Trending Photos
)
କୋଲକାତା: ଶିକ୍ଷା କ୍ଷେତ୍ରରେ ବର୍ଣ୍ଣ ବୈଷମ୍ୟକୁ ଭୁଲ ଶିକ୍ଷା ଦେଇ ଦୁଇ ଶିକ୍ଷକ ନିଲମ୍ବିତ। ପଶ୍ଚିମବଙ୍ଗ ସରକାର ସେମାନଙ୍କୁ ନିଲମ୍ବିତ କରିଥିବା ନେଇ ସୂଚନା ମିଳିଛି। ଏହି ଘଟଣା ଘଟିଛି ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ। ରାଜ୍ୟର ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏହି ଘଟଣାର ପ୍ରତ୍ୟେକ୍ଷ ଭାବେ ଅନୁଧ୍ୟାନ କରୁଥିବା ସୂଚନା ରହିଛି।
ଘଟଣାଟି ଏହିପରି। ପୂର୍ବ ବର୍ଦ୍ଧମାନ ଜିଲ୍ଲାର ଏକ ପ୍ରି-ପ୍ରାଇମେରୀ ସ୍କୁଲରେ ଇଂରାଜୀ ବର୍ଣ୍ଣମାଳା ବର୍ଣ୍ଣ ବୈଷମ୍ୟକୁ ନେଇ ଭୁଲ ତଥ୍ୟ ଉପସ୍ଥାପନ କରିଥିଲେ ଶିକ୍ଷକ। ଶ୍ୟାମଳ ବର୍ଣ୍ଣକୁ ଇଙ୍ଗିତ କରି ଉକ୍ତ ଶିକ୍ଷକ ଜଣକ u ଫର ugly ବୋଲି ପିଲାମାନଙ୍କୁ ପଢାଇଥିଲେ। ତେବେ ବହିର u ଅକ୍ଷର ନିକଟରେ ଏକ ଶ୍ୟାମଳ ରଙ୍ଗ ବର୍ଣ୍ଣର ଏକ ଝିଅର ଫଟୋ ରହିଥିଲା। ଯାହାକୁ ନେଇ ଶିକ୍ଷକ ଏଭଳି ଅସୁନ୍ଦର ବା ଅଗଲି ବୋଲି କହିଥିଲେ।
ତେବେ ଏହି ଘଟଣା ଶିକ୍ଷା ମନ୍ତ୍ରୀଙ୍କ ଦୃଷ୍ଟି ଅଣାଯିବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମନ୍ତ୍ରୀ। ମନ୍ତ୍ରୀ କହିଥିଲେ କି, ଏଭଳି ପୁସ୍ତକ ଶିକ୍ଷା ବିଭାଗ ଦ୍ୱାରା ପାଠ୍ୟ ଖସଡ଼ାରେ ସାମିଲ କରାଯାଇନାହିଁ। ସ୍କୁଲ ପକ୍ଷରୁ ଏହାକୁ ସାମିଲ କରାଯାଇଛି। ଏଭଳି ଘଟଣାକୁ କୌଣସି ପରିସ୍ଥିତିରେ ସାମିଲ କରାଯାଇନାହିଁ। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି କି, ଏହି ଘଟଣା ନିଶ୍ଚିତ ଭାବେ ଅପରାଧିକ ମାମଲା। ଏହି ଘଟଣାରେ ଶ୍ରାବଣୀ ମଣ୍ଡଳ ଓ ବର୍ଣ୍ଣାଳୀ ଦାସଙ୍କୁ ନିଲମ୍ବିତ କରାଯାଇଥିବା ନେଇ ସେ କହିଥିଲେ।
ତେବେ ସବୁଠାରୁ ଆଚମ୍ବିତ କରିବା ଭଳି କଥା ହେଉଛି ଯେ, ଏହି ଘଟଣା ପିଲାମାନେ ଏହି ଲକଡାଉନ ସମୟରେ ଘରେ ପାଠ ପଢୁଥିବା ସମୟରେ ସାମ୍ନାକୁ ଆସିଥିଲା। ପିଲାମାନେ ଯେତେବେଳେ ଘରେ ପଢୁଥିଲେ ସେହିସମୟରେ u ଫର ugly ବୋଲି ପଢିଥିଲେ। ଏହି ସମୟରେ ସେମାନଙ୍କ ଅଭିଭାବକ ମାନେ ଜାଣିବାକୁ ପାଇଥିଲେ। ପରେ ଏହି ଘଟଣା ନିଲମ୍ବିତ ପର୍ଯ୍ୟନ୍ତ କଥା ଯାଇଥିଲା।