Advertisement
Article Detail0/zeeodisha/odisha674148
Zee OdishaOther Newsଲକଡାଉନରେ ଫିଲ୍ମ ଫେଷ୍ଟିଭାଲ୍: Youtubeରେ ମିଳିବ ସିନେମା ହଲର ଅନୁଭୂତି

ଲକଡାଉନରେ ଫିଲ୍ମ ଫେଷ୍ଟିଭାଲ୍: Youtubeରେ ମିଳିବ ସିନେମା ହଲର ଅନୁଭୂତି

ଲକ୍ ଡ଼ାଉନ ପାଇଁ ସିନେମା ହଲ୍ ବନ୍ଦ ରହିଛି । ଅନେକ ଫିଲ୍ମ ଫେଷ୍ଟିଭାଲ୍ ମଧ୍ୟ କ୍ୟାନସଲ ହୋଇଯାଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଶୁଭଶ୍ରୀ ମହାପାତ୍ର, ଭୁବନେଶ୍ୱର: The show must go on ଏକଥା ତ ଆପଣ ନିଶ୍ଚେ ଶୁଣିଥିବେ । ସମସ୍ୟା ଆସିଲେ,ସମାଧାନ ମଧ୍ୟ ଏଥିରେ ଲୁଚି ରହିଥାଏ । ସିନେମା ଦୁନିଆରେ ହେବାକୁ ଯାଉଛି ଜବରଦସ୍ତ ମନୋରଞ୍ଜନ । ପୂର୍ବରୁ ଯାହା କେବେ ହୋଇ ନ ଥିଲା । ବିଶ୍ୱର ସବୁଠୁ ବଡ଼ ଫିଲ୍ମ ଫେଷ୍ଟିଭାଲ୍ ଏମିତି ଏକ Fest ନେଇ ଆସୁଛି, ଯାହାର ଭରପୁର ମଜା ଘରେ ବସି ନେଇ ପାରିବେ ସମସ୍ତେ ।  କିନ୍ତୁ YOUTUBE ଜରିଆରେ ।

ଫେଷ୍ଟିଭାଲର ନା ରହିଛି, WE ARE ONE, A GLOBAL FILM FESTIVAL । ଏହାକୁ ଅର୍ଗାନାଇଜ୍ କରୁଛି ଟ୍ରାଇବେକା ଏଣ୍ଟରପ୍ରାଇଜେଜ୍ । ନ୍ୟୁୟର୍କର ସେହି କମ୍ପାନୀ ଯିଏ ଟ୍ରାଇବେକା ଫିଲ୍ମ ଫେଷ୍ଟିଭାଲ୍ ଆୟୋଜନ କରିଥାଏ ।

ରୋବର୍ଟ କିଙ୍କଲ୍ ୟୁଟ୍ୟୁବର ଚିଫ୍ ବିଜେନେସ୍ ଅଫିସର । ସେ କହିଛନ୍ତି ଯେ, ‘ଏହା ଏମିତି ଏକ ଇଭେଣ୍ଟ, ଯାହା ଆଗରୁ କେବେ ମଧ୍ୟ ହୋଇନାହିଁ । ଆମେ ଗର୍ବିତ ଯେ, ଏମିତି ଏକ କଣ୍ଟେକ୍ଟ ଯାହା ୟୁଟ୍ୟୁବରେ ପ୍ରସାରଣ ହେବ ଏବଂ ଦୁନିଆ ସାରା ଲୋକ ଆମକୁ ମାଗଣାରେ ଦେଖି ପାରିବେ ।'

Add Zee News as a Preferred Source

୨୦ଟି ବଡ଼ ଫିଲ୍ମ ଫେଷ୍ଟିଭାଲରେ ଯେଉଁ ଫିଲ୍ମ ସବୁ ପ୍ରସାରଣ ହୋଇଥିଲା, ସେଥି ମଧ୍ୟରୁ ଅନେକ ଫିଲ୍ମ ଏଠି ଦେଖିବାକୁ ମିଳିବ । 

