Trending Photos
)
ଅଜୟ ନାଥ, ସମ୍ବଲପୁର: ମୁଖ୍ୟତଃ ପଶ୍ଚିମ ଓଡିଶାର ଭାଇ ଓ ଭଉଣୀଙ୍କର ପବିତ୍ର ସମ୍ପର୍କ କୁ ନେଇ ପାଳନ କରାଯାଏ ଭାଇ ଜୀଉନ୍ତିଆ।ପବିତ୍ର ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଭାଇ ଜିଉନ୍ତିଆ ପର୍ବ ପାଳନ କରାଯାଏ। ଯେହେତୁ ଏ ବର୍ଷ କୋରୋନା ପରି ମହାମାରୀ ଲାଗିରହିଛି ସେଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ କଟକଣା ଜାରି କରାଯାଇଥିଲା।ପୂଜା କମିଟି ତରଫରୁ ମଧ୍ୟ ସମସ୍ତ ସରକାରୀ ନିର୍ଦେଶକୁ ପାଳନ କରାଯାଇଥିଲା। ମହିଳାମାନେ ଭାଇ ଜିଉନ୍ତିଆ ପାଇଁ ପୂଜା ସାମଗ୍ରୀ ଧରି ସରକାରୀ କଟକଣାକୁ ମାନି ପୂଜା ମଣ୍ଡପକୁ ଆସୁଥିବାର ଦେଖିବାକୁ ମିଳିଥିଲା।
ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଉଥିବା ଏହି ଭାଇ ଜୀଉନ୍ତିଆ ପର୍ବ ପାଇଁ ସମଗ୍ର ପଶ୍ଚିମ ଓଡ଼ିଶାରେ ଉତ୍ସଵର ମାହୋଲ ଦେଖିବାକୁ ମିଳିଥାଏ । କିନ୍ତୁ ଏ ବର୍ଷ ଏହି ପର୍ଵରେ କୋରୋନାର ପ୍ରଭାବ ଦେଖିବାକୁ ମିଳିଛି। ସମସ୍ତ କଟକଣାକୁ ପାଳନ କରାଯିବା ସହ ସମ୍ବଲପୁରରେ ମଧ୍ୟ ସମସ୍ତ ଦୁର୍ଗାପୂଜା ମଣ୍ଡପରେ ବ୍ରତଧାରୀଙ୍କୁ ଦେଖିବାକୁ ମିଳିଥିଲା। କିନ୍ତୁ ଏଥର ସମସ୍ତ ବ୍ରତଧାରୀ ପୂଜା ସାମଗ୍ରୀ ମାଁଙ୍କ ପାଖକୁ ନେବାକୁ ବାରଣ କରାଯାଇଥିଲା। ବ୍ରତଧାରୀମାନେ ମଣ୍ଡପ ବାହାରେ ଛିଡ଼ା ହୋଇ ଦୀପ ପ୍ରଜ୍ଜ୍ୱଳନ ସହ ନିଜ ଭାଇ ତଥା ନିଜ ପରିବାର ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ।
ସମସ୍ତ ବ୍ରତ ଧାରି ମା' ମାଉସୀ ଓ ଭଉଣୀମାନେ ସକାଳୁ ଉପବାସରେ ରହି ନିଜ ନିଜର ଭାଇମାନଙ୍କର ଶୁଭ ମନାସିବା ସହ ସୁସ୍ଥ ସବଳ ଓ ଦୀର୍ଘ ଜୀବନ କାମନା କରି ମା' ଦୁର୍ଗାଙ୍କ ନିକଟରେ ପୂଜା ସାମଗ୍ରୀ ଲଗାଇ ପୂଜାର୍ଚ୍ଚନା କରିଥିଲେ। ଅଷ୍ଟମୀ ଦିନ ସକାଳୁ ଉପବାସରେ ରହିଥିବା ବ୍ରତଧାରୀମାନେ ସନ୍ଧ୍ୟାରେ ମା' ଦୁର୍ଗାଙ୍କ ଦର୍ଶନ କରି ଭୋଗ ଲଗାଇ ନିଜ ଭାଇଙ୍କର ଶୁଭ ମନାସି ଥାନ୍ତି।
ଜଗତଜନନୀ ମା' ଦୁର୍ଗାଙ୍କର ଧରାବତାରଣ ପରେ ସମଗ୍ର ଅଞ୍ଚଳ ଖାଁଖାଁ ଲାଗୁଛି । କୋରୋନା କଟକଣା ପାଇଁ ସାଧାରଣ ଲୋକଙ୍କ ପକ୍ଷରେ ମଣ୍ଡପ ବୁଲିବା ସମ୍ଭବ ହୋଇପାରିନାହିଁ. ପଶ୍ଚିମ ଓଡିଶାର ପୁ ପଲ୍ଲୀରେ ଏହି ଭାଇ ଜିଉନ୍ତିଆ ପର୍ବ ବଡ଼ ଧୁମଧାମରେ ପାଳନ କରାଯାଇଥାଏ। କିନ୍ତୁ ଏଥର ମହାମାରୀ କରୋନା କାରଣରୁ ଫିକା ପଡିଛି ଭାଇ ଜିଉନ୍ତିଆ। ରୀତିନୀତିରେ କୌଣସି ବ୍ୟତିକ୍ରମ ହୋଇନାହିଁ। ପୂଜାମଣ୍ଡପଙ୍କୁ ମଧ୍ୟ ଆୟୋଜକଙ୍କ ତରଫରୁ ସମସ୍ତ ସରକାରୀ ନିୟମ କାନୁନ ଅନୁଯାୟୀ କାର୍ଯ୍ୟକ୍ରମ ହେଉଥିବାର ସୂଚନା ପ୍ରଦାନ କରାଯାଇଛି। ପୂଜକ ମଧ୍ୟ ସମସ୍ତ ସତର୍କତା ମୂଳକ ପଦକ୍ଷେପ ସହ ପୂଜାର୍ଚ୍ଚନା କରୁଥିବାର ସୂଚନା ଦେଇଥିଲେ।
ପଶ୍ଚିମ ଓଡିଶା ଏକ ଅନନ୍ୟ ପର୍ବ ଭାଇ ଜୀଉନ୍ତିଆ।ଭାଇ ଭଉଣୀ ଙ୍କର ପବିତ୍ର ସମ୍ପର୍କ କୁ ନେଇ ପଶ୍ଚିମ ଓଡିଶା ରେ ଏହି ପବିତ୍ର ପର୍ବ ପାଳନ କରାଯାଇଥାଏ।