ଭାଇରସ୍ ତିଆରି କରିଛି ଚୀନ, ନିଜ ଦେଶରୁ ହିଁ ସତ ବଖାଣିଲେ ଅଧିକାରୀ !

ଭାଇରସ୍ କିଣିବା ପାଇଁ ଆମେରିକା କରିଥିଲା ଡିଲ

ଭାଇରସ୍ ତିଆରି କରିଛି ଚୀନ, ନିଜ ଦେଶରୁ ହିଁ ସତ ବଖାଣିଲେ ଅଧିକାରୀ !
ଫଟୋ ସୌଜନ୍ୟ: ଜୀ ମିଡିଆ

ନୂଆଦିଲ୍ଲୀ: କୋରୋନା ଭାଇରସ୍ ପ୍ରାକୃତିକ ନୁହେଁ, ମଣିଷକୃତ ! ଏହି ଭାଇରସ୍ ଚୀନ ହିଁ ତିଆରି କରିଛି ! କେବଳ ଏତିକି ନୁହେଁ, ଏହି ଭାଇରସକୁ କିଣିବା ପାଇଁ ଡିଲ୍ କରିଥିଲା ଆମେରିକା ! କୋରୋନାକୁ ନେଇ ନୂଆ ଖୁଲାସା ! ଗୋଟିଏ ପଟେ କୋରୋନା ସମଗ୍ର ବିଶ୍ୱରେ ତାଣ୍ଡବ ରଚୁଥିବା ବେଳେ ଏବେ ଏମିତି କିଛି ତଥ୍ୟ ସାମ୍ନାକୁ ଆସୁଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଥର ଅନ୍ୟ କେହି ନୁହେଁ, ଖୋଦ ଚୀନରେ ମିଲିଟାରୀ ଇଣ୍ଟେଲିଜେନ୍ସର ଜଣେ ଅଧିକାରୀ ଏଭଳି କିଛି ଚମକାଇଦେଲା ପରି ଲେଖା ଲେଖିଛନ୍ତି । 

ନିଜ ନାଁକୁ ଗୋପନ ରଖିଥିବା ଏହି ଅଧିକାରୀ ଜଣକ ଲେଖିଛନ୍ତି, କୋରୋନା ଭାଇରସକୁ ନେଇ ଚୀନ ଓ ଆମେରିକା ମଧ୍ୟରେ ଡିଲ ହୋଇଥିଲା । ଚୀନରେ ହିଁ କୋରୋନା ଭାଇରସକୁ ପ୍ରସ୍ତୁତ କରାଯାଇଛି । ତେବେ କାହିଁକି ଭାଇରସ୍ ଉହାନରେ ପ୍ରଥମେ ବ୍ୟାପିଥିଲା, ସେନେଇ ମଧ୍ୟ କହିଛନ୍ତି ଏହି ଅଧିକାରୀ । ଚୀନ ସରକାରଙ୍କୁ ଗାଦିଚ୍ୟୁତ କରିବା ପରି ପ୍ରମାଣ ତାଙ୍କ ପାଖରେ ଥିବା ସେ ଦାବି କରିଛନ୍ତି । ପରିଚୟ ଦେଲେ ନିଜ ଜୀବନ ପ୍ରତି ବିପଦ ଥିବାରୁ ନାଁ ଗୋପନ ରଖିଥିବା ଲେଖିଛନ୍ତି ଚୀନର ଏହି ଅଧିକାରୀ ଜଣକ । ତେବେ ଏଭଳି ଆର୍ଟିକିଲ ଲେଖିଥିବା ଅଧିକାରୀ ଜଣକ ଚୀନର ଶାସକ କମ୍ୟୁନିଷ୍ଟ ପାର୍ଟିର ଜଣେ ସଦସ୍ୟ ବୋଲି କୁହାଯାଉଛି । 

କାହିଁକି ଭାଇରସ୍ ତିଆରି କରିଥିଲା ଚୀନ

ଅଧିକାରୀ ଜଣକ ନିଜ ଆର୍ଟିକିଲରେ ଏଭଳି କଥା ଉଲ୍ଲେଖ କରିଛନ୍ତି, ଯାହା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି । ଅଧିକାରୀଙ୍କ ଲେଖା ଅନୁସାରେ, ହଂକଂରେ ହେଉଥିବା ବିରୋଧ ପ୍ରଦର୍ଶନକୁ ବନ୍ଦ କରିବାକୁ ଚାହୁଁଥିଲା ଚୀନ । ଯେଉଁଥିପାଇଁ ଏକ ବାୟୋଲୋଜିକାଲ ଏଜେଣ୍ଟ ପ୍ରସ୍ତୁତ ହେଉଥିଲା । ଏହାକୁ ହେଲିକପ୍ଟର ମାଧ୍ୟମରେ ପ୍ରଦର୍ଶନକାରୀଙ୍କ ଉପରେ ଛିଞ୍ଚିବାକୁ ଚୀନ ଯୋଜନା କରିଥିଲା । ଯଦି ଏପରି ହୋଇଥାନ୍ତା, ତେବେ ପ୍ରଦର୍ଶନକାରୀ ମାନସିକ ବିକଳାଙ୍ଗ ହୋଇଯାଇଥାନ୍ତେ । ନଚେତ ସେମାନଙ୍କ ବ୍ୟବହାରରେ ପ୍ରଭାବ ପକାଇଥାନ୍ତା । ଆର୍ଚିକିଲଟି ଲେଖିଥିବା ଅଧିକାରୀ ଜଣକ ଚୀନରେ ଏହି ପ୍ରୋଜେକ୍ଟରେ ସାମିଲ ଥିଲେ ବୋଲି ଉଲ୍ଲେଖ କରିଛନ୍ତି । 

ତେବେ ଏହି ପ୍ରୋଜେକ୍ଟକୁ ଚୀନ ବନ୍ଦ କରିଦେଇଥିଲା, କାହିଁକିନା କୌଣସି ବାୟୋଲୋଜିକାଲ ଏଜେଣ୍ଟର ଏପରି ବ୍ୟବହାର ଖୁବ ବିପଦଜନକ । ସେମିତିରେ ମଧ୍ୟ ହଂକଂ ଅନ୍ଦୋଳନ ଉପରେ ସମଗ୍ର ବିଶ୍ୱର ନଜର ରହିଛି । ତେଣୁ ଚୀନ ଅନ୍ୟ ବିକଳ୍ପ ଚିନ୍ତା କରିଥିଲା । ବାୟୋଲୋଜିକାଲ ଅସ୍ତ୍ରକୁ ପରୀକ୍ଷା କରିବା ପାଇଁ ଇସଲାମିକ କଟ୍ଟରପନ୍ଥୀଙ୍କ ସାହାରା ନେଇଥିଲା । ଜିନଜିୟାଙ୍ଗ ପ୍ରାନ୍ତରେ ଏହାକୁ ପରୀକ୍ଷା କରିଥିଲା ଚୀନ । ଲୋକଙ୍କ ଶରୀରରେ ଏହାକୁ ଛାଡ଼ି ଅମାନବୀୟ ପରୀକ୍ଷା କରିଥିଲା ଚୀନ । 

ଆମେରିକା ଏହି ଭାଇରସ୍ ଚୀନକୁ ମାଗିଥିଲା

ଚୀନ ଅଧିକାରୀଙ୍କ ଆର୍ଟିକିଲ ଅନୁସାରେ, ଆମେରିକାର ଇଣ୍ଟେଲିଜେନ୍ସ ଏଜେନ୍ସିକୁ ମଧ୍ୟ ଏହି ଭାଇରସ୍ ନେଇ ଖବର ମିଳିଯାଇଥିଲା । ତେଣୁ CIA ମଧ୍ୟ ଏହାକୁ ନେବା ପାଇଁ ଉଦ୍ୟମ କରୁଥିଲା । ତେବେ ଏହି ଭାଇରସ୍ ଖୁବ ବିପଦପୂର୍ଣ୍ଣ ହୋଇଥିବାରୁ ଏହାକୁ ବିକ୍ରି କରିବା ପାଇଁ ମନା କରିଦେଇଥିଲା ଚୀନ । ଅନ୍ୟପଟେ, ଚୀନ ବେଶ୍ ବିପଦପୂର୍ଣ୍ଣ ଜିନିଷ ପ୍ରସ୍ତୁତ କରିଥିବା CIA ଭାବିନେଇଥିଲା । ତେଣୁ ଅଧିକରୁ ଅଧିକ ଅର୍ଥ ଦେଇ ଏହାକୁ କିଣିବାକୁ ଉଦ୍ୟମ କରିଥିଲା ଆମେରେକୀୟ ଗୁଇନ୍ଦା ସଂସ୍ଥା । ତେବେ ରିସର୍ଚର ଆମେରିକାକୁ ଭାଇରସର ଏକ ନମୂନା ବିକ୍ରି କରିବାକୁ ରାଜି ହୋଇଥିଲେ । 

ଏବେ ଆପଣ ଜାଣିପାରିବେ, କାହିଁକି ଆମେରିକାକୁ ଏହି ଭାଇରସ୍ ମିଳିନଥିଲା । ଯେତେବେଳେ ଆମେରିକା ଏଜେଣ୍ଟ ଚୀନର ରିସର୍ଚରଙ୍କ ସହ ଭାଇରସ୍ କିଣିବା ନେଇ ଡିଲ୍ କରୁଥିଲେ, ଚୀନକୁ ଅନ୍ୟ ସୂତ୍ରରୁ କିଛି ସୂଚନା ମିଳିଥିଲା । ଫଳରେ ଏକ ଶୁଟଆଉଟ ହୋଇଥିଲା, ଯେଉଁଥିରେ ଅନେକ ଲୋକ ମରିଥିଲେ । ତେବେ ଆମେରିକା ଏଜେଣ୍ଟ ପଳାଇବାରେ ସକ୍ଷମ ହୋଇଥିଲେ । 

କାହିଁକି ଉହାନରେ ପ୍ରଥମେ କୋରୋନା ବ୍ୟାପିଥିଲା

ଆପଣଙ୍କ ଭିତରେ ପ୍ରଶ୍ନ ଉଠୁଥିବ, ଉହାନରେ କାହିଁକି ଏହି ଭାଇରସ୍ ପ୍ରଥମେ ବ୍ୟାପିଥିଲା ? ଅଧିକାରୀ ଜଣକ ଲେଖିଛନ୍ତି, କୋରୋନା ଭାଇରସ୍ ଉହାନରେ ପ୍ରଥମେ ବ୍ୟାପିବାର କାରଣ ରହିଛି । ଏହି ଶୁଟଆଉଟ ଚୀନର Animals Marketରେ ହୋଇଥିଲା, ଯାହା ଉହାନରେ ରହିଛି । ଯେଉଁ ବୋଟଲରେ ଭାଇରସର ନମୂନା ଥିଲା, ତାହା ଶୁଟଆଉଟ ବେଳେ ଫାଟି ଯାଇଥିଲା । ଫଳରେ ଏହା ଉହାନକୁ ପ୍ରଥମେ ବ୍ୟାପିଥିଲା । ଆଉ ଚୀନ ନିଜେ ଏହାକୁ ନିୟନ୍ତ୍ରଣକୁ ଆଣିପାରିନଥିଲା ବୋଲି ଲେଖିଛନ୍ତି ଚୀନ ଅଧିକାରୀ ।