‘BIG –ଥ୍ରୀ’ କୁହାଯାଉଥିବା କାନ, ବେନିସ ଓ ବର୍ଲିନ୍ ଫିଲ୍ମ ଫେଷ୍ଟିଭାଲ୍ ସାମିଲ୍ ଅଛି । ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ଅଛି, ମାମି ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲ୍ । ଏହା ବ୍ୟତୀତ ଅନ୍ୟ ୧୬ TOP ଫିଲ୍ମ ଫେଷ୍ଟିଭାଲ୍ ରହିଛି । BFI, ଲଣ୍ଡନ୍ ଫିଲ୍ମ ଫେଷ୍ଟିଭାଲ୍, ଟ୍ରାଇବେକା,ଲୋକାର୍ଣ୍ଣୋ, କାଲୋବୀ ବେରୀ, ସନ୍ ଡ୍ୟାନ୍ସ, ଟରେଣ୍ଟୋ, ସରାୟେବା, ଟୋକିଓ, ସୈନ୍ ସର୍ବୋଚିୟନ୍, ସିଡ଼ନୀ, ମାରାକେଚ, ନ୍ୟୁୟର୍କ, ଜେରୁଜେଲମ୍,ମକାଉ,ଏନେକି ଆନିମେସନ୍, ଗୁଆଦାଲାହାରା ।

କେବେ ଓ କେଉଁଠି ଦେଖିବେ ଫିଲ୍ମ ?

ୟୁଟ୍ୟବରେ ଦେଖି ପାରିବେ ଫିଲ୍ମ ଫେଷ୍ଟିଭାଲ । WE ARE ONE ଚ୍ୟାନେଲରେ ଏହି ଫିଲ୍ମ ଦେଖିବାକୁ ମିଳିବ । ୪୩ ହଜାରରୁ ଅଧିକ ଲୋକ ଚ୍ୟାନେଲକୁ SUBCRIBE କରି ସାରିଛନ୍ତି । ଏହି ଚ୍ୟାନେଲରେ କାଲି ୩୦ ସେକେଣ୍ଡର ଭିଡିଓ ପୋଷ୍ଟ ହୋଇଛି । ଏହାକୁ ଆପଣ ଟିଜର ବା ଆନାଉନ୍ସମେଣ୍ଟ କହିପାରିବେ ।

ମେ,୨୯ରୁ  ୭ ଜୁନ୍ ପର୍ଯ୍ୟନ୍ତ ଚାଲିବ ଫିଲ୍ମ ଫେଷ୍ଟିଭାଲ୍ । ଏଥିପାଇଁ ଆପଣଙ୍କୁ ଟିକେଟ୍ କିଣିବାକୁ ପଡ଼ିବନି । ପଇସା ମଧ୍ୟ ଦେବାକୁ ପଡିବନି । ସମସ୍ତଙ୍କ ପାଇଁ ଏହା ମାଗଣା । ଦର୍ଶକ କୋରୋନା ମହାମାରୀ ସହ ଲଢେଇ ପାଇଁ ଡୋନେସନ୍ ଦେଇପାରିବେ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO) ଓ ଦୁନିଆର କିଛିଟା ଲୋକାଲ୍ ସଂସ୍ଥାଙ୍କୁ ଆଶ୍ୱସ୍ତି ମିଳିବ ।

ଫିଚର୍ ଫିଲ୍ମ ବ୍ୟତୀତ ଏଠି ଅନେକ କିଛି ଦେଖି ପାରିବେ । ସର୍ଟ ଫିଲ୍ମ, ଡକ୍ୟୁମେଣ୍ଟାରୀ, ମ୍ୟୁଜିକ୍, କମେଡ଼ ଓ ପ୍ୟାନେଲ୍ ଆଲୋଚନା ।

ହାଡ଼କୋର୍ ସିନେମାପ୍ରେମୀଙ୍କୁ ଏହା ପସନ୍ଦ ଲାଗି ନ ପାରେ । ପାରାସାଇଟ୍ ଭଳି ଆର୍ଟ ଫିଲ୍ମ ଚାଲିଛି । ଖୁସି ଖବର ଏହା ଯେ, ମଝିରେ କୌଣସି ବିଜ୍ଞାପନ ଚାଲିବନି । ଆସନ୍ତା ସପ୍ତାହରେ ପୁରା ସିଡ୍ୟୁଲ ଦିଆଯିବ । ଫଳରେ କେଉଁ ଟାଇମରେ କେଉଁ କଣ୍ଟେକ୍ଚ ଷ୍ଟ୍ରିମ ହେବ ସ୍ପଷ୍ଟ ଜଣାଯିବ ।

About the Author