ଶୀତଦିନେ କିଛି ଲୋକେ ଓଜନ ଦ୍ରୁତ ଗତିରେ ବଢ଼ିବାକୁ ଲାଗିଥାଏ ।
Trending Photos
ପ୍ରଦ୍ୟୁମ୍ନ କୁମାର ମାଝୀ, ନୂଆଦିଲ୍ଲୀ: ଶୀତଦିନେ ଆମେ ଯେତେବେଳେ ଦିନରେ ଚଳପ୍ରଚଳ ହେଉ ସୂର୍ଯ୍ୟାଲୋକରେ ଥିବା ନୀଳ ଆଲୋକ ଆମ ଆଖି ଦେଇ ଶରୀରରେ ପ୍ରବେଶ କରିଥାଏ । ଫଳରେ ଏହା ମଣିଷର ଚର୍ମତଳେ ଥିବା ଫ୍ୟାଟ୍ ସେଲ୍ ଉପରେ ପ୍ରଭାବ ପକାଇଥାଏ । ଏହି ଫ୍ୟାଟ୍ ସେଲ ବା ମେଦରେ ଥିବା ଲିପି ବୁନ୍ଦାର ଆକାର କମାଇ ଦିଏ, ଯାହାକି ଚର୍ମରନ୍ଧ୍ର ଦେଇ ବାହାରିଯାଇଥାଏ । ଅନ୍ୟ ଅର୍ଥରେ କହିବାକୁ ଗଲେ ସୂର୍ଯ୍ୟାଲୋକରୁ ଆସୁଥିବା ଏହି ହିତକାରୀ ଶକ୍ତି ମଣିଷ ଶରୀରର ମେଦବୃଦ୍ଧି କରିବାକୁ ଦିଏ ନାହିଁ । ଶୀତଦିନେ କିଛି ଲୋକଙ୍କ ଓଜନ ଦ୍ରୁତ ଗତିରେ ବଢ଼ିବାକୁ ଲାଗିଥାଏ । ଶୀତଦିନେ ପାଚନ କ୍ରିୟାରେ ସମସ୍ୟା ଦେଖାଦେଇଥାଏ । ଯାହା ଦ୍ୱାରା ଶରୀର ଫୁର୍ତ୍ତି ରହିପାରେନାହିଁ ଆଉ ଓଜନ ବୃଦ୍ଧି ପାଇଥାଏ । ଆପଣ ଖାଦ୍ୟରେ କିଛି ଏମିତି ଜିନିଷ ସାମିଲ କରନ୍ତୁ, ଯାହା ଦ୍ୱାରା ଆପଣ ଓଜନ ବୃଦ୍ଧିକୁ ନିୟନ୍ତ୍ରଣ କରାଯାଇପାରିବ ।
ଗାଜର: ଆଜିକାଲି ଓଜନ ବୃଦ୍ଧି ମୁଖ୍ୟ ସମସ୍ୟା ହୋଇଛି । ଓଜନ କମାଇବା ପାଇଁ କିଏ କେତେ କ'ଣ ତରିକା ଆପଣାଉଛନ୍ତି । ମାତ୍ର କମଳା ଏବଂ ଗାଜର ଜୁସ୍ ପିଇଲେ ଓଜନ ଖୁବ୍ ଶୀଘ୍ର ହ୍ରାସ ପାଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି । ଗାଜରରେ ଭରପୁର ମାତ୍ରାରେ ଫାଇବର ମିଳିଥାଏ । ଗାଜର ଆପଣଙ୍କ ହଜମ ସିଷ୍ଟମକୁ ନିୟନ୍ତ୍ରଣ ରଖିଥାଏ । ଗାଜରରେ କମ୍ କ୍ୟାଲୋରି ରହିଥାଏ । ଯାହାଦ୍ୱାରା ଆପଣଙ୍କ ପେଟ ଭରିଯାଇଥାଏ ଏବଂ ଓଜନ କଣ୍ଟ୍ରୋଲରେ ରହିଥାଏ । ଯାହା ଦ୍ୱାରା ଆପଣଙ୍କ ପେଟର ଚର୍ବି ହ୍ରାସ ପାଇବା ସହ ସ୍ୱାସ୍ଥ୍ୟ ଭଲ ରହିଥାଏ ।
