କୋରୋନା ଅଙ୍କକୁ ନେଇ ବେଶ୍ ବିବାଦରେ ରହିଛନ୍ତି ପଶ୍ଚିମବଙ୍ଗ ସରକାର । କେନ୍ଦ୍ରକୁ କୋରୋନାର ସଠିକ୍ ରିପୋର୍ଟ ଦେଉନଥିବା ଅଭିଯୋଗ ଆସିଛି ।
Trending Photos
ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ସଂଖ୍ୟାକୁ ନେଇ ସନ୍ଦେହ ଘେରରେ ରହିଛି ପଶ୍ଚିମବଙ୍ଗ । ଆଉ ଏସବୁ ଭିତରେ ବଡ଼ ପଦକ୍ଷେପ ନେଇଛନ୍ତି ପଶ୍ଚିମବଙ୍ଗ ସରକାର । ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟ ସଚିବ ବିବେକ କୁମାରଙ୍କୁ ବଦଳି କରାଯାଇଛି । ତାଙ୍କୁ ପରିବେଶ ବିଭାଗର ଦାୟିତ୍ୱ ମିଳିଛି । ଏବେ ତାଙ୍କ ସ୍ଥାନରେ ସ୍ୱାସ୍ଥ୍ୟ ସଚିବ ଭାବେ ନାରାୟଣ ସ୍ୱରୂପ ନିଗମଙ୍କୁ ଦାୟିତ୍ୱ ମିଳିଛି ।
West Bengal Principal Health Secretary Vivek Kumar transferred and posted as Principal Secretary Environment Department, West Bengal.
— ANI (@ANI) May 12, 2020
କୋରୋନା ଅଙ୍କକୁ ନେଇ ବେଶ୍ ବିବାଦରେ ରହିଛନ୍ତି ପଶ୍ଚିମବଙ୍ଗ ସରକାର । କେନ୍ଦ୍ରକୁ କୋରୋନାର ସଠିକ୍ ରିପୋର୍ଟ ଦେଉନଥିବା ଅଭିଯୋଗ ଆସିଛି । ସିଧାସଳଖ କହିବାକୁ ଗଲେ, ପଶ୍ଚିମବଙ୍ଗ ସରକାର କୁଆଡ଼େ ତଥ୍ୟ ଲୁଚାଉଛନ୍ତି । ଆଉ ଏସବୁ ଭିତରେ ସ୍ୱାସ୍ଥ୍ୟ ସଚିବଙ୍କୁ ବଦଳି କରିବା ଘଟଣାକୁ ନେଇ ଚର୍ଚ୍ଚା ସରଗରମ ହୋଇଛି । କାହିଁକିନା ସ୍ୱାସ୍ଥ୍ୟ ସଚିବଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ମୋଦି ସରକାରଙ୍କ ଉପରେ ହମଲା କରୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଗ ସହ ହୋଇଥିବା ବୈଠକରେ ମମତା ବାନାର୍ଜୀ କହିଥିଲେ, ''ଏହି ସମୟରେ କେନ୍ଦ୍ର ସରକାର ରାଜନୀତି କରିବା ଆଦୌ ଉଚିତ୍ ନୁହେଁ । କେନ୍ଦ୍ର ସରକାର ସଂଘୀୟ ବ୍ୟବସ୍ଥାକୁ ବଜାୟ ରଖିବା ଦରକାର । କୋରୋନା ମୁକାବିଲା ଦିଗରେ ପଶ୍ଚିମବଙ୍ଗ ଭଲ କାମ କରୁଛି । କେନ୍ଦ୍ର ବୁଝିବା ଦରକାର, ପଶ୍ଚିମବଙ୍ଗ, ଅନ୍ତର୍ଜାତୀୟ ସୀମାରେ ଆସୁଛି ।''
ଚିଠିରୁ ଆରମ୍ଭ ହୋଇଥିଲା ବିବାଦ
କିଛିଦିନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ରାଜୀବ ସିହ୍ନାଙ୍କୁ ଏକ ଚିଠି ଲେଖିଥିଲା କେନ୍ଦ୍ରୀୟ ଟିମ୍ । ଯେଉଁ ଚିଠିରେ କୋରୋନା ମୁକାବିଲା ଦିଗରେ ରାଜ୍ୟର ପ୍ରସ୍ତୁତ ଅତ୍ୟନ୍ତ ନୈରାଶ୍ୟଜନକ ବୋଲି କୁହାଯାଇଥିଲା । ଏହି ଚିଠି କେନ୍ଦ୍ରୀୟ ଟିମର ମୁଖ୍ୟ ତଥା ଭାରତ ସରକାରଙ୍କ ସ୍ୱତନ୍ତ୍ର ସଚିବ ଅପୂର୍ବ ଚନ୍ଦ୍ରା ଲେଖିଥିଲେ । ପଶ୍ଚିମବଙ୍ଗ ସରକାର ଭିନ୍ନ ଭିନ୍ନ ସମୟରେ କୋରୋନା ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟାର ତଥ୍ୟ ଦେଇଛନ୍ତି ବୋଲି ସେ ଦର୍ଶାଇଥିଲେ । ଅର୍ଥାତ ପଶ୍ଚିମବଙ୍ଗ ସରକାର ଯେଉଁ ତଥ୍ୟ ସବୁରେ ତାଳମେଳ ନଥିଲା । ଆଉ ଏ ଚିଠି ଲିକ୍ ହେବା ପରେ ପଶ୍ଚିମବଙ୍ଗ ସରକାର ତଥ୍ୟ ଲୁଚାଉଥିବା ଚର୍ଚ୍ଚା ଜୋର ଧରିଥିଲା ।
ସେହିପରି କେନ୍ଦ୍ରୀୟ ଟିମର କହିବା କଥା ଥିଲା, ପଶ୍ଚିମବଙ୍ଗରେ କୋରୋନା ଜନିତ ମୃତ୍ୟୁହାର ୧୨.୮ ପ୍ରତିଶତ ରହିଛି । ଯାହାକି ଅନ୍ୟ ରାଜ୍ୟ ତୁଳନାରେ ବେଶ୍ ଅଧିକ । ରାଜ୍ୟରେ କୋରୋନା ମୁକାବିଲା ଦିଗରେ ଆବଶ୍ୟକ ପଦକ୍ଷେପ ଅଭାବରୁ ଏପରି ହେଉଥିବା ଟିମ୍ ପକ୍ଷରୁ କୁହାଯାଇଥିଲା । ତେବେ କେନ୍ଦ୍ରୀୟ ଟିମର ଅଭିଯୋଗ ପରେ କେନ୍ଦ୍ର ଉପରେ ହମଲା କରିବା ଆରମ୍ଭ କରିଥିଲା ଟିଏମସି ।