ନାଗରିକତା ସଂଶୋଧନ ଆଇନ(CAA)କୁ ନେଇ ଅଶାନ୍ତ ପୂର୍ବୋତ୍ତର । ପଶ୍ଚିମବଙ୍ଗରେ ଲୋକଙ୍କ ବିରୋଧ ଉଗ୍ରରୂପ ନେଉଛି । ସ୍ଥିତି ନିୟନ୍ତ୍ରଣ କରିବା ପୋଲିସ ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ଆଜି ହାୱଡାରେ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଛି ।
Trending Photos
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(CAA)କୁ ନେଇ ଅଶାନ୍ତ ପୂର୍ବୋତ୍ତର । ପଶ୍ଚିମବଙ୍ଗରେ ଲୋକଙ୍କ ବିରୋଧ ଉଗ୍ରରୂପ ନେଉଛି । ସ୍ଥିତି ନିୟନ୍ତ୍ରଣ କରିବା ପୋଲିସ ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ଆଜି ହାୱଡାରେ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଛି ।
ପଶ୍ଚିମବଙ୍ଗ ହାୱଡା ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ । ଅପରାହ୍ନ ୫ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ରହିବ । ସିଏଏକୁ ନେଇ ଏବେ ସ୍ଥିତି ଅଶାନ୍ତ ରହିଛି । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଯାଇ ଏପରି ନିଷ୍ପତ୍ତି ନେଇଛି ପ୍ରଶାସନ । ବିକ୍ଷୋଭକାରୀଙ୍କ ଉପରେ କଡା ନଜର ରଖାଯାଇଛି ।
ସେପଟେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ଆଇନକୁ ତୀବ୍ର ବିରୋଧ କରିଛନ୍ତି । ନାଗରିକ ସଂଶୋଧନ ଆଇନ ଓ NRCକୁ ହଟା ନ ଯିବା ଯାଏ ପଶ୍ଚିମବଙ୍ଗରେ ବିରୋଧ ଜାରି ରହିବ ବୋଲି କଡ଼ା ଚେତାବନୀ ଦେଇଛନ୍ତି ମମତା ବାନାର୍ଜୀ । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଆପଣ ପଶ୍ଚିମବଙ୍ଗରେ ମୋ ସରକାର ଭାଙ୍ଗିବାକୁ ଚାହଁନ୍ତି ତେବେ ଭାଙ୍ଗିପାରନ୍ତି । କିନ୍ତୁ ମୁଁ, କେବେ ବି ପଶ୍ଚିମବଙ୍ଗରେ ଏହି ଆଇନକୁ ଲାଗୁ ହେବା ପାଇଁ ଦେବି ନାହିଁ । ଆଉ ଯଦି ଆଇନ ଲାଗୁ କରିବା ପାଇଁ ଚାହିଁବ ତେବେ ମୋ ଶବ ଉପର ଦେଇ ଆପଣଙ୍କୁ ଯିବାକୁ ହେବ ବୋଲି ସଫା ସଫା କହିଛନ୍ତି ମମତା ।
କେବଳ ମମତା ନୁହଁ ଅଖିଳେଶ ଯାଦବ, କଂଗ୍ରେସର ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରାହୁଲ ଗାନ୍ଧୀ ମଧ୍ୟ ଆଇନକୁ ବିରୋଧ କରିଛନ୍ତି । ସୋମବାର ଆଇନକୁ ବିରୋଧ କରି ପ୍ରିୟଙ୍କା ଗାନ୍ଧୀ ଦିଲ୍ଲୀସ୍ଥିତ ଇଣ୍ଡିଆ ଗେଟ ସମ୍ମୁଖରେ ଧାରଣା ଦେଇଥିଲେ । ପ୍ରତିଟି କଂଗ୍ରେସ କର୍ମୀ ଏହି ଆଇନକୁ ବିରୋଧ କରିବେ ବୋଲି ସେ ଚେତାବନୀ ଦେଇଛନ୍ତି ।
ଆହୁରି ପଢନ୍ତୁ; ଯଦି ବିଲ ଲାଗୁ କରିବ, ତ ମୋ ଶବ ଉପର ଦେଇ: ମମତା