close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ସୁସ୍ଥ ରହିବା ପାଇଁ ମୋଦିଙ୍କ ଅକ୍ୱୁପ୍ରେସର ଥେରାପି ମନ୍ତ୍ର

ଯୋଗ କରିବା ହେଉ ଅବା ବ୍ୟାୟାମ କରିବା ହେଉ ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭିଡ଼ିଓ ମାଧ୍ୟମରେ ସମସ୍ତେ ଦେଖିଥିବେ ନିଶ୍ଚୟ । ସ୍ୱାସ୍ଥ୍ୟ ଓ ଫିଟନେସ୍ ପାଇଁ  ମୋଦି  ସବୁ ବେଳେ ଚର୍ଚ୍ଚାରେ ରହି ଆସିଥାନ୍ତି। ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ପ୍ରତିଦିନ ୭ରୁ ୮ ଘଣ୍ଟା ଶୋଇବାକୁ ପରାମର୍ଶ ଦେଇଥାନ୍ତି ଡାକ୍ତର । ଗଣମାଧ୍ୟମର ସୂଚନା ଆଧାରରେ  ଆମ ଦେଶର ପ୍ରଧାନମନ୍ତ୍ରୀ ଦିନକୁ ପ୍ରାୟ ୫ରୁ ୬ ଘଣ୍ଟା ଶୋଇଥାନ୍ତି। ତଥାପି ସେ ସବୁବେଳେ ଫିଟ୍ ନଜର ଆସିଥାନ୍ତି।ସେ ଅନେକ ସମୟରେ ବିଦେଶ ଗସ୍ତ ସହ ସବୁବେଳେ କାମରେ ଜଡ଼ିତ ରୁହନ୍ତି । ତଥାପି ତାଙ୍କୁ କେବେ ଥକି ପଡ଼ିବା ଦେଖିବାକୁ ମିଳେନାହିଁ । ସମସ୍ତଙ୍କ ମନରେ ଏ ପ୍ରଶ୍ନ ସବୁବେଳେ ଉଙ୍କି ମାରୁଥିବ । ମୋଦିଙ୍କ ଫିଟନେସର ରାଜ୍ କଣ? 

ସୁସ୍ଥ ରହିବା ପାଇଁ ମୋଦିଙ୍କ ଅକ୍ୱୁପ୍ରେସର ଥେରାପି ମନ୍ତ୍ର
PM MODI

ପ୍ରଦ୍ୟୁମ୍ନ କୁମାର ମାଝୀ​, ନୂଆଦିଲ୍ଲୀ: ଯୋଗ କରିବା ହେଉ ଅବା ବ୍ୟାୟାମ କରିବା ହେଉ ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭିଡ଼ିଓ ମାଧ୍ୟମରେ ସମସ୍ତେ ଦେଖିଥିବେ ନିଶ୍ଚୟ । ସ୍ୱାସ୍ଥ୍ୟ ଓ ଫିଟନେସ୍ ପାଇଁ  ମୋଦି  ସବୁ ବେଳେ ଚର୍ଚ୍ଚାରେ ରହି ଆସିଥାନ୍ତି। ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ପ୍ରତିଦିନ ୭ରୁ ୮ ଘଣ୍ଟା ଶୋଇବାକୁ ପରାମର୍ଶ ଦେଇଥାନ୍ତି ଡାକ୍ତର । ଗଣମାଧ୍ୟମର ସୂଚନା ଆଧାରରେ  ଆମ ଦେଶର ପ୍ରଧାନମନ୍ତ୍ରୀ ଦିନକୁ ପ୍ରାୟ ୫ରୁ ୬ ଘଣ୍ଟା ଶୋଇଥାନ୍ତି। ତଥାପି ସେ ସବୁବେଳେ ଫିଟ୍ ନଜର ଆସିଥାନ୍ତି।ସେ ଅନେକ ସମୟରେ ବିଦେଶ ଗସ୍ତ ସହ ସବୁବେଳେ କାମରେ ଜଡ଼ିତ ରୁହନ୍ତି । ତଥାପି ତାଙ୍କୁ କେବେ ଥକି ପଡ଼ିବା ଦେଖିବାକୁ ମିଳେନାହିଁ । ସମସ୍ତଙ୍କ ମନରେ ଏ ପ୍ରଶ୍ନ ସବୁବେଳେ ଉଙ୍କି ମାରୁଥିବ । ମୋଦିଙ୍କ ଫିଟନେସର ରାଜ୍ କଣ? 

ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ପାଇଁ ପିଏମ ମୋଦି ସବୁବେଳେ ସଚେତନ ରହିଥାନ୍ତି । ମୋଦି ଲୋକଙ୍କ ସହ ସବୁ ବାର୍ତ୍ତା ଟ୍ୱିଟର ହେଉ ଅବା ରେଡିଓ କାର୍ଯ୍ୟକ୍ରମ କିମ୍ୱା କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ସାକ୍ଷାତକାର ମାଧ୍ୟମରେ ସେୟାର କରିଥାନ୍ତି, ଯାହା ଲୋକଙ୍କ ଲାଭରେ ଆସିବ।ଗତ ରବିବାର ମୋଦି ତାଙ୍କ ଟ୍ୱିଟର ଆକାଉଣ୍ଟରେ କିଛି ଫଟୋ ସେୟାର  କରିଥିବା ଦେଖିବାକୁ ମିଳିଛି । ଟ୍ୱିଟର ପେଜରେ ମୋଦି  ଲୋକଙ୍କୁ ସୁସ୍ଥ  ରହିବାକୁ ଫର୍ମୁଲା ବିଷୟରେ ଜଣାଛନ୍ତି।ଟ୍ୱିଟର ଆକାଉଣ୍ଟରେ କିଛି  ଫଟୋ ସେୟାର କରି ମୋଦି ଲେଖିଛନ୍ତି ' ଆପଣମାନେ ମୋତେ  ପଚାରିଥିଲେ ଗତ ଶନିବାର ତାମିଲନାଡୁର ମାମଲାପୁରମ୍ ବିଚରେ ବୁଲିବା ସମୟରେ ହାତରେ କେଉଁ ଜିନିଷ ଧରିଥିଲେ । ଏହା ଏକ ଅକ୍ୱୁପ୍ରେସର ରୋଲର, ଯାହା ସୁସ୍ଥ ରହିବାକୁ ଅନେକ  ଲାଭଦାୟକ ହୋଇଥାଏ। 

 କ'ଣ ଏ ଅକ୍ୱୁପ୍ରେସର ଥେରାପି

ଅକ୍ୱୁପ୍ରେସର ଥେରାପି ବହୁତ ଲାଭଦାୟକ ହୋଇଥାଏ, ଏହାର ବ୍ୟବହାର କେଉଁ ପ୍ରାଚୀନକାଳରୁ ହୋଇଆସୁଛି । ଏହି  ଥେରାପିରେ ପ୍ରେସର ପଏଣ୍ଟ ମାଧ୍ୟମରେ ଆଙ୍ଗୁଠିରେ ଧିରେ ଧିରେ ଦବାଇବା ଦ୍ୱାରା ଆକ୍ୱାପ୍ରେସର ଚାପ ସୃଷ୍ଟି ହୁଏ।ଯାହା ସ୍ନାୟୁରେ ଯନ୍ତ୍ରଣା କମ କରି ରକ୍ତ ସଞ୍ଚାଳନରେ ସାହାଯ୍ୟ କରିଥାଏ। 

ଅକ୍ୱୁପ୍ରେସର ଥେରାପିର ଲାଭ
୧-ଅକ୍ୱୁପ୍ରେସରୁ ମିଳୁଥିବା ଲାଭ  ମନ ଓ ଶରୀରକୁ ତାଜା ରଖିଥାଏ ।
୨-ଏହାଦ୍ୱାରା ଆପଣଙ୍କୁ ଦିନସାରା କାମକରି ମଧ୍ୟ କ୍ଲାନ୍ତ ଅନୁଭବ  ହୁଏନାହିଁ । 
୩-ଅକ୍ୱୁପ୍ରେସର ଥେରାପି ରକ୍ତ ସଞ୍ଚାଳନ ବେଗ ବଢ଼ାଇବାକୁ  ସାହାଯ୍ୟ  କରେ । 
୪-ଅକ୍ୱୁପ୍ରେସର ରୋଲର ସ୍ପର୍ଶରେ ଆଙ୍ଗୁଠି ଯନ୍ତ୍ରଣାରୁ ଉପଶମ ଦେଇଥାଏ । 
୫-ଏହି ଥେରାପି ଶରୀରକୁ ଉର୍ଜା ଓ ଶରୀରକୁ ସନ୍ତୁଳନ ରଖିବାକୁ  ସାହାଯ୍ୟ କରେ । 
୬- ଅକ୍ୱୁପ୍ରେସର ଥେରାପି ଚିନ୍ତାମୁକ୍ତ ଓ  ନିରୋଗୀ ରଖିବାକୁ ଅନେକ ମାତ୍ରାରେ ସାହାଯ୍ୟ କରେ। 
୭- ଏହି ଥେରାପିକୁ ରୋଗୀଙ୍କ ସ୍ନାୟୁ ସଞ୍ଚାଳନ, ଅସ୍ତ୍ରୋପଚାର ଓ ବାନ୍ତି ହେଲେ ଦିଆଯାଏ । 
୮- କେମୋ ଥେରାପି ପରେ ଅକ୍ୱୁପ୍ରେସର ଥେରାପି ଦିଆଯାଏ । 
୯- ହାଡ଼ରେ ଆନାସ୍ଥିସିଆ ଦିଆଗଲେ ମଧ୍ୟ ଅକ୍ୱୁପ୍ରେସର ଦିଆଯାଇଥାଏ। 

ଅକ୍ୱୁପ୍ରେସର ବ୍ୟବହାର ସାଧାରଣ ଭାବେ ବହୁତ ସୁକ୍ଷିତ କୁହାଯାଏ। ହେଲେ ଯଦି କ୍ୟାନ୍ସର, ଆଥରାଟିସ୍, ହୃଦରୋଗ  କିମ୍ୱା ଗମ୍ଭୀର ରୋଗରେ ପୀଡ଼ିତ ଥିଲେ ଅକ୍ୱୁପ୍ରେସର ଥେରାପି ନେବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।  

କେଉଁ ପରିସ୍ଥିତିରେ ଅକ୍ୱୁପ୍ରେସର ବ୍ୟବହାର ଅନୁଚିତ

୧- ଗର୍ଭଧାରଣ ସମୟରେ ଅକ୍ୱୁପ୍ରେସର ଥେରାପି ବ୍ୟବହାର କରିବା ଉଚିତ ନୁହେଁ, କାରଣ ପ୍ରେସର କାରଣରୁ ମାଆ ଓ ଗର୍ଭସ୍ଥ ଶିଶୁକୁ କ୍ଷତିପହଞ୍ଚିଥାଏ । 

୨- ଯେଉଁ ଲୋକଙ୍କ ହାଡ଼ ଭାଙ୍ଗିଥିବ ସେମନାଙ୍କୁ ଅକ୍ୱୁପ୍ରେସର ଥେରାପି କରିବା ଅନୁଚିତ, କାରଣ ସେମାନଙ୍କ ଯନ୍ତ୍ରଣା ବଢ଼ିପାରେ । 
 ୩- ଯଦି ଆପଣ ଡାଇରିଆ କିମ୍ୱା ଜ୍ୱରରେ ପୀଡ଼ିତ ଅଛନ୍ତି ତାହାଲେ  ଅକ୍ୱୁପ୍ରେସର ଥେରାପି ନେଲେ ରୋଗ ଅଧିକ ବଢ଼ିବା ଆଶଙ୍କା ରହିଛି । 
୪- ଆଣ୍ଠୁଗଣ୍ଠି ରୋଗରେ ପୀଡ଼ିତ ଥିଲେ ଅକ୍ୱୁପ୍ରେସର ନେବା ଦ୍ୱାରା ସେମାନଙ୍କ ସମସ୍ୟା ବଢ଼ିବା ଆଶଙ୍କା ରହିଛି ।