାନି, ସୁଧାକର ବେରିଗା ପ୍ରମୁଖ ଉପସ୍ଥିତ ଥିଲେ । ଉଦଘାଟନ ସମୟରେ ବୋଟିଂ ପାଇଁ ନିର୍ଦ୍ଧାରିତ ଦରକୁ ଅଧା କରିବାକୁ ପୋଡାପଦର ସରପଞ୍ଚ ଦାବି କରିଥିଲେ ।