Trending Photos
)
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋରୋନା ବିସ୍ତାର କରି ଚିନ୍ତାର କାରଣ ପାଲଟିଛି ଚୀନ। ଏହି କୋରୋନା ବ୍ୟାପିଯିବା ପରେ ସମଗ୍ର ବିଶ୍ୱକୁ ସହାୟତାର ହାତ ବଢାଇଛି ଚୀନ। ମାତ୍ର ସହାୟତା ଆଳରେ ଯେ ନକଲି ସାମଗ୍ରୀ ଯୋଗାଇ ଦେଇ ସମାଲୋଚନାର ମଧ୍ୟ ଶିକାର ହୋଇଛି ଚୀନ। କେବଳ ବିଦେଶୀ ରାଷ୍ଟ୍ର ନୁହେଁ, ଖୋଦ ଚୀନର ନାଗରିକ ଓ କିଛି ରାଜନୈତିକ ଦଳ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି। ଏହି ସଂକଟ ସମୟରେ ଲାଭଖୋର ମନୋବୃତ୍ତି ରଖିଥିବା ଚୀନକୁ ସ୍ଥାନୀୟ କମ୍ୟୁନିଷ୍ଟ ପାର୍ଟୀ ନିର୍ଦ୍ଧୁମ ସମାଲୋଚନା କରିଛି। ଏପରିକି କୁଟନୈତିକ ସ୍ତର ତଥା ବିଦେଶୀ ସମ୍ପର୍କ ସ୍ଥାପନ ରଖୁଥିବା ବିଶେଷଜ୍ଞମାନେ ମଧ୍ୟ ସମାଲୋଚନା କରିଛନ୍ତି।
ପୂର୍ବରୁ ଏହି ବିଶେଷଜ୍ଞମାନେ ନକଲି ସାମଗ୍ରୀ, ଲାଭଖୋର ମନୋବୃତ୍ତି ତଥା କୋରୋନା ଭାଇରସ ପାଇଁ ଚୀନକୁ ବାରମ୍ବାର ସମାଲୋଚନା ମାଧ୍ୟମରେ ମାଡ଼ ମଧ୍ୟ ମାରିଛନ୍ତି। ତେବେ ଫ୍ରାନ୍ସରେ ଥିବା ଚୀନ ରାଷ୍ଟ୍ରଦୁତ ସ୍ଥାନୀୟ ସରକାରଙ୍କୁ ଯେତେବେଳେ ସମାଲୋଚନା କରିଥିଲେ, ସେତେବେଳେ ଫ୍ରାନ୍ସ ସରକାର କଡ଼ ଜବାବ ଦେଇଥିଲେ। ଏହା ବ୍ୟତୀତ ଚୀନ ପଠାଉଥିବା ନକଲି ସାମଗ୍ରୀକୁ ନେଇ ୟୁରୋପିୟ ରାଷ୍ଟ୍ର ଗୁଡ଼ିକରେ ମଧ୍ୟ ବେଶ ସ୍ୱର ତେଜିବାରେ ଲାଗିଛି। ଏପରିକି ଚୀନ ସରକାରଙ୍କୁ ଏନେଇ ଚେତାବନୀ ମଧ୍ୟ ପ୍ରଦାନ କରାଯାଇଛି।
ସେହିପରି ଚୀନ ଫରେନ ଏଫାୟାର୍ସ ୟୁନିଭର୍ସିଟିର ବିଶ୍ୱ ପଲିଟିକ୍ସ ସେଣ୍ଟରର ଅଧ୍ୟକ୍ଷ ସି ଜନ କହିଛନ୍ତି କି ଯେଉଁଭଳି ଭାବରେ ଅନ୍ୟ ରାଷ୍ଟ୍ରରେ ଚୀର ରାଷ୍ଟ୍ରଦୁତମାନେ ବିପଦରେ ଛନ୍ଦି ହୋଇ ପଡ଼ୁଛନ୍ତି, ତାହା ଚୀନ ପାଇଁ ଭବିଷ୍ୟତରେ ବହୁତ ମହଙ୍ଗା ସାବ୍ୟସ୍ତ ହୋଇପାରେ। ଚୀନ ତାର କାର୍ଯ୍ୟକଳାପ ପାଇଁ ସମଗ୍ର ବିଶ୍ୱରୁ ଧିରେଧିରେ ବିଶ୍ୱାସ ହରାଇବାରେ ଲାଗିଛି। ଦେଶ ମଧ୍ୟରୁ ଶିଳ୍ପ ଓ ବଜାର ଡିମାଣ୍ଡ ହ୍ରାସ ଠାରୁ ମଧ୍ୟ ଏହା ବେଶୀ ଘାତକ ସାବ୍ୟସ୍ତ ହୋଇପାରେ ହୋଇ ପାରେ ବୋଲି ସେ କହିଥିଲେ।
ସି ଜନ ତାଙ୍କ ବକ୍ତବ୍ୟରେ ଚୀନ ରାଷ୍ଟ୍ରଦୂତଙ୍କୁ ଟାର୍ଗେଟ କରିଛନ୍ତି। କିଛି ଦିନ ତଳେ ଚୀନର ଜଣେ ରାଷ୍ଟ୍ରଦୂତ କହିଥିଲେ କି, ଯେଉଁମାନଙ୍କୁ ଚୀନର ମାସ୍କ ପସନ୍ଦ ଆସୁନାହିଁ, ସେମାନେ ଏହି ମାସ୍କକୁ ବ୍ୟବହାର ନ କରନ୍ତୁ। ଯାହାକୁ ନେଇ ସି ଜନ କଡ଼ା ସମାଲୋଚନା କରିଥିଲେ। ସି ଜନ କହିଥିଲେ କି, ବିଦେଶୀ ଲୋକମାନେ ଏହା ଶୁଣି ନିଶ୍ଚିତ ଭାବେ ଭାବିଥିବେ ଯେ, ମାସ୍କକୁ ମଧ୍ୟ ଏକ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ହେବ ବୋଲି ସି ଜନ କହିଥିଲେ। ତେବେ ଏଭଳି ବାର୍ତ୍ତା ଦେଶ ପାଇଁ ନିଶ୍ଚିତ ଭାବେ ଘାତକ ସାବ୍ୟସ୍ତ ହୋଇପାରେ ବୋଲି ସେ କହିଥିଲେ।
ସେହିଭଲି ଚୀନର ପୂର୍ବତନ ରାଜନୈତିକ ଚେଙ୍ଗ ତୋ କହିଛନ୍ତି କି, ଯେତେବେଳେ ଆମେ ବିଶ୍ୱସ୍ତରରେ ଦେଶର କଥା ଆଲୋଚନା କରିଥାଉ, ସେହି ସମୟରେ ଆମେ ଆମର ସୀମା ସମ୍ବନ୍ଧରେ ଜାଣିରଖିବା ଉଚିତ। ଆମେ ଏହି ଦୁନିଆରେ ନୀତି ନିୟମ ସମ୍ପର୍କରେ ଆମେ ନିଜର କଥାବାର୍ତ୍ତା କରିବା ଉଚିତ ବୋଲି ସେ କହିଥିଲେ।
ତେବେ ସେ ଯାହା ବି ହେଉ, ଏହି ସଂକଟ ସମୟରେ ଆମକୁ ସହିଯିବାକୁ ହେବ। ତାହାକୁ ଏକ ବଡ଼ ଘଟଣାର ରୂପ ଦେବା ବା ସମାଲୋଚନା କରିବା ବଦଳରେ ସହିଯିବା ଅତ୍ୟନ୍ତ ଶ୍ରେୟସ୍କର ହେବ ବୋଲି ଏକ୍ସପର୍ଟମାନେ କହିଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଉଛି ଯେ ବର୍ତ୍ତମାନ ଚୀନକୁ ନିଜ ଦେଶର ଲୋକ ତଥା ଅନୁଷ୍ଠାନ ସମାଲୋଚନା କରିବା ଆରମ୍ଭ କରିଛନ୍ତି। ଯାହା ଚୀନ ପାଇଁ ବର୍ତ୍ତମାନ ମହଙ୍ଗା ସାବ୍ୟସ୍ତ ହେବାକୁ ଯାଉଛି।