ଶିବସେନା ସହ କଣ ଆଲୋଚନା ହୋଇଛି, ତାହା ସାର୍ବଜନିକ କରି ପାରିବୁ ନାହିଁ: ଶାହ
ମହାରାଷ୍ଟ୍ରରେ ଜାରି ରହିଛି ସରକାର ଗଢିବାର ଖେଳ । କଂଗ୍ରେସ ଓ ଏନସିପି ମଧ୍ୟରେ ଚାଲିଛି ସରକାର ଗଠନକୁ ନେଇ ମାନସ ମନ୍ଥନ । ଅନ୍ୟପଟେ ରାଜ୍ୟରେ ଲାଗୁ ହୋଇଛି ରାଷ୍ଟ୍ରପତି ଶାସନ । ଯାହାକୁ ସମର୍ଥନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ମହାରାଷ୍ଟ୍ରରେ ରାଜ୍ୟପାଳ ଯାହା କରିଛନ୍ତି, ତାହା ଠିକ । ସରକାର ଗଢିବା ପାଇଁ ସମସ୍ତଙ୍କୁ ୧୮ଦିନର ସମୟ ଦିଆଯାଇଥିଲା ବୋଲି ଖବର ସରବରାହ ସଂସ୍ଥା ଏଏନଆଇକୁ ଦେଇଥିବା ସାକ୍ଷାତକାରରେ ଏହା କହିଛନ୍ତ ସେ ।
- ଅମିତ ଶାହ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନର ସମର୍ଥନ କରିଛନ୍ତି
- ରାଜ୍ୟପାଳ ଯାହା କରିଛନ୍ତି, ତାହା ଠିକ, ସମସ୍ତଙ୍କୁ ସୁଯୋଗ ମିଳିଛି ବୋଲି ଶାହ କହିଛନ୍ତି
Trending Photos

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଜାରି ରହିଛି ସରକାର ଗଢିବାର ଖେଳ । କଂଗ୍ରେସ ଓ ଏନସିପି ମଧ୍ୟରେ ଚାଲିଛି ସରକାର ଗଠନକୁ ନେଇ ମାନସ ମନ୍ଥନ । ଅନ୍ୟପଟେ ରାଜ୍ୟରେ ଲାଗୁ ହୋଇଛି ରାଷ୍ଟ୍ରପତି ଶାସନ । ଯାହାକୁ ସମର୍ଥନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ମହାରାଷ୍ଟ୍ରରେ ରାଜ୍ୟପାଳ ଯାହା କରିଛନ୍ତି, ତାହା ଠିକ । ସରକାର ଗଢିବା ପାଇଁ ସମସ୍ତଙ୍କୁ ୧୮ଦିନର ସମୟ ଦିଆଯାଇଥିଲା ବୋଲି ଖବର ସରବରାହ ସଂସ୍ଥା ଏଏନଆଇକୁ ଦେଇଥିବା ସାକ୍ଷାତକାରରେ ଏହା କହିଛନ୍ତ ସେ ।
Full interview of Bharatiya Janata Party (BJP) National President Amit Shah on Maharashtra political situation https://t.co/Lce0BiT6lL pic.twitter.com/fAFgjpJVNg
— ANI (@ANI) November 13, 2019
ସେ ସ୍ପଷ୍ଟ କରି କହିଛନ୍ତି ଯେ ସରକାର ଗଢିବାର ସୁଯୋଗ କାହା ଠାରୁ ଛଡାଇ ନିଆଯାଇ ନାହିଁ । ଶିବସେନାର ନୂଆ ସର୍ତ୍ତ ଆମକୁ ମଞ୍ଜୁର ନଥିଲା, ତେଣୁ ଆମେ ସରକାର ଗଢି ନଥଲୁ । ସରକାର ଗଢିବା ପାଇଁ ୨ ଦିନର ସମୟ ମାଗୁଥିଲେ, ଆମେ ୬ ମାସର ସମୟ ପ୍ରଦାନ କରିଛୁ । ଯାହା ପାଖରେ ସଂଖ୍ୟା ଗରିଷ୍ଠତା ରହିଛି, ସେ ଦାବି ଉପସ୍ଥାପନ କରୁ । ରାଜ୍ୟପାଳ ସମସ୍ତ ରାଜନୈତିକ ଦଳକୁ ଯଥେଷ୍ଟ ସମୟ ଦେଇଥିଲେ କିନ୍ତୁ କେହେ ମଧ୍ୟ ସରକାର ଗଢିବାକୁ ସମର୍ଥ ହୋଇ ପାରି ନଥିଲେ । ତେଣୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ଯଥାର୍ଥ ବୋଲି ଶାହ କହିଛନ୍ତି ।
ଏହାସହ କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ବନ୍ଦ କକ୍ଷରେ ଶିବସେନା ସହ କଣ ଆଲୋଚନା ହୋଇଛି, ତାହା ସାର୍ବଜନିକ କରିବା ଆମ ସଂସ୍କାର ଅନୁମତି ଦେଇ ନଥାଏ । ଆମେ କୌଣସି ବିଶ୍ୱାସଘାତକ କରି ନାହୁଁ । ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ସବୁଠାରୁ ବଡ଼ କ୍ଷତି ବିଜେପକୁ ସହିବାକୁ ପଡ଼ିଛି । ଆମର କେୟାର ଟେକର ଗଭର୍ଣ୍ଣମେଣ୍ଟ ଚାଲିଯାଇଛି । ବିରୋଧୀ ଏହି ମାମଲାରେ ରାଜନୀତି କରୁଛନ୍ତି । ବିରୋଧୀ ସମୟ ମାଗୁଥିଲେ ଆମେ ସରକାର ଗଢିବା ପାଇଁ ୬ ମାସର ଦେଇଛୁ ବୋଲି ଶାହ କହିଛନ୍ତି ।
More Stories