ମର୍ଣ୍ଣିଂ ଓ୍ୱାକ୍‌ରେ ଯିବା ଵେଳେ ପିଟିଲା ଗାଡ଼ି

 ମୃତକ ହେଲେ ମହିଚଲା ଗାଁର ଚନ୍ଦ୍ର ବେମାଲ ଓ କଳାବତୀ ବେମାଲ ।

ମର୍ଣ୍ଣିଂ ଓ୍ୱାକ୍‌ରେ ଯିବା ଵେଳେ ପିଟିଲା ଗାଡ଼ି

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଘୁଲି ଯୁବା ଛକ ନିକଟରେ ଅଜଣା ଗାଡି ଧକ୍କାରେ ରେ ସ୍ଵାମୀ ସ୍ତ୍ରୀ ଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ମହିଚଲା ଗାଁର ଚନ୍ଦ୍ର ବେମାଲ ଓ କଳାବତୀ ବେମାଲ ।

ସୂଚନା ଅନୁସାରେ, ଉଭୟେ ନିଜ ଗାଁ ରୁ ଜାତୀୟ ରାଜ ପଥ ୨୬ ରେ ମର୍ନିଙ୍ଗ ୱାକରେ ଯାଇଥିବା ବେଳେ ତାଙ୍କୁ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ସ୍ଵାମୀ ସ୍ତ୍ରୀ ଙ୍କର ମୃତ୍ୟୁ ହୋଇଥିଲା । ସେପଟେ କ୍ଷତିପୂରଣ ଦାବିରେ ଗ୍ରାମବାସୀ ଓ ପରିବାର ଲୋକ ଜାତୀୟ ରାଜପଥ ୨୬କୁ ଅବରୋଧ କରିଛନ୍ତି ଫଳରେ ଭବାନୀପାଟଣା-ନବରଙ୍ଗପୁର ଯାତାୟତ ମଧ୍ୟ ଠପ୍ ହୋଇ ପଡ଼ିଛି । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

Tags: