• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • THS
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Other News
  • /ଭାରତକୁ ଅନଫଲୋ କରିଦେଲା ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ

ଭାରତକୁ 'ଅନଫଲୋ' କରିଦେଲା ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ

ପଦରେ ପଡ଼ିଲା ଆମେରିକାର ଅସଲ ଉଦ୍ଦେଶ୍ୟ !

Edited ByZee Odisha Desk
Published: Apr 29, 2020, 12:46 PM IST|Updated: Apr 29, 2020, 12:46 PM IST
joinshare
ଭାରତକୁ 'ଅନଫଲୋ' କରିଦେଲା ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ
Image Credit: ଫାଇଲ ଫଟୋ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Odisha Vigilance: ଭିଜିଲାନ୍ସ ପଞ୍ଝାରେ ଡ୍ରେନେଜ୍‌ ଡିଭିଜନ୍‌ AEE ଅନୁପମା ସାହୁ

    Odisha Vigilance: ଭିଜିଲାନ୍ସ ପଞ୍ଝାରେ ଡ୍ରେନେଜ୍‌ ଡିଭିଜନ୍‌ AEE ଅନୁପମା ସାହୁ

    2

    Top 10 News Today: ୨୧ ଦିନ ପରେ ସ୍ଥଗିତ ରହିଲା ଶିକ୍ଷକ ଆନ୍ଦୋଳନ,ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ

    3

    Odisha Weather: ପାଣିପାଗ ବିଭାଗର ସୂଚନା,୮ରୁ ବଢିବ ବର୍ଷା

    4

    Panchayat Election 2026:'ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ୍ଚାୟତ ନିର୍ବାଚନ'

    5

    Odisha Road Projects: ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା, ଖୁବଶୀଘ୍ର ହେବ ଆଉଟର

    ନୂଆଦିଲ୍ଲୀ: କିଛିଦିନ ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀଙ୍କୁ ନିଜ ଟ୍ୱିଟରରେ ଫଲୋ କରିଥିଲା ହ୍ୱାଇଟ ହାଉସ ।  ଯେତେବେଳେ କୋରୋନା ଭଳି ସଙ୍କଟ ସମୟରେ ଆମେରିକାକୁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଔଷଧ ପଠାଇଥିଲା ଭାରତ , ଠିକ ସେ ସମୟର ଏହା ଘଟଣା ଥିଲା । ବିଶ୍ୱର ଅନ୍ୟ କୌଣସି ଦେଶର ନେତାଙ୍କୁ ଫଲୋ କରିବାରେ ଆମେରିକାର ରାଷ୍ଟ୍ରପତି କାର୍ଯ୍ୟାଳୟ ମୋଦିଙ୍କୁ ବାଛିଥିଲା । କେବଳ ମୋଦି କାହିଁକି, ଭରାତର ସମୁଦାୟ ୬ଟି ଟ୍ୱିଟର ହ୍ୟାଣ୍ଡଲକୁ ଫଲୋ କରିଥିଲା ହ୍ୱାଇଟ ହାଉସ । ସେତେବେଳେ ଏହାକୁ ନେଇ ବେଶ୍ ଚର୍ଚ୍ଚା ମଧ୍ୟ ହୋଇଥିଲା । ଆଉ ଏବେ ଫଲୋ କରିଥିବା ଭାରତର ସବୁ ଟ୍ୱିଟର ହ୍ୟାଣ୍ଡଲକୁ ଅନଫଲୋ କରିଦେଇଛି ହ୍ୱାଇଟ ହାଉସ୍ । 

