ପରିସ୍ରାରୁ ଜାଣନ୍ତୁ ଶରୀରର ରୋଗ
Advertisement

ପରିସ୍ରାରୁ ଜାଣନ୍ତୁ ଶରୀରର ରୋଗ

ପରିସ୍ରା ରଙ୍ଗରେ ପରିବର୍ତ୍ତନ ହେଲେ ଅନେକ ଗୁରୁତର ରୋଗର  ସଂକେତ ଦେଇଥାଏ 

ପରିସ୍ରାରୁ ଜାଣନ୍ତୁ ଶରୀରର ରୋଗ

ଭୁବନେଶ୍ୱର: ଯେକୌଣସି ରୋଗ ହେଲେ ଡାକ୍ତର ପ୍ରଥମେ ପରିସ୍ରା ପରୀକ୍ଷା କରିବାକୁ ପରାମର୍ଶ ଦେଇଥାନ୍ତି । ପରିସ୍ରା ପରୀକ୍ଷା କରିବା ଦ୍ୱାରା କେଉଁ ରୋଗ ହୋଇଛି ତାହା ଜଣା ପଡିଯାଏ । ତେବେ ପରିସ୍ରା ରଙ୍ଗରେ ପରିବର୍ତ୍ତନ ହେଲେ ଅନେକ ଗୁରୁତର ରୋଗର  ସଂକେତ ଦେଇଥାଏ । ତେବେ ଆସନ୍ତୁ ଜାଣିବା ପରିସ୍ରା ପରିବର୍ତନ କେଉଁ ସବୁ ରୋଗର ସଙ୍କେତ  ଦେଇଥାଏ ।

-   ପେଟ ଗରମ ହେଲେ ବା କୌଣସି ହାଇ ପାୱାର ର ମେଡ଼ିସିନ ଖାଇଥିଲେ ହଳଦିଆ ପରିସ୍ରା ହୋଇଥାଏ । ତେବେ କିଛି ଦିନ ଧରି ଏହା ଲଗାତାର ଭାବେ ଏପରି ହେଲେ  ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଏହା ଜଣ୍ଡିସ୍‌ର ହୋଇପାରେ । ସେହିପରି ଗାଢ଼ ହଳଦିଆ ରଙ୍ଗର ପରିସ୍ରା ହେଉଥିଲେ ଶରୀରରେ ଜଳୀୟ ଅଂଶ ନାହିଁ ।  

- ପରିସ୍ରାର ରଙ୍ଗ ଧୂସର  ହୋଇଥିଲେ ପେଟରେ ଷ୍ଟୋନ୍ ହୋଇଥିବାର ଅନୁମାନ କରାଯାଇଥାଏ ।

- ଦୁଧିଆ ରଙ୍ଗର ପରିସ୍ରା ହେଉଥିଲେ ମୂତ୍ରାଶୟରେ ଷ୍ଟୋନ କିମ୍ବା ସଂକ୍ରମଣ ହୋଇଥିବା ଆଶଙ୍କା ରହିଛି ।

- କିଡନୀରେ ସମସ୍ୟା ଦେଖାଦେଲେ  ଗାଢ଼ ବାଇଗଣୀ ରଙ୍ଗର ପରିସ୍ରା ହୋଇଥାଏ । ଏପରି ହେଲେ  ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।