close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଦୀପାବଳୀ ପୂର୍ବରୁ ହ୍ୱାଇଟ୍ ୱାସ୍

ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩-୦ରେ ସିରିଜ୍ ହ୍ୱାଇଟ୍ ୱାସ୍ ସହ ଟିମ୍ ଇଣ୍ଡିଆ ଟୋପିରେ ଲାଗିଛି ଅନେକ ସଫଳତାର ପର । କିିଛି ବ୍ୟକ୍ତିଗତ ମାଇଲଷ୍ଟୋନ୍ ଆଉ କିଛି ଦଳଗତ ମାଇଲଷ୍ଟୋନ୍ ହାସଲ କରିଛି ଟିମ୍ ଇଣ୍ଡିଆ । ଏହା ସହ ଏହି ସିରିଜ୍ ବିଜୟ ସହ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ପଏଣ୍ଟ ଟେବୁଲରେ ମଧ୍ୟ ସବୁଠାରୁ ଉପରେ ରହିଛି ଟିମ୍ ଇଣ୍ଡିଆ ।

ଦୀପାବଳୀ