ହୀରାକୁଦ ଅଞ୍ଚଳରେ ଆମ୍ବୁଲାନ୍ସ ସେବା ଆରମ୍ଭ ହେବ କେବେ ?
Advertisement

ହୀରାକୁଦ ଅଞ୍ଚଳରେ ଆମ୍ବୁଲାନ୍ସ ସେବା ଆରମ୍ଭ ହେବ କେବେ ?

ହୀରାକୁଦ ସହର ସାରା ରାଜ୍ୟ କାହିଁକି ଦେଶରେ ବି ଏକ ଜଣାଶୁଣା ସହର । ହୀରାକୁଦ ସହରର ନାଁ ଆସିଲେ ହୀରାକୁଦ ଡ୍ୟାମ ଥିବାରୁ ହିରାକୁଦ ଏକ ବିକଶିତ ସହର ହୋଇଥିବ ବୋଲି ଲୋକଙ୍କ ମନରେ ଧାରଣା ଆସିବା ସ୍ୱଭାଭିକ। ତେବେ ହୀରାକୁଦ ସହରରେ ରହୁଥିବା ଲୋକଙ୍କ ପାଇଁ ନାହିଁ ଆମ୍ବୁଲାନ୍ସ ସେବା। ଏନେଇ ବହୁ ବର୍ଷ ହେଲା ହୀରାକୁଦ ବାସିନ୍ଦା ଦାବି କରୁଥିବା ବ

ହୀରାକୁଦ ଅଞ୍ଚଳରେ ଆମ୍ବୁଲାନ୍ସ ସେବା ଆରମ୍ଭ ହେବ କେବେ ?

ଅଜୟ ନାଥ, ସମ୍ବଲପୁର: ହୀରାକୁଦ ସହର ସାରା ରାଜ୍ୟ କାହିଁକି ଦେଶରେ ବି ଏକ ଜଣାଶୁଣା ସହର । ହୀରାକୁଦ ସହରର ନାଁ ଆସିଲେ ହୀରାକୁଦ ଡ୍ୟାମ ଥିବାରୁ ହିରାକୁଦ ଏକ ବିକଶିତ ସହର ହୋଇଥିବ ବୋଲି ଲୋକଙ୍କ ମନରେ ଧାରଣା ଆସିବା ସ୍ୱଭାଭିକ। ତେବେ ହୀରାକୁଦ ସହରରେ ରହୁଥିବା ଲୋକଙ୍କ ପାଇଁ ନାହିଁ ଆମ୍ବୁଲାନ୍ସ ସେବା। ଏନେଇ ବହୁ ବର୍ଷ ହେଲା ହୀରାକୁଦ ବାସିନ୍ଦା ଦାବି କରୁଥିବା ବେଳେ ଲୋକଙ୍କ ଦାବିକୁ ପ୍ରଶାସନ ଅଣଦେଖା କରୁଥିବା ଅଭିଯୋଗ ହୋଇଛି ।

ହୀରାକୁଦ ବାସିନ୍ଦା ଆଉ କେବେ ପାଇବେ ଆମ୍ବୁଲାନ୍ସ ସେବା ? ସ୍ୱାଧୀନତା ର ୭୦ ବର୍ଷ ପରେ ବି ସାମାନ୍ୟ ଆମ୍ବୁଲାନ୍ସ ସେବା ପାଇବା ପାଇଁ  ଗୁହାରି କରୁଛନ୍ତି ଲୋକେ। ତେବେ ବିଡମ୍ବନାର ବିଷୟ ଯେ ଲୋକଙ୍କ ନାର୍ଯ୍ୟ ଦାବିକୁ ପ୍ରଶାସନ ଓ ସରକାର ଅଣଦେଖା କରୁଥିବା କରିଛନ୍ତି ହୀରାକୁଦ ବାସିନ୍ଦା। ରାଜ୍ୟରେ ଶିଳ୍ପ ସମୃଦ୍ଧ ସହର ଭାବରେ ଜଣାଶୁଣା ହୀରାକୁଦ ସହର ମେଡ଼ିକାଲରେ ଆମ୍ବୁଲାନ୍ସ ସେବା ଆରମ୍ଭ କରିବା ପାଇଁ ପୁଣି ଥରେ ଦାବି ଯୋର ଧରିଛି। ହୀରାକୁଦରେ ହିଣ୍ଡାଲକୋ କମ୍ପାନୀ ସହ ବିଶ୍ୱପ୍ରସିଦ୍ଧ ହୀରାକୁଦ ଡ୍ୟାମ ରହିଥିବା ବେଳେ ଏଠାକୁ ପ୍ରତିବର୍ଷ ବହୁ ପର୍ଯ୍ୟଟକ ଆସିଥାନ୍ତି।

ଏଥିସହ ହୀରାକୁଦ ସହର ସମେତ ଆଖପାଖ ଗ୍ରାମର ବହୁ ରୋଗୀଙ୍କୁ ପ୍ରତିଦିନ ଚିକିତ୍ସା ପାଇଁ ହୀରାକୁଦ ମେଡିକାଲକୁ ଅଣାଯାଇଥାଏ।  ହୀରାକୁଦ ମେଡିକାଲକୁ ଆସୁଥିବା ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ମେଡିକାଲକୁ ନେବାକୁ ପଡିଥାଏ। ତେବେ ସଠିକ ସମୟରେ ଆମ୍ବୁଲାନ୍ସ ମିଳିନଥାଏ । କାରଣ ହୀରାକୁଦ ମେଡିକାଲରେ ଆମ୍ବୁଲାନ୍ସ ଟିଏ ନାହିଁ। ଏଥିପାଇଁ ରୋଗୀମାନେ ବିଭିନ୍ନ ସମୟରେ ଘରୋଇ ଆମ୍ବୁଲାନ୍ସ ସହ ଟେମ୍ପୋ ଉପରେ ନିର୍ଭର କରି ବହୁ ଖର୍ଚ୍ଚାନ୍ତ ହୋଇଥାନ୍ତି। ହୀରାକୁଦ ମେଡିକାଲରେ ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ପାଇଁ ହୀରାକୁଦ ସହର ବାସିନ୍ଦାଙ୍କ ବାରମ୍ବାର ହେଉଥିବା ଦାବିକୁ ଅଣଦେଖା କରାଯାଉ ଥିବାରୁ ଲୋକଙ୍କ ମଧ୍ୟରେ ଜନଅସନ୍ତୋଷ ବଢ଼ିବାରେ ଲାଗିଛି ।

ହୀରାକୁଦ ସହରର ଜନସଂଖ୍ୟା ୩୦ ହଜାରରୁ ଅଧିକ ଥିବା ବେଳେ ସମ୍ବଲପୁର ମହାନଗର ନିଗମର ଏକ ପ୍ରମୁଖ ସହର ହେଉଛି ହୀରାକୁଦ। ମେଡିକାଲ ସ୍ଥାୟୀ ଭାବରେ ଆମ୍ବୁଲାନ୍ସ ଟିଏ ନଥିବାରୁ ଠିକ ସମୟରେ ରୋଗୀଙ୍କୁ  ଆମ୍ବୁଲାନ୍ସ ନ ମିଳିବାରୁ ରୋଗୀମାନେ ଚିକିତ୍ସା ପାଇଁ ବଡ ମେଡ଼ିକାଲ କିମ୍ବା ବୁର୍ଲାକୁ ଯାଇପାରି ନଥାନ୍ତି । ଏନେଇ ବର୍ଷ ବର୍ଷ ଧରି ହୀରାକୁଦ ମେଡିକାଲରେ ଆମ୍ବୁଲାନ୍ସ ବ୍ୟବସ୍ଥା କରିବାକୁ ସହରବାସୀ ଦାବି କରି ଆସୁଛନ୍ତି ହେଲେ ଲୋକଙ୍କ ଦାବି କୁ ଅଣଦେଖା କରାଯାଉଥିଵା ଅଭିଯୋଗ ହେଉଛି । 

ହୀରାକୁଦ ବାସିନ୍ଦା ଏ ଦାବି ନେଇ ପୁର୍ବରୁ ଜିଲ୍ଲା ପ୍ରଶାସନଙ୍କ ଠାରେ ବହୁବାର ଦାବି କରିଥିଲେ ବି ଆମ୍ବୁଲାନ୍ସ ସେବା ଆରମ୍ଭ ନେଇ କେବଲ ପ୍ରତିଶୄତି ମିଲିଥିବା ଅଭିଯୋଗ କରିଛନ୍ତି ହୀରାକୁଦବାସୀ। ଏନେଇ ସ୍ଥାନୀୟ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯେ ହୀରାକୁଦ ମେଡ଼ିକାଲ ଆମ୍ବୁଲାନ୍ସ ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଇଛି । ଏଥିପାଇଁ  ସେ ନିଜେ ବିଧାୟକ ପାଣ୍ଠିରୁ ବ୍ୟବସ୍ଥା କରିବା ସହ ହିଣ୍ଡାଲକୋ କମ୍ପାନୀ ସିଏସଆର ପାଣ୍ଠିରୁ  ମଧ୍ୟ ବ୍ୟବସ୍ଥା କରାଯିବ ବୋଲି  କହିଛନ୍ତି । ଗୋଟିଏ ପଟେ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା କୁ ବିଶେଷ ଗୁରୁତ୍ୱ ଦେଉଥିବା ବେଳେ ହୀରାକୁଦ ପରି ପ୍ରମୂଖ ଅଂଚଳରେ ଆମ୍ବୁଲାନ୍ସ ସେବା କେବେ ଆରମ୍ଭ ହେଉଛି ତାହାକୁ ଅପେକ୍ଷା।