ଯେଉଁ ରାଜ୍ୟର ଆକ୍ରାନ୍ତଙ୍କ ସଂଖ୍ୟା ୧୯୦, ସେଠି ଏପ୍ରକାର ସାମାଜିକ ଦୂରତ୍ୱ !
Trending Photos
ନୂଆଦିଲ୍ଲୀ: କିଲର କୋରୋନାକୁ ମାତ୍ ଦେବା ପାଇଁ ଦେଶବାସୀ ଏକଜୁଟ । ଲକ୍ ଡାଉନ୍ ନେଇ ସରକାର ଯେଉଁସବୁ ନିର୍ଦ୍ଦେଶ ଦେଉଛନ୍ତି, ଏବେ ତାକୁ ପାଳନ କରିବା ବେଳ । ଅଧିକାଂଶ ଲୋକ ଏହାକୁ ପାଳନ ମଧ୍ୟ କରୁଛନ୍ତି । ହେଲେ ପଶ୍ଚିମବଙ୍ଗରୁ ଆସିଛି ଏଭଳି ଏକ ଚିତ୍ର, ଯାହା ଦେଖିଲେ ଆପଣଙ୍କ ଭିତରେ ସୃଷ୍ଟି ହେବ ଅନେକ ପ୍ରଶ୍ନ । ଦେଶ ଏବେ କୋରୋନା ସହ ଲଢ଼େଇ କରୁଥିବା ବେଳେ ସେଠି ଖାମଖିଆଲି ମନଭୋବ । ଏ ଦୃଶ୍ୟ ଦେଖିଲେ ମନେହେଉଛି, ସତେ ଯେମିତି ଏଠି ଲକ୍ ଡାଉନ୍ ଏକ ଘୋଷଣା ମାତ୍ର ।
ଏ ଚିତ୍ର ପୁରା ତାଜା, ଅର୍ଥାତ ଆଜିର । ପଶ୍ଟିମବଙ୍ଗ ଆସାନସୋଲର ଏକ ପରିବା ମାର୍କେଟର ଦୃଶ୍ୟ ଏହା । ଯେଉଁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଛନ୍ତି, ଏ ହେଉଛି ସେହି ରାଜ୍ୟର ଦୃଶ୍ୟ । ଆପଣ କହିପାରବେ କି, ଏଠି ସତରେ କଣ ଲକ୍ ଡାଉନ୍ ଜାରି ହୋଇଥିବା ପରି ମନେହେଉଛି ? ସାମାଜିକ ଦୂରତ୍ୱ କଥାକୁ ପଚାରେ ବା କିଏ ? ସତେ ଯେମିତି କିଲର କୋରୋନା ଏମାନଙ୍କର କିଛି କରିପାରିବ ନାହିଁ ! ଲୋକଙ୍କୁ ସଚେତନ କରିବାରେ ପୁରା ଫେଲ୍ ରାଜ୍ୟ ସରକାର !
ଆମେ ଏଇଥି ପାଇଁ ଏକଥା କହୁଛି, ପଶ୍ଚିମବଙ୍ଗରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୦ରେ ପହଞ୍ଚିଛି । ଅର୍ଥାତ ବର୍ତ୍ତମାନ ସମୟରେ ଯେଉଁ ରାଜ୍ୟରେ କଡ଼ାକଡ଼ି ଲକ୍ ଡାଉନ୍ ପାଳନ ହେବା କଥା, ସେଠି ଏତେ ଖାମଖିଆଲି କେମିତି । ପଶ୍ଚିମବଙ୍ଗ ପୋଲିସ କ'ଣ ଏସବୁ ଜାଣିପାରୁନାହିଁ ? ନା ପଶ୍ଚିମବଙ୍ଗ ସରକାର ଲକ୍ ଡାଉନକୁ କଡ଼ାକଡ଼ି ପାଳନ କରିବାକୁ ଚାହୁଁନାହାଁନ୍ତି ? ଯଦି ବର୍ତ୍ତମାନ ସମୟରେ ସାମାଜିକ ଦୂରତ୍ୱକୁ ଏତେ ହାଲକା ଭାବେ ନିଆଯାଏ, ତେବେ ପରିଣାମ ଯେ ଭୟାବହ ହେବ, ତାହା ସମସ୍ତେ ଜାଣିଛନ୍ତି ।
West Bengal: People in large numbers at a vegetable market in Asansol, amid #Coronaviruslockdown to contain the spread of the disease. pic.twitter.com/x5ymVJqBOr
— ANI (@ANI) April 14, 2020