Advertisement
Article Detail0/zeeodisha/odisha692214
Zee OdishaOther Newsବର୍ଷକରେ କୋଟିଏ ଟଙ୍କା ଦରମା ନେଇଥିବା ଚର୍ଚ୍ଚିତ ଶିକ୍ଷୟତ୍ରୀ ଗିରଫ

ବର୍ଷକରେ କୋଟିଏ ଟଙ୍କା ଦରମା ନେଇଥିବା ଚର୍ଚ୍ଚିତ ଶିକ୍ଷୟତ୍ରୀ ଗିରଫ

ବର୍ଷକରେ କୋଟିଏ ଟଙ୍କା ଦରମା ନେଇଥିବା ଜଣେ ଚର୍ଚ୍ଚିତ ଶିକ୍ଷୟତ୍ରୀଙ୍କୁ ଉତ୍ତର ପ୍ରଦେଶର କାସଗଞ୍ଜରୁ ଗିରଫ କରାଯାଇଛି | 

ବର୍ଷକରେ କୋଟିଏ ଟଙ୍କା ଦରମା ନେଇଥିବା ଚର୍ଚ୍ଚିତ ଶିକ୍ଷୟତ୍ରୀ ଗିରଫ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ବିଭିନ୍ନ ଜିଲ୍ଲାରେ ନକଲି ଉପାୟରେ ଚାକିରୀ କରିଥିବା ଚର୍ଚ୍ଚିତ ଶିକ୍ଷୟତ୍ରୀ ଅନାମିକା ଶୁକ୍ଳାଙ୍କୁ ଶନିବାର କାସଗଞ୍ଜର ସୋରୋଁ ଅଞ୍ଚଳରୁ ଗିରଫ କରାଯାଇଛି | ପୋଲିସ ହାତରେ ଧରାପଡିଥିବା ଏହି ଶିକ୍ଷୟତ୍ରୀ ସ୍ଥାନୀୟ ଫରିଦପୁର ଅଞ୍ଚଳରେ ଥିବା କସ୍ତୁରବା ବିଦ୍ୟାଳୟରେ ପୂର୍ଣ୍ଣକାଳୀନ ବିଜ୍ଞାନ ଶିକ୍ଷକ ରୂପେ କାର୍ଯ୍ୟ କରୁଥିଲେ | ସେ ଏକକାଳୀନ ୧୦ଟି ଜିଲ୍ଲାରେ ପାଠ ପଢାଇବା ସହ  ଗୋଟିଏ ବର୍ଷରେ କୋଟିଏରୁ ଅଧିକ ଟଙ୍କା ଦରମା ବାବଦରେ ପାଇଥିଲେ |   
    
ଏ ଘଟଣା ସମ୍ପର୍କରେ ଜଣାପଡିବା ପରେ ଶିକ୍ଷା ବିଭାଗ ପକ୍ଷରୁ ଏହି ଚର୍ଚ୍ଚିତ ଶିକ୍ଷୟତ୍ରୀଙ୍କୁ ଖୋଜି ବାହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା | ଏହି ଚର୍ଚ୍ଚିତ ଶିକ୍ଷୟତ୍ରୀ କାସଗଞ୍ଜ ଜିଲ୍ଲାର ଏକ କସ୍ତୁରବା ବିଦ୍ୟାଳୟରେ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ରୂପେ କାର୍ଯ୍ୟ କରୁଥିବା ନେଇ ଜଣା ପଡିଥିଲା | 
 
ଗତ ଶୁକ୍ରବାର ଶିକ୍ଷା ବିଭାଗ ପକ୍ଷରୁ ଏହି ଶିକ୍ଷୟତ୍ରୀଙ୍କୁ ଦରମା ପ୍ରଦାନ କରିବା ଉପରେ ରୋକ ଲଗାଯିବା ପାଇଁ ନୋଟିସ ଜାରି ହୋଇଥିଲା | ଏହାକୁ ହ୍ୱାଟ୍ସଆପରେ ପଠାଯାଇଥିଲା | ଶନିବାର ନୋଟିସ ପାଇବା ପରେ ସେ ଇସ୍ତଫା ଦେବା ପାଇଁ  ବିଭାଦଗୀୟ କାର୍ଯ୍ୟାଳୟକୁ ଆସିଥିଲେ | ତାଙ୍କ ସାଥିରେ ଆସିଥିବା ଜଣେ ଯୁବକ ହାତରେ ଇସ୍ତଫା ପତ୍ର ପଠାଇଥିଲେ ସେ | ସମ୍ପୃକ୍ତ ଯୁବକଙ୍କୁ ଏହି ଚର୍ଚ୍ଚିତ ଶିକ୍ଷୟତ୍ରୀ ବାବଦରେ ପଚରାଯିବାରୁ, ଅନାମିକା ଶୁକ୍ଳା ବାହାରେ ଛିଡା ହୋଇଥିବା ନେଇ ଜଣାଇଥିଲା | 

ଏହା ପରେ  ଶିକ୍ଷା ବିଭାଗ ଅଧିକାରୀ ଅଞ୍ଜଳି ଅଗ୍ରୱାଲ ଘଟଣା ବାବଦରେ ନିକଟସ୍ଥ ଥାନାକୁ ଜଣାଇବା ସହ ବିଭାଗୀୟ କର୍ମଚାରୀଙ୍କ ସହାୟତାରେ ତାଙ୍କୁ ଘେରି ଯାଇଥିଲେ | ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗିରଫ କରିବା ସହ ପଚରାଉଚରା କରୁଛି | ଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ଖବର ଅନୁସାରେ ଗିରଫ ଶିକ୍ଷୟତ୍ରୀ ଅନାମିକା ଶୁକ୍ଳା ଅମେଠିରେ ପୂର୍ଣ୍ଣକାଳୀନ ବିଜ୍ଞାନ ଶିକ୍ଷକ ରୂପେ ନିଯୁକ୍ତି ପାଇଥିଲେ | ସେ ନକଲି ଉପାୟରେ ଏକକାଳୀନ ୧୦ଟି ଜିଲ୍ଲାରେ ପାଠ ପଢଉଥିବାର ଖବର ମିଳିବା ପରେ ବିଭାଗୀୟ ମନ୍ତ୍ରୀଙ୍କ ପକ୍ଷରୁ ଏ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯିବା ସହ ସମ୍ପୃକ୍ତ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ ଏଫଆଇଆର ରୁଜ୍ଜୁ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା |   

Add Zee News as a Preferred Source