    ଆମେରିକା ଭାରତର ଯେଉଁ ୬ଟି ଟ୍ୱିଟର ହ୍ୟାଣ୍ଡଲକୁ ଫଲୋ କରିଥିଲା, ଏଥିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ରାଷ୍ଟ୍ରପତି ଭବନ, ଆମେରିକାରେ ଭାରତୀୟ ଦୂତାବାସ ଏବଂ ଭାରତରେ ଆମେରିକାର ଦୂତାବାସ ସାମିଲ ଥିଲା । ଏହାବ୍ୟତୀତ ଆମେରିକାର ଭାରତରେ ଥିବା ରାଷ୍ଟ୍ରଦୂତ କେନ୍ ଜଷ୍ଟରଙ୍କୁ ମଧ୍ୟ ଫଲୋ କରିଥିଲା ହ୍ୱାଇଟ ହାଉସ । ଆଉ ଏସବୁକି ମିଶାଇ ହ୍ୱାଇଟ ହାଉସ୍ ଫଲୋ କରୁଥିବା ଟ୍ୱିଟର ହ୍ୟାଣ୍ଡଲ ୧୯ରେ ପହଞ୍ଚିଥିଲା । ୧୩ ଟି ଆମେରିକା ରାଷ୍ଟ୍ରପତିଙ୍କ ସହ ଜଡ଼ିତ ଟ୍ୱିଟର ହ୍ୟାଣ୍ଡଲ ଥିବା ବେଳେ ଭାରତର ୬ଟି ଥିଲା । ଅର୍ଥାତ ଭାରତ ଓ ଆମେରିକାର ସମ୍ପର୍କକୁ ନେଇ ସମଗ୍ର ବିଶ୍ୱକୁ ଏକ ନୂଆ ସନ୍ଦେଶ ଯାଇଥିଲା । ହେଲେ ଏବେ ଭାରତର ସମସ୍ତ ୬ ଟ୍ୱିଟର ହ୍ୟାଣ୍ଡଲକୁ ଅନଫଲୋ କରିଛି ହ୍ୱାଇଟ ହାଉସ୍ । ପୁଣିଥରେ ହ୍ୱାଇଟ ହାଉସ ଫଲୋ କରୁଥିବା ଟ୍ୱିଟର ହ୍ୟାଣ୍ଡଲ ୧୩ରେ ରହିଛି । 

    232

    ଏହାକୁ ଅନ୍ୟ ଏକ ଦୃଷ୍ଟିଭଙ୍ଗିରେ ମଧ୍ୟ ଦେଖାଯାଇପାରେ । ଗୁରୁତ୍ୱପୂର୍ଣ୍ଣ କଥା ଥିଲା ହ୍ୱାଇଟ ହାଉସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଟ୍ୱିଟର ହ୍ୟାଣ୍ଡଲକୁ ଫଲୋ କରିଥିଲା । ସେମିତିରେ ବି ବହୁ ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ହ୍ୱାଇଟ ହାଉସକୁ ଟ୍ୱିଟରରେ ଫଲୋ କରୁଛି । ତେଣୁ ହ୍ୱାଇଟ ହାଉସ୍ ଭାରତର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଫଲୋ କରିବା ପରେ ଉଭୟ ଭାରତ ଓ ଆମେରିକା ମଧ୍ୟରେ ଟ୍ୱିଟରରେ ଏକ ନିବିଡ଼ ସମ୍ପର୍କ ସ୍ଥାପନ ହୋଇଥିବା କୁହାଯାଉଥିଲା । ପରସ୍ପରକୁ ଟ୍ୱିଟରରେ ଫଲୋ କରିବା ହ୍ୱାଇଟ ହାଉସ ଏବଂ ଭରତର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟରେ ସମ୍ପର୍କର ଏକ ମଜଭୁତ ଉଦାହରଣ ଥିଲା । ମାତ୍ର ଏବେ ହ୍ୱାଇଟ ହାଉସ ଏବେ ଭାରତର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ଅନଫଲୋ କରିବା ପରେ, କେଉଁ ଉଦ୍ଦେଶ୍ୟ ନେଇ ପୂର୍ବରୁ ଫଲୋ କରିଥିଲା ସେନେଇ ନାନା ପ୍ରକାରର ଚର୍ଚ୍ଚା ହେଉଛି । 

    Add Zee News as a Preferred Source
    TAGS:
    White House
    modi
    Twitter