ବିଟ୍ : ବିଟ୍ରେ ମାଙ୍ଗାନିଜ୍, ଭିଟାମିନ ସି, ଲୌହ, ଫୋଲେଟ ଓ ଫାଇବାର ତତ୍ତ୍ୱ ଭରପୁର ବିଟ୍ ପରିବା ସମସ୍ତ ବୟସ ଓ ବର୍ଗର ଲୋକ ଖାଇବା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ହିତକାରୀ । ବିଟ୍କୁ କଞ୍ଚା ଓ ତରକାରୀରେ ଉଭୟରେ ଉପଯୋଗ କରି ଖାଇବେ । ନିୟମିତ ଭାବେ ଏଇ ପରିବାକୁ ନିଜ ଡାଏଟରେ ସାମିଲ କଲେ ଏକ ସୁସ୍ଥ ଜୀବନ ଅତିବାହିତ କରି ହୋଇଥାଏ ବୋଲି ବିଶେଷଜ୍ଞଙ୍କ ମତ । ମଧୁମେହ ରୋଗୀଙ୍କ ନିମନ୍ତେ ବିଟ୍ ଏକ ଔଷଧ ପରି କାମ କରେ । କମ୍ କ୍ୟାଲୋରୀଯୁକ୍ତ ଏଇ ପରିବା ଖାଇଲେ ଓଜନ ମଧ୍ୟ ନିୟନ୍ତ୍ରଣ କରେ । ବିଟ୍ରୁ ପ୍ରଚୁର ପରିମାଣରେ ଓଜନ କମାଇବା ଫାଇବର ମିଳିଥାଏ । ୧୦୦ ଗ୍ରାମ୍ ବିଟ୍ରୁ କେବଳ ୪୩ କ୍ୟାଲୋରୀ, ୦.୨ ଗ୍ରାମ୍ ଫ୍ୟାଟ୍ ଏବଂ ୧୦ ଗ୍ରାମ୍ କାର୍ବୋହାଇଡ୍ରେଟ୍ ରହିଥାଏ । ବିଟ୍କୁ ସାଲାଡ୍ ଏବଂ ଜୁସ୍ ଭାବେ ସେବନ କରିପାରିବେ । ଏହାଦ୍ୱାରା ଭୋକ କମ୍ ଲାଗିଥାଏ ଏବଂ ଓଜନରେ ମଧ୍ୟ ହ୍ରାସ ଘଟିଥାଏ ।
ଡାଲଚିନିର ଔଷଧୀୟ ଗୁଣ: ଆମ ରୋଷେଇ ଘରେ ଏମିତି ଅନେକ ମସଲା ରହିଛି, ଯେଉଁଥିରେ ଔଷଧୀୟ ଗୁଣ ଭରପୁର ମାତ୍ରାରେ ରହିଛି । ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ଏହି ସବୁ ମସଲା ମଧ୍ୟରୁ ଡାଲଚିନିରେ ଅଧିକ ମାତ୍ରାରେ ଔଷଧୀୟ ଗୁଣ ରହିଛି । ଆଉ ଡାଲଚିନିର ଗୁଣ୍ଡକୁ କ୍ଷୀରରେ ମିଶାଇ ପିଇଲେ, ଏହାର ଉପକାରିତା ଦୁଇ ଗୁଣା ବଢ଼ିଯାଏ । ନ୍ୟୁଟ୍ରେସନ୍ ସାଇଁସ ଏବଂ ବିଟମିନୋଲୋଜିର ଏକ ରିପୋର୍ଟ ଅନୁସାରେ ଡାଲଚିନକୁ ନିୟମିତ ଭାବେ ସେବନ କରିବା ଦ୍ୱାରା ଓଜନରେ ହ୍ରାସ ଘଟିଥାଏ । ଡାଲ୍ଚିନି ଚୂର୍ଣ୍ଣକୁ କ୍ଷୀରରେ ମିଶାଇ ପିଇଲେ କ୍ଷୀରରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ବଢ଼ିଯାଏ । ଏହା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି ପାଇଥାଏ । ଡାଲଚିନି ଗୁଣ୍ଡ ସହ କ୍ଷୀରର ମିଶ୍ରଣ ମଧୁମେହ ସମସ୍ୟା ଦୂର କରିବା ସହ ଇମ୍ୟୁନୋ ସିଷ୍ଟମ୍କୁ ବି ମଜବୁତ୍ କରିଥାଏ ।
ମେଥିର ଔଷଧୀୟ ଗୁଣ. ମେଥି ଭାରତୀୟ ରୋଷେଇ ଘରେ ଅତ୍ୟନ୍ତ ପରିଚିତ । ସ୍ୱଳ୍ପ ପରିମାଣରେ ବ୍ୟବହାର ହେଉଥିଲେ ବି ଏହାର ଔଷଧୀୟ ଗୁଣ ସର୍ବ ଆଦୃତ । ମେଥିପତ୍ରକୁ ଶାଗ ହିସାବରେ ବ୍ୟବହାର କରାଯାଇଥାଏ ଏବଂ ମଞ୍ଜିକୁ ତରକାରୀ, ଡାଲି ଓ ବିଭିନ୍ନ ବ୍ୟଞ୍ଜନରେ ଛୁଙ୍କ ଦେଲାବେଳେ ଅନ୍ଧ ଦିଆଯାଏ ଓ ଆଚାରରେ ମଧ୍ୟ ଏହାକୁ ବ୍ୟବହାର କରାଯାଏ । ଏହାର ବ୍ୟବହାର ବ୍ୟଞ୍ଜନରେ ବାସ୍ନାକୁ ବହୁଗୁଣିତ କରାଇଥାଏ । ଏହାର ଅନେକ ଔଷଧୀୟ ଗୁଣ ରହିଛି । ବିଶେଷ କରି ସୁଗର ଏବଂ ଇନସୁଲିନ୍କୁ କଣ୍ଟ୍ରୋଲ କରିବା ନେଇ ମେଥିର ବିଜ ଅନେକ ଲାଭଦାୟକ ହୋଇଥାଏ । ଶରୀରରୁ ମେଟାବେଲିଜିୟମ୍ ସିଷ୍ଟମକକୁ ଠିକ୍ ରଖିବାକୁ ମଧ୍ୟ ସାହାଯ୍ୟ କରିଥାଏ । ମେଥିରେ ମିଳୁଥିବା ୱାଟର ସାଁଲ୍ୟୁବଲ କମ୍ପୋନେଣ୍ଟ ଖାଇବାର ଇଛାକୁ କମ କରିଥାଏ । ଶୀତଦିନେ ଏହାର ସେବନ ଦ୍ୱାରା ଓଜନ ହ୍ରାସ ପାଇଥାଏ ।
ପିଜୁଳି: ପିଜୁଳି ଏକ ଉତ୍ତମ ଓ ସ୍ୱାସ୍ଥ୍ୟହିତକାରୀ ଫଳ ଅଟେ। ଏଥିରେ ଆଣ୍ଟିଅକ୍ସିଡ଼ାଣ୍ଟ ,ମିନେରାଲସ ଭରପୁର ମାତ୍ରାରେ ରହିଛି, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭକାରୀ ଅଟେ। ଏଥିରେ ଭିଟାମିନ ସି ରହିଛି । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଆମ ଚର୍ମକୁ ଉଜ୍ୱଳ କରିବା ସହ ଏଥିରେ ମାଙ୍ଗାନିଜ ଥିବାରୁ ଶରୀରର ଅବଶୋଷଣ ଶକ୍ତିକୁ ବଢ଼ାଇଥାଏ । ମାତ୍ର ସଭିଏଁ ହୁଏତ ଜାଣି ନଥିବେ ଏହା ଓଜନ ହ୍ରାସ କରିବାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ପିଜୁଳିରେ ବହୁ କମ ମାତ୍ରାରେ କାର୍ବୋହାଇଡ଼୍ରେଡ଼ ରହିଛି । ପ୍ରାୟ ୧୦୦ ଟି ପିଜୁଳିରେ ୧୪ ଗ୍ରାମ କାର୍ବୋହାଇଡ୍ରେଡ୍ ରହିଥାଏ । ଯେଉଁଥିରେ କାର୍ବୋହାଇଡ୍ରେଡ୍ ମାତ୍ରା କମ ଥାଏ, ତାହା ଓଜନ ହ୍ରାସ ପାଇଁ ଖୁବ ଲାଭକାରୀ ଅଟେ । ତେଣୁ ପିଜୁଳି ଖାଇବା ଦ୍ୱାରା ଓଜନ କମ ହୋଇଥାଏ । ପିଜୁଳିରେ ଅଧିକ ପରିମାଣରେ ଫାଇବର ଥାଏ । ଓଜନ କମ କରିବା ପାଇଁ ହଜମ କ୍ରିୟା ଠିକ ଭାବେ କାର୍ଯ୍ୟ କରିବା ନିତ୍ୟାନ୍ତ ଆବଶ୍ୟକ । ପ୍ରୋଟିନର ଏକ ଉତ୍ତମ ସ୍ରୋତ ହେଉଛି ପିଜୁଳି । ପ୍ରୋଟିନ ଭୋକ ସହ ଜଡ଼ିତ ଗ୍ରେଲିନ ହରମୋନକୁ ନିୟନ୍ତ୍ରିତ କରିଥାଏ। ଯାହା ଆମ ଓଜନକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।