ହ୍ୱାଟସଆପ ଗୁଇନ୍ଦାଗିରି ମାମଲା: ଏହି ଭାରତୀୟଙ୍କୁ କରାଯାଇଛି ଟାର୍ଗେଟ
Advertisement

ହ୍ୱାଟସଆପ ଗୁଇନ୍ଦାଗିରି ମାମଲା: ଏହି ଭାରତୀୟଙ୍କୁ କରାଯାଇଛି ଟାର୍ଗେଟ

ସାମାଜିକ କାର୍ଯ୍ୟକର୍ତ୍ତା, ମାନବାଧିକାର କାର୍ଯ୍ୟକର୍ତ୍ତା, ଆଇନଜୀବୀ, ସାମ୍ବାଦିକ, ବରିଷ୍ଠ ଅଧିକାରୀ, ନେତା ତଥା ରାଜଦୂତଙ୍କ ହ୍ୱାଟସଆପକୁ ହ୍ୟାକିଂ କରି ସେମାନଙ୍କ ଉପରେ ଗୁଇନ୍ଦାଗିରି କରାଯାଇଛି । ଏହି ମାମଲା ସାମ୍ନାକୁ ଆସିବା ପରେ ବିବାଦ ଦେଖା ଦେଇଛି । ହ୍ୱାଟସଆପ ଇସ୍ରାଇଲର ସର୍ଭିଲାନ୍ସ ଫର୍ମ ଏନଏସଓ ଗ୍ରୁପ ଉପରେ ଗୁଇନ୍ଦାଗିରି କରିବାର ଅଭିଯୋଗ ଆଣିଛି ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ସାମାଜିକ କାର୍ଯ୍ୟକର୍ତ୍ତା, ମାନବାଧିକାର କାର୍ଯ୍ୟକର୍ତ୍ତା, ଆଇନଜୀବୀ, ସାମ୍ବାଦିକ, ବରିଷ୍ଠ ଅଧିକାରୀ, ନେତା ତଥା ରାଜଦୂତଙ୍କ ହ୍ୱାଟସଆପକୁ ହ୍ୟାକିଂ କରି ସେମାନଙ୍କ ଉପରେ ଗୁଇନ୍ଦାଗିରି କରାଯାଇଛି । ଏହି ମାମଲା ସାମ୍ନାକୁ ଆସିବା ପରେ ବିବାଦ ଦେଖା ଦେଇଛି । ହ୍ୱାଟସଆପ ଇସ୍ରାଇଲର ସର୍ଭିଲାନ୍ସ ଫର୍ମ ଏନଏସଓ ଗ୍ରୁପ ଉପରେ ଗୁଇନ୍ଦାଗିରି କରିବାର ଅଭିଯୋଗ ଆଣିଛି ।

ମିଳୁଥିବା ସୂଚନାନୁସାରେ, ଏନଏସଓ ଗ୍ରୁପ ଭାରତ ସମେତ ୨୦ଟି ଦେଶର ପ୍ରାୟ ୧୪ ଶହ ରାଜଦୂତ, ନେତା, ସାମ୍ୱାଦିକ, ମାନବାଧିକାର କାର୍ଯ୍ୟକର୍ତ୍ତା ଓ ବରିଷ୍ଠ ସରକାରୀ ଅଧିକାରୀଙ୍କ ଉପରେ ଗୁଇନ୍ଦାଗିରି କରାଯାଇଛି । ଏନଏସଓ ଗ୍ରୁପ ଗୁଇନ୍ଦାଗିରି କରିବା ପାଇଁ ପେଗାସୁସ ସଫ୍ଟୱେୟରର ବ୍ୟବହାର କରାଯାଇଛି । ହ୍ୱାଟସଆପ କହିଛି ଯେ ଯେଉଁ ବ୍ୟକ୍ତିଙ୍କ ଗୁଇନ୍ଦାଗିରି କରାଯାଇଛି, ସେମାନଙ୍କୁ ଆଲର୍ଟ କରଯାଇଥିଲା । ଅନ୍ୟପକ୍ଷେ ବର୍ତ୍ତମାନ ଯାଏ ହ୍ୱାଟସଆପ ଏହି ବ୍ୟକ୍ତିଙ୍କ ନାଁର ଖୁଲାସା କରି ନାହିଁ । 

ସୂଚନା ଅନୁସାରେ, ଭାରତରୁ ଅତି କମରେ ୧୨ରୁ ଅଧିକ ଲୋକଙ୍କୁ ଟାର୍ଗେଟ କରାଯାଇଛି । ଏଥିରେ ଆଇନଜୀବୀ, ସାମ୍ବାଦିକ ଓ ସାମାଜିକ କାର୍ଯ୍ୟକର୍ତ୍ତା ସାମିଲ ଅଛନ୍ତି । ହ୍ୱାଟସଆପ ଏମାନଙ୍କୁ ଆଲର୍ଟ ମଧ୍ୟ କରିଥିଲା । ହ୍ୱାଟସଆପ ଅନୁସାରେ ୨୦୧୯ ମେ ଯାଏ ଏହି ଗୁଇନ୍ଦାଗିରି କରାଯାଇଛି । ଭାରତର ପ୍ରାୟ ୧୦୦ ସିଭିଲ ସୋସାଇଟିର ସଦସ୍ୟଙ୍କୁ ଟାର୍ଗେଟ କରାଯାଇଥିଲା ।

ଏଠାରେ ଜଣାଇ ରଖୁଛୁ ଯେ, ପେଗାସୁସର ବ୍ୟବହାର କୌଣସି ସାଧାରଣ ବ୍ୟକ୍ତି କରି ପାରନ୍ତି ନାହିଁ । ଏହାର ବ୍ୟବହାର ଏନଏସଓ ଗ୍ରୁପ ସରକାରଙ୍କ ବ୍ୟବହାର ପାଇଁ ନିର୍ମାଣ କରିଛି । ତେବେ ପ୍ରଶ୍ନ ଉଠୁଛୁ ଯେ, ଏହାକୁ ଭାରତୀୟ ସାମ୍ବାଦିକ ଓ ମାନବାଧିକାର ଏକ୍ଟିଭିଟିସଙ୍କ ଗୁଇନ୍ଦାଗିରି ପାଇଁ କିପରି ବ୍ୟବହାର କରାଯାଇଛି । ଏହାର ଗୁଇନ୍ଦାଗିରି କରିବା ପାଇଁ କିଏ ଅନୁମତି ଦେଇଥିଲେ?