ଚିଲିକାରେ ଗୋଆ ପରି ସୁବିଧା, ନେଇପାରିବେ ୱାଟର ସ୍ପୋର୍ଟସର ମଜା
Advertisement
Article Detail0/zeeodisha/odisha589611

ଚିଲିକାରେ ଗୋଆ ପରି ସୁବିଧା, ନେଇପାରିବେ ୱାଟର ସ୍ପୋର୍ଟସର ମଜା

ଚିଲିକାରେ ବି ମିଳିବ ଗୋଆ ପରି ସୁବିଧା...ଛୁଟିବ ଦେଶୀ ବିଦେଶୀ ପର୍ଯ୍ୟଟକଙ୍କ ସୁଅ... ଜାଣିବା ପାଇଁ ନଜର ପକାନ୍ତୁ ଏହି ରିପୋର୍ଟ ଉପରେ....

ଚିଲିକା ବଡକୂଳରେ ଜଳକ୍ରୀଡା

ଜିନୁ ଜେନା, ଭୁବନେଶ୍ୱର: ଏବେ ଗୋଆ, ବେଙ୍ଗାଲୁରୁ କି ହାଇଦ୍ରାବାଦ ନୁହେଁ ଚିଲିକାରେ ବି କରିପାରିବେ ଜଳକ୍ରୀଡା । ୱାଟର ସ୍ପୋର୍ଟସର ମଜା ନେବେ ପର୍ଯ୍ୟଟକ । ରେଷ୍ଟୁରାଣ୍ଟରେ ଖାଇପାରିବେ ସୁସ୍ୱାଦୁ ଓଡିଆ ଖାନା । ଉଦଘାଟିତ ହୋଇଛି ୱାଟରସ୍ପୋର୍ଟ୍ସ ବୋଟିଂ କମ୍ପ୍ଲେକ୍ସ ଓ ଓଟିଡିସିର ନୂତନ ରେଷ୍ଟୁରାଣ୍ଟ । ଆଗାମୀ ଦିନରେ ଚିଲିକା ଟୁରିଜିମ୍ ହବ୍ ହେବ ବୋଲି ପ୍ରକାଶ କରିଛନ୍ତି ସ୍ଥାନୀୟ ବିଧାୟକ ପ୍ରଶାନ୍ତ ଜଗଦେବ । 

ଚିଲିକା ନିର୍ବାଚନ ମଣ୍ଡଳୀର ବଡ଼କୂଳରେ ଉଦଘାଟିତ ହୋଇଛି ୱାଟରସ୍ପୋର୍ଟ ବୋଟିଂ କମ୍ପେ୍ଲକ୍ସ ଓ ଓଟିଡ଼ିସିର ନୂତନ ରେଷ୍ଟୁରାଣ୍ଟ । ପର୍ଯ୍ୟଟକଙ୍କୁ ଆକର୍ଷିକ କରିବାକୁ ପର୍ଯ୍ୟଟନ ବିଭାଗର ଏହା ଏକ ନିଆରା ପ୍ରୟାସ । ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏହାକୁ ଉଦଘାଟନ କରିଥିଲେ । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, ବରକୂଳର ସୌନ୍ଦର୍ଯ୍ୟୀକରଣ ପାଇଁ ଆଗକୁ ୭୦କୋଟି ଟଙ୍କା ଖର୍ଚ୍ଚ କରାଯିବ । ସେପଟେ ଘରୋଇ କମ୍ପାନୀ ଦ୍ୱାରା ଚାଲିବାକୁ ଥିବା ଏହି ୱାଟରସ୍ପୋର୍ଟ ଚିଲିକାର ମୁଖ୍ୟ ଆକର୍ଷଣ ହେବ ବୋଲି କମ୍ପାନୀ କର୍ତ୍ତୃପକ୍ଷ ଆଶା ରଖିଛନ୍ତି ।

ଖୋର୍ଦ୍ଧା ଚିଲିକା ବଡ଼କୂଳରେ ଉଦଘାଟିତ ହୋଇଯାଇଛି ଦୁଇଟି ନୂତନ ପ୍ରକଳ୍ପ । ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଓଟିଡିସି ପକ୍ଷରୁ ନୂତନ ରେଷ୍ଟୁରାଣ୍ଟ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ପାଇଁ ଖୋଲିଲା ୱାଟର ସ୍ପୋର୍ଟ୍ସ । ଏହି ଦୁଇଟି କାର୍ଯ୍ୟକ୍ରମ ବଡ଼କୂଳ ପାନ୍ଥନିବାସ ଠାରେ ଉଦଘାଟିତ ହୋଇଛି । ଚିଲିକାକୁ ଆସୁଥିବା ପର୍ଯ୍ୟଟକମାନେ ଏହିସବୁ ସୁବିଧା ସୁଲଭ ଦରରେ ପାଇବେ ବୋଲି ଅତିଥିମାନେ ମତ ରଖିଛନ୍ତି । ତେବେ ଏହି ଉଦଘାଟନୀ ଉତ୍ସବରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ପ୍ରଶାନ୍ତ ଜଗଦେବ, ଓଟିଡିସି ଚେୟାରପର୍ସନ ଶ୍ରୀମୟୀ ମିଶ୍ର ପ୍ରମ୍ମୁଖ ଯୋଗ ଦେଇଥିଲେ। ଆଗାମୀ ଦିନରେ ଚିଲିକାକୁ ପର୍ଯ୍ୟଟକ ଓ ଇକୋ ଟୁରିଜିମର ହବ୍ କରାଯିବ ବୋଲି ବିଧାୟକ ଶ୍ରୀ ଜଗଦେବ କହିଛନ୍ତି।

ଚିଲିକାର ସୌନ୍ଦର୍ଯ୍ୟୀକରଣ ପାଇଁ ଆଗାମୀ ଦିନରେ ସ୍ୱଦେଶ ଦର୍ଶନ ଯୋଜନାରେ ବଡ଼କୂଳ ରେ ଖର୍ଚ୍ଚ ହେବ ୭୦ କୋଟି ଟଙ୍କା। ଏଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନେକ କାର୍ଯ୍ୟ ହାତକୁ ନିଆଯାଇଥିବା ବେଳେ, ଏବେ ୱାଟରସ୍ପୋର୍ଟ୍ସ ପର୍ଯ୍ୟଟକଙ୍କୁ ଅଧିକ ଆକର୍ଷିତ କରିବ । ସେହିପରି ନୂତନ ରେଷ୍ଟୁରାଣ୍ଟରେ ଓଡ଼ିଶାର ପାରମ୍ପରିକ ଖାଦ୍ୟର ମଜ୍ଜା ନେବା ସହ ଚିଲିକାକୁ ମଧ୍ୟ ପର୍ଯ୍ୟଟକ ଉପଭୋଗ କରିପାରିବେ। ୱାଟରସ୍ପୋର୍ଟ୍ସ କମ୍ପ୍ଳେକ୍ସରେ ପର୍ଯ୍ୟଟକମାନେ ପାଣିରେ ସୁଲଭ ଦରରେ ବାଇକ୍ ଚଳାଇ ପାରିବେ ବୋଲି କମ୍ପାନୀର ସିଇଓ କହିଛନ୍ତି । ଦେଶ ବିଦେଶରୁ ଚିଲିକାକୁ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସୁଥିବା ବେଳେ, ଏବେ ୱାଟରସ୍ପୋର୍ଟ୍ସ ଓ ରେଷ୍ଟୁରାଣ୍ଟ ପର୍ଯ୍ୟଟକଙ୍କ ମନ ମୋହିବ ନିଶ୍ଚୟ ।