ମୁଁ ଏବେ ବି ଆଶାବାଦୀ...
Advertisement

ମୁଁ ଏବେ ବି ଆଶାବାଦୀ...

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଚାଲିଛି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଚାଲିଛି । ବର୍ତ୍ତମାନର ଟ୍ରେଣ୍ଡ କହୁଛି, ଆପ୍ ପୁଣିଥରେ ସରକାର ଗଢ଼ିବା ପକ୍କା । ଆମ ଆଦମୀ ପାର୍ଟିକୁ ୫୦ ଆସନ ମିଳିବ ବୋଲି ଆଶା କରାଯାଉଛି । ସେହିପରି ବିଜେପି ୨୦ ଆସନରେ ଆଗୁଆ ଚାଲିଛି । ତେବେ ଏବେବି ବାଜି ପଲଟିଯିବ ବୋଲି ଆଶା ରଖିଛନ୍ତି ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ । 

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଆପ୍-ବିଜେପି ମଧ୍ୟରେ ଗୋଟିଏ ଗ୍ୟାପ ଅଛି । ଏବେ ବି ସମୟ ଅଛି । ଜନାଦେଶ ଆମ ସପକ୍ଷରେ ଯିବ ବୋଲି ଆଶା ରହିଛି । ସେ ଆହୁରି ମଧ୍ୟ କହିଛନ୍ତି, ଫଳଫଳ ଯାହା ହେଉନା କାହିଁକି, ଦିଲ୍ଲୀ ବିଜେପି ସଭାପତି ଭାବରେ ମୁଁ ଉତ୍ତରଦାୟୀ ରହିବି । 

ଆହୁରି ପଢ଼ନ୍ତୁ; ଆପ୍ ମୁଖ୍ୟଙ୍କୁ ଅପେକ୍ଷା କରିଛି 'ବିଜୟ ରଥ'