ବିଜେପି ରାଜ୍ୟ ଉପସଭାପତି ଖାଇଲେ ଠିଆ ଗୋଇଠା, ଦେଖନ୍ତୁ ଭିଡିଓ
ଦିଦିଙ୍କ ରାଜ୍ୟରେ କର୍ମୀଙ୍କ ଦାଦାଗିରି ! ବିଜେପି ରାଜ୍ୟ ଉପ ସଭାପତି ଖାଇଲେ ଠିଆ ଗୋଇଠା ...
Trending Photos
)
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଟିଏମସି କର୍ମୀଙ୍କ ଦାଦାଗିରି ! ବିଜେପି ରାଜ୍ୟ ଉପ ସଭାପତିକୁ ବାଡେଇଲେ ଟିଏମସି କର୍ମୀ ! ଏପରକି ଠିଆ ଗୋଇଠା ମାରି ରାସ୍ତା ତଳକୁ ପେଲି ମଧ୍ୟ ଦେଇଛନ୍ତି । ରାଜ୍ୟରେ ୩ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଚାଲିଥିବେ ବେଳେ ସାମ୍ନାକୁ ଆସିଛି ଏପରି ଆଭାବନୀୟ ଘଟଣା ।
ଆଜି ୩ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଚାଲିଛି । ତେବେ କରିମପୁର ଉପନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ଏହି ଘଟଣା ଘଟିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପଶ୍ଚିମବଙ୍ଗ ବିଜେପି ରାଜ୍ୟ ଉପସଭାପତି ଜୟ ପ୍ରକାଶ ମଜୁମଦାର ଏହି ଆସନରୁ ଦଳର ପ୍ରାର୍ଥୀ ହୋଇଛନ୍ତି । ତେବେ ବୁଥ ବାହାରେ ତାଙ୍କ ଉପରେ ଏଭଳି ଆକ୍ରମଣ ହୋଇଛି । ଘଟଣା ସ୍ଥଳରେ ପୋଲିସ ଥିଲେ ସୁଦ୍ଧା, ବିଧାୟକ ପ୍ରାର୍ଥୀଙ୍କୁ ସୁରକ୍ଷା ଦେଇପାରିନି ।
#WATCH West Bengal BJP Vice President and candidate for Karimpur bypoll, Joy Prakash Majumdar manhandled and kicked allegedly by TMC workers as voting is underway in the constituency. #WestBengal pic.twitter.com/Vpb5s14M5A
— ANI (@ANI) November 25, 2019
ଟିଏମସି କର୍ମୀଙ୍କ ପକ୍ଷରୁ ଏପରି ଆକ୍ରମଣ ହୋଇଥିବା କୁହାଯାଉଛି । ଏହି ଭିଡିଓ ଏବେ ଭାଇରାଲ ହୋଇଛି । ବିଜେପି ରାଜ୍ୟ ଉପ ସଭାପତି ତଥା ବିଧାୟକ ପ୍ରାର୍ଥୀ ଜୟ ପ୍ରକାଶ ମଜୁମଦାରଙ୍କୁ ବାଡେଇବା ସହ ଠିଆ ଗୋଇଠା ମାରିଥିବା ଭିଡିଓରୁ ସ୍ପଷ୍ଟ ଜଣାପଡୁଛି । ଆକ୍ରମଣରେ ରାସ୍ତା କଡରେ ଥିବା ଏକ ବୁଦାରେ ପଡିଛନ୍ତି ଜୟ ପ୍ରକାଶ । ପୋଲିସ ଆକ୍ରମଣକାରୀଙ୍କୁ ଅଟକାଇବା ପାଇଁ ଉଦ୍ୟମ ମଧ୍ୟ କରୁଥିବା, ଭିଡିଓରେ ଜଣାପଡୁଛି ।