close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଦିଦିଙ୍କ ଦମ୍ଭିଲା ନିଷ୍ପତ୍ତି, ବର୍ଷେ ପାଇଁ ତମାଖୁ ବ୍ୟାନ

ଦିଦିଙ୍କ ବଡ ନିଷ୍ପତ୍ତି । ତମାଖୁ ମୁକ୍ତ ହେବ ପଶ୍ଚିମବଙ୍ଗ । ଦୀର୍ଘ ଗୋଟିଏ ବର୍ଷ ପର୍ଯ୍ୟନ୍ତ ବ୍ୟାନ ହେବ ତମାଖୁ । 

ଦିଦିଙ୍କ ଦମ୍ଭିଲା ନିଷ୍ପତ୍ତି, ବର୍ଷେ ପାଇଁ ତମାଖୁ ବ୍ୟାନ
ଫାଇଲ ଫଟୋ

ନୂଆଦିଲ୍ଲୀ: ଦିଦିଙ୍କ ବଡ ନିଷ୍ପତ୍ତି । ତମାଖୁ ମୁକ୍ତ ହେବ ପଶ୍ଚିମବଙ୍ଗ । ଦୀର୍ଘ ଗୋଟିଏ ବର୍ଷ ପର୍ଯ୍ୟନ୍ତ ବ୍ୟାନ ହେବ ତମାଖୁ । ଆସନ୍ତା ନଭେମ୍ବର ୭ରୁ ଏହି ନିୟମ ଲାଗୁ ହେବ । ୨୦୨୧ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଥିବାବେଳେ, ଏହାର ଗୋଟିଏ ବର୍ଷ ପୂର୍ବରୁ ଦୃଢ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । 

ତମାଖୁ ନିଷେଧ ପାଇଁ ଆଉ ପଦେ ଆଗକୁ ବଢିଲେ ପଶ୍ଚିମବଙ୍ଗ ସରକାର । ରାଜ୍ୟରେ ଗୋଟିଏ ବର୍ଷ ପର୍ଯ୍ୟନ୍ତ ତମାଖୁ ଏବଂ ପାନ ମସଲା ଉପରେ କଟକଣା ଲାଗିଛି । ଆସନ୍ତା ନଭେମ୍ବର ୭ ତାରିଖରୁ ଏହାକୁ ଲାଗୁ କରାଯିବ । ଅର୍ଥାତ ଏହାପରେ ତମାଖୁ ପ୍ରସ୍ତୁତି, ଷ୍ଟୋରେଜ, ବିତରଣ ଏବଂ ବିକ୍ରି ଉପରେ କଟକଣା ଜାରି ହୋଇଛି । ନିୟମ ଖିଲାପ କଲେ କଡା କର୍ଯ୍ୟାନୁଷ୍ଠାନ ନିଆଯିବ । 

କିଛିଦିନ ପୂର୍ବରୁ ଉତ୍ତରାଖଣ୍ଡ ସରକାର ମଧ୍ୟ ବର୍ଷକ ପାଇଁ ଗୁଟଖା ଓ ପାନ ମସଲା ଉପରେ ବ୍ୟାନ ଜାରି କରିଥିଲେ । ଗୁଟଖା ଓ ପାନ ମସଲାର ପ୍ରସ୍ତୁତି ସହ ବିକ୍ରି ଉପରେ ଏହି କଟକଣା ଜାରି କରାଯାଇଛି । ଯେଉଁ ସବୁ ଗୁଟଖାରେ ତମାଖୁ ଓ ନିକୋଟିନର ମାତ୍ରା ଅଧିକ ରହିଛି ସେହି ପାନ ମସଲା ଉପରେ ସରକାର ବ୍ୟାନ ଜାରି କରିଥିଲେ ଉତ୍ତରାଖଣ୍ଡ ସରକାର ।