Trending Photos
ନୂଆଦିଲ୍ଲୀ: ସୋସିଆଲ ମିଡିଆର ଜଣାଶୁଣା ମେସେଜିଂ ଆପ୍ ହ୍ୱାଟସଆପରେ ଆସିଛି ନୂଆ ଫିଚର । ୟୁଜରଙ୍କ ଗୋପନୀୟତାଙ୍କୁ ସୁରକ୍ଷିତ କରିବ ଏହି ଫିଚର । କିଛି ମାସ ପୂର୍ବେ ହ୍ୱାଟସଆପ ଭାରତୀୟ ୟୁଜରଙ୍କ ପାଇଁ ଏକ ନୂଆ ଗୋପନୀୟ ଫିଚରର ଦେବାର ଘୋଷଣା କରିଥିଲା । ଏହି ପ୍ରାଇଭେସି ଫିଚର ଖାସ୍ କରି ଗ୍ରୁପ ପାଇଁ ଅଣାଯାଇଛି । କମ୍ପାନୀ କହିଥିଲା ଯେ ଏହି ଫିଚର ଏଣ୍ଡ୍ରୋୟଡ ଓ ଆଇଓସି ୟୁଜର୍ସଙ୍କ ପାଇଁ ଦିଆଯିବ ।
ଏହା ଅନ୍ତର୍ଗତ ବିନା କୌଣସି ୟୁଜରଙ୍କ ଅନୁମତି ବିନା କେହି ମଧ୍ୟ କାହାକୁ କୌଣସି ଗ୍ରୁପରେ ଆଡ୍ ବା ଯୋଡି ପାରିବେ ନାହିଁ । ବର୍ତ୍ତମାନ ଏହି ଫିଚରକୁ ଅଧିକାଂଶ ୟୁଜରଙ୍କ ପାଇଁ ଲଞ୍ଚ କରାଯାଉଛି ।
WABetainfoର ଏକ ରିପୋର୍ଟ ଅନୁସାରେ କମ୍ପାନୀ ଏହି ଫିଚରର ସପୋର୍ଟ ବୃଦ୍ଧି କରୁଛି । ଏହି ରିପୋର୍ଟରେ କୁହାଯାଇଛି ଯେ, ହ୍ୱାଟସଆପ ଶେଷରେ ନିଜ ଟେଷ୍ଟର ସୀମାକୁ ବୃଦ୍ଧି କରୁଛି । ଗ୍ରୁପ ପ୍ରାଇଭେସି ସେଟିଂ ଏବେ ଏଣ୍ଡ୍ରୋୟଡ ଓ iOS ୟୁର୍ଜସଙ୍କୁ ଦିଆଯିବ । ଏହାର ଆବଶ୍ୟକତା ରହିଥିଲା, କାରଣ ୟୁଜର୍ସଙ୍କ ବିନା ଅନୁମତିରେ ସେମାନଙ୍କୁ ଗ୍ରୁପରେ ଆଡ୍ କରାଯାଉଥିଲା ।
ଆଶା କରୁଛି ଆପଣମାନେ ମଧ୍ୟ ଏହି ଫିଚର ୟୁଜ କରୁଥିବେ । ଏହା ଆପଣଙ୍କ ହ୍ୱାଟସଆପରେ ଆସିଯାଇଥିବ । କିନ୍ତୁ ବର୍ତ୍ତମାନ ଏହି ନୂଆ ଫିଚର ପାଇବାକୁ ହେଲେ ଆପଣଙ୍କୁ ଆପ୍ ଅପଡେଟ କରିବାକୁ ପଡିବ । ଆପଣଙ୍କୁ ଏକ ସ୍କ୍ରିନ ମିଳିବ ଯେଉଠାରେ ନୂଆ ଗ୍ରୁପ ପ୍ରାଇଭେସି ସେଟିଂ ବିଷୟରେ ଜାଣିବାକୁ ମିଳିବ ।
ଏହି ଗ୍ରୁପ ପ୍ରାଇଭେସିରେ ଆପଣଙ୍କୁ କିଛି ଅପଶନ ମିଳିବ । ଏଥିରେ Everyone, My Contacts ବା Nobody ଅପଶନ ରହିବ । ଯଦି ଆପଣ Nobody ଅପଶନ ସିଲେକ୍ଟ କରିବେ ତେବେ କୌଣସି ବ୍ୟକ୍ତି ଆପଣଙ୍କୁ କୌଣସି ଗ୍ରୁପରେ ଆଡ କରିବାକୁ ଚାହିଲେ ଆପଣଙ୍କ ପାଖକୁ ଏକ ମେସେଜ ଆସିବ । ଏହି ମେସେଜରେ accept ଓ declineର ଅପଶନ ରହିବ । ଯାହା ଆପଣଙ୍କ ସିଲେକ୍ସନ ଉପରେ କୌଣସି ଗ୍ରୁପରେ ଆଡ ହେବା ନିର୍ଭର କରେ ।
ବର୍ତ୍ତମାନ ହ୍ୱାଟସଆପ ଏହି ଗ୍ରୁପ ପ୍ରାଇଭେସି ସେଟିଂକୁ ଅପଟେଡ କରି Nobody ଫିଚରକୁ ହଟାଇ ଦେଇଛି । ବର୍ତ୍ତମାନ ଏହାର ସ୍ଥାନରେ My contacts exceptର ଅପଶନ ଅଣାଯାଇଛି । ଅର୍ଥାତ ଆପଣ ସ୍ଥିର କରି ପାରିବେ, ଆପଣଙ୍କୁ କେଉ ଗ୍ରୁପରେ ରହିବାର ଅଛି କି ନାହିଁ ।