Whatsapp ଡାଟା ଚୋରି ମାମଲାର ପର୍ଦ୍ଦାଫାସ
Advertisement

Whatsapp ଡାଟା ଚୋରି ମାମଲାର ପର୍ଦ୍ଦାଫାସ

  Whatsapp ଡାଟା ଚୋରି ମାମଲାରେ NSO ଗୃପର ସମ୍ପୃକ୍ତି ଅଭିଯୋଗ ଆସିବା ପରେ ଗାଏବ ହୋଇଯାଇଛି କମ୍ପାନୀ

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ପ୍ରକାଶ ରଂଜନ ପରିଡ଼ା, ଭୁବନେଶ୍ୱର:  Whatsapp ଡାଟା ଚୋରି ମାମଲାରେ NSO ଗୃପର ସମ୍ପୃକ୍ତି ଅଭିଯୋଗ ଆସିବା ପରେ ଗାଏବ ହୋଇଯାଇଛି କମ୍ପାନୀ । ପୂର୍ବରୁ ଯେଉଁ ସ୍ଥାନରେ କମ୍ପାନୀ ଅଫିସ ଥିଲା ଏବେ ସେଠାରେ କମ୍ପାନୀର ଚିହ୍ନବର୍ଣ୍ଣ ବି ନାହିଁ । ଏବେ ଏହି କମ୍ପାନୀକୁ କେଉଁମାନେ ଚଳାଉଥିଲେ ସେ ନେଇ ତଦନ୍ତ ଜାରି ରହିଛି । ଲୋକଙ୍କ ଆକାଉଣ୍ଟ ହ୍ୟାକ କରି କମ୍ପାନୀ ତଥ୍ୟ କାହାକୁ ଦେଉଥିଲା ଏବେ ଏହା ପଛରେ ଆତଙ୍କବାଦୀଙ୍କ ଲିଙ୍କ ଅଛି କି ନାହିଁ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।  

ଇଜ୍ରାଏଲ, ଯେଉଁଠାରେ ଦୁନିଆର ସବୁଠାରୁ ଉନ୍ନତ ଟେକନୋଲୋଜି ବିକଶିତ କରୁଥିବା କମ୍ପାନୀଙ୍କ ଠିକଣା ରହିଛି । ଏହାମଧ୍ୟରେ ରହିଛି NSO କମ୍ପାନୀର ନାମ । ଏହି କମ୍ପାନୀ ଇଜ୍ରାଏଲରେ ସାଇବର ଜାସୁସୀ ଓ ସାଇବର ସିକ୍ୟୁରିଟି କାର୍ଯ୍ୟ କରୁଥିବା କମ୍ପାନୀ ମଧ୍ୟରୁ ଅନ୍ୟତମ । କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ୭ ହଜାର କୋଟି ଟଙ୍କାର ଏହି କମ୍ପାନୀ ଆକସ୍ମିକ ଭାବରେ ଗାଏବ ହୋଇଗଲା କାହିଁକି । ZEE NEWS ସହଯୋଗୀ ଆନନ୍ତର୍ଜାତିକ ନ୍ୟୁଜ ଚ୍ୟାନେଲ WIONର ରିପୋର୍ଟର ଡେନିଏଲ ପଗାନୀ ମାମଲାର ତଦନ୍ତ ଓ NSA ଗୃପ ପଛରେ ଥିବା ୩ ଜଣଙ୍କ ନାମର ଖୁଲାସା କରିଛନ୍ତି । ଏହି ତିନି ନାମ ହେଉଛି ସାଲେଭ ହୁଲିଓ, ଓମ୍ରି  ଲାଭ୍ୟି ଓ ନିଭ କାର୍ମୀ । ତିନି ଜଣ ମିଶି ୨୦୧୦ରେ NSO ଗୃପର ପ୍ରତିଷ୍ଠା କରିଥିଲେ । ସାଲେଭ ଓ ଓମ୍ରି NSO ଗୃପର ବୋର୍ଡ ଅଫ ଡିରେକ୍ଟଟର ଥିଲେ । ଏହି ତିନି ଜଣଙ୍କୁ ଯୋଡିବା ପଛରେ ଇଜ୍ରାଏଲ ସେନାର ଭୂମିକା ରହିଥିବା ଜଣାପଡ଼ିଛି । NSO ଗୃପ ଗଠନ ପୂର୍ବରୁ ଏମାନେ ଇଜ୍ରାଏଲ ସେନାର  'ୟୁନିଟ ୮୨୦୦'ର କାମ କରୁଥିଲେ ।  ଏହା ଗୋଟିଏ ଗୁଇନ୍ଦା ୟୁନିଟ ଥିଲା, ଯାହା ଇଜ୍ରାଏସ ସେନାକୁ ସାହାଯ୍ୟ କରୁଥିଲେ ।  ତିନି ଜଣ ମିଶି ଗଠନ କରିଥିବା କମ୍ପାନୀ ଏବେ ଦୁନିଆରେ ଗୁଇନ୍ଦା ପାଇଁ ଚର୍ଚ୍ଚିତ ହୋଇଛି ।

ଇଜ୍ରାଏଲ ସାଇବର ଇଣ୍ଟେଲିଜେନ୍ସ ମାମଲାରେ ସାରା ଦୁନିଆରେ ଆଗରେ ରହିଥିବା ଗୋଟିଏ ଦେଶ ।  କୁହାଯାଏ ଇଜ୍ରାଏଲରେ ଏପରି ଶକ୍ତିଶାଳୀ ହ୍ୟାକିଂ ସପ୍ଟୱେର ରହିଛି ଯାହା କୌଣସି ଅସ୍ତ୍ର ପରି ଶତ୍ରୁଙ୍କ କବଳରୁ ମଧ୍ୟ ସୁରକ୍ଷା ଦେବାରେ ସମର୍ଥ । ଦାବି କରାଯାଉଛି ଦୁନିଆରେ ହ୍ୟାକିଂ ଓ ଗୁଇନ୍ଦା ମାଧ୍ୟମରେ ତଥ୍ୟ ଏକାଠି କରିବାରେ ପ୍ରାୟ ୮୪ ହଜାର କୋଟି ଟଙ୍କା ମୂଲ୍ୟର ବ୍ୟବସାୟ ଚାଲିଛି । ଏମଧ୍ୟରେ NSO କମ୍ପାନୀ ସବୁଠାରୁ ଆଗରେ ଥିବା ଜଣାପଡ଼ିଛି । ୧୦ ବର୍ଷ ପର୍ଯ୍ୟନ୍ତ ଏହି କମ୍ପାନୀ ଗୁଇନ୍ଦା କାର୍ଯ୍ୟକୁ ଗୁପ୍ତ ରଖିବାରେ ସଫଳ ହୋଇଛି । କିନ୍ତୁ ଏବେ ମାମଲାର ପର୍ଦ୍ଦାଫାସ ହୋଇଯାଇଛି । ସୂଚନା ଅନୁସାରେ  NSO ଗୃପର ଫଣ୍ଡିଂଠାରୁ ମାର୍କେଟିଂ ପର୍ଯ୍ୟନ୍ତ ସବୁ କାର୍ଯ୍ୟରେ ଆମେରିକା ଓ ୟୁରୋପ କମ୍ପାନୀର ସହାୟତା ମିଳୁଛି । NSO ଗୃପ ବିଭିନ୍ନ ଗୁଇନ୍ଦା ଏଜେନ୍ସି ଓ ସରକାରୀ କାର୍ଯ୍ୟ ପାଇଁ ଫୋନ ହ୍ୟାକ କରାଯାଉଥିବା ପେଗାସସ ପରି ସପ୍ଟୱେର ବିକ୍ରି କରୁଥିଲା । ଏହି ସପ୍ଟୱେର ବିକ୍ରି କରି କମ୍ପାନୀ କୋଟି କୋଟି ଟଙ୍କା ଆୟ କରିଛି । ଏହି ବର୍ଷ NSO ଗୃପର ଆର୍ଥିକ ତଥ୍ୟ ଲିକ ହୋଇଯାଇଥିଲା ।  ଏହାପରେ ଜଣାପଡ଼ିଥିଲା କି କମ୍ପାନୀର ବାର୍ଷିକ ଆୟ ପ୍ରାୟ ୨୧ ଶହ କୋଟି ଟଙ୍କା । କିନ୍ତୁ ୨୦୧୪ରେ କମ୍ପାନୀର ବାର୍ଷିକ ଆୟ ମାତ୍ର ୫୩୦ କୋଟି ଥିଲା ।  ଏହି ଆକଳନକୁ ଦେଖିଲେ ଜଣାପଡ଼େ ମାତ୍ର ୫ ବର୍ଷରେ NSO ଗୃପର ବ୍ୟବସାୟ ୪ ଗୁଣା ବୃଦ୍ଧି ପାଇଛି । ଗତ ୧୦ ବର୍ଷରେ NSO ଗୃପ କାର୍ଯ୍ୟକୁ ଗୁପ୍ତ ରଖି କୋଟି କୋଟି ଟଙ୍କା ଆୟ କରିଛି । କିନ୍ତୁ ଏବେ whatsapp ତଥ୍ୟ ଚୋରି ମାମଲା ସାମ୍ନାକୁ ଆସିବା ପରେ କମ୍ପାନୀ ଗୁପ୍ତରେ କାର୍ଯ୍ୟ କରିବା ଅସମ୍ଭବ ହୋଇ ପଡ଼ିଛି ।

Social Media Score

Scores
Over All Score 0
Digital Listening Score0
Facebook Score0
Instagram Score0
X Score0
YouTube Score0