ଏହି ସମୟରେ ନୂଆବର୍ଷକୁ ସ୍ୱାଗତ କରେ ବିଶ୍ୱ...
Advertisement
Article Detail0/zeeodisha/odisha618012

ଏହି ସମୟରେ ନୂଆବର୍ଷକୁ ସ୍ୱାଗତ କରେ ବିଶ୍ୱ...

 ଦେଶ ପାଳିବ ନୂଆବର୍ଷ । ଏଥିପାଇଁ ସମଗ୍ର ଦେଶ ପ୍ରସ୍ତୁତ ରହିଛି ।

ଏହି ସମୟରେ ନୂଆବର୍ଷକୁ ସ୍ୱାଗତ କରେ ବିଶ୍ୱ...

ନୂଆଦିଲ୍ଲୀ: ଆଉ କିଛିଟା ମୂହୁର୍ତ୍ତର ଅପେକ୍ଷା । ଦେଶ ପାଳିବ ନୂଆବର୍ଷ । ଏଥିପାଇଁ ସମଗ୍ର ଦେଶ ପ୍ରସ୍ତୁତ ରହିଛି । ତେବେ ଭିନ୍ନ ଭିନ୍ନ ସମୟରେ ପାଳନ ନୂଆବର୍ଷ ପାଳନ କରୁଛି ସମଗ୍ର ବିଶ୍ୱ । ତେବେ ଆସନ୍ତୁ ନଜର ପକାଇବା ଭାରତ ପୂର୍ବରୁ ଏବଂ ପରେ କେଉଁ କେଉଁ ଦେଶ ସବୁ ନୂଆବର୍ଷ ପାଳନ କରିଥାନ୍ତି

ଭାରତ ପୂର୍ବରୁ ଏହି ସବୁ ଦେଶ ପାଳନ କରିଥାନ୍ତି ନୂଆବର୍ଷ

ସମଗ୍ର ବିଶ୍ୱରେ ସମୋଆ ଏବଂ କ୍ରିସମାସ ଆଇଲ୍ୟାଣ୍ଡ ନୂଆବର୍ଷକୁ ପ୍ରଥମଭାବେ ପାଳନ କରିଥାନ୍ତି । ଭାରତୀୟ ସମୟ ଅନୁଯାୟୀ ପ୍ରାୟ ସାଢେ 3ଟା ସମୟରେ ସେଠାରେ ନୂଆବର୍ଷକୁ ପାଳନ କରିଥାନ୍ତି । ଏହା ପରେ ଭାରତୀୟ ସମୟ ସାଢେ 5ରୁ ସାଢେ 6ଟା ମଧ୍ୟରେ ନ୍ୟୁଜିଲାଣ୍ଡ, ରୁଷ ଏବଂ ଅଷ୍ଟ୍ରେଲିଆର କିଛିଟା ସ୍ଥାନରେ ନୂଆବର୍ଷକୁ ପାଳନ କରାଯାଇଥାଏ । ସେହିପରି ଯଦି ଏସିଆ ମହାଦେଶକୁ ବିଚାରକୁ ନିଆଯାଏ ତେବେ ଦକ୍ଷିଣ କୋରିଆରେ ସର୍ବପ୍ରଥମେ ନୂଆ ବର୍ଷକୁ ପାଳନ କରାଯାଇଥାଏ । ଭାରତୀୟ ସମୟ ରାତି ପ୍ରାୟ 8.30ଟା ସମୟରେ ଦକ୍ଷିଣ କୋରିଆ ଏବଂ ଜାପାନରେ ମଧ୍ୟ ନୂଆବର୍ଷ ପାଳନ କରାଯାଇଥାଏ।  

ସେହିପରି ଭାରତର ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ବାଂଲାଦେଶ, ମିଆଁମାର ଏବଂ ନେପାଳରେ ନୂଆ ବର୍ଷକୁ ବେଶ ଧୁମଧାମରେ ପାଳନ କରାଯାଇଥାଏ । ଭାରତୀୟ ସମୟ ରାତି ପ୍ରାୟ 9.30 ମିନିଟରେ ଚୀନରେ ପାଳନ କରାଯାଉଥିବା ବେଳେ ମିଆଁମାରରେ ଭାରତୀୟ ସମୟ ଅନୁସାରେ ରାତି ପ୍ରାୟ 11ଟା ସମୟରେ ପାଳନ କରାଯାଇଥାଏ । ସେହିପରି 11.45 ମିନିଟରେ ନେପାଳରେ ନୂଆବର୍ଷ ପାଳନ କରାଯାଉଥିବା ବେଳେ ଭାରତୀୟ ସମୟର ଅଧଘଣ୍ଟା ପରେ ଅର୍ଥାତ ରାତି ପ୍ରାୟ 12.30 ପରେ ପାକିସ୍ତାନରେ ନୂଆବର୍ଷକୁ ପାଳନ କରାଯାଇଥାଏ 

ଏସିଆ ମହାଦେଶର ଇରାନ, ଇରାକ ଏବଂ ତୁର୍କୀରେ ସବୁଠାରୁ ଶେଷରେ ନୂଆବର୍ଷ ପାଳନ କରାଯାଇଥାଏ । ୟୁରୋପରେ ନୂଆବର୍ଷ ପାଳନ କଥା ଯଦି କହିବା, ତେବେ ରୁଷର ରାଜଧାନୀ ମସ୍କୋରେ ସର୍ବପ୍ରଥମେ ନୂଆବର୍ଷ ପାଳନ କରାଯାଇଥାଏ । ଗ୍ରୀସ ସମେତ ମିଶର ଏବଂ ଦକ୍ଷିଣ ଆଫ୍ରିକାରେ ମଧ୍ୟ ନୂଆବର୍ଷର ଶୁଭେଚ୍ଛା ଦିଆଯାଇଥାଏ । ସେହିପରି ଜର୍ମାନୀ, ବେଲଜିୟମ, ଫ୍ରାନ୍ସ ଏବଂ ଇଟାଲିରେ  ଏକ ସମୟରେ ନୂଆବର୍ଷକୁ ପାଳନ କରାଯାଇଥାଏ । ଭାରତୀୟ ସମୟ ପ୍ରାୟ ଭୋର 5.30 ସମୟରେ ଲଣ୍ଡନରେ ନୂଆବର୍ଷକୁ ପାଳନ କରାଯାଇଥାଏ । ବ୍ରାଜିଲ ଓ ଆର୍ଜେଣ୍ଟିନାରେ ନୂଆବର୍ଷ ପାଳନ କରିବା ପରେ ଆମେରିକା ଏବଂ କାନାଡ଼ାରେ ନୂଆବର୍ଷକୁ ବେଶ ଧୁମଧାମର ସହିତ ପାଳନ କରାଯାଇଥାଏ  

ଆମେରିକାର ମାଇନର ଆଉଟଲେୟିଂ ଆଇଲ୍ୟାଣ୍ଡରେ ସବୁଠାରେ ଶେଷରେ ନୂଆବର୍ଷକୁ ସ୍ୱାଗତ କରାଯାଇଥାଏ । ଭାରତୀୟ ସମୟ ଅନୁଯାୟୀ ଜାନୁଆରୀ 1 ତାରିଖ, ସନ୍ଧ୍ୟା ସାଢେ 5ଟା ସମୟରେ ସେଠାରେ ନୂଆବର୍ଷକୁ ପାଳନ କରିଥାନ୍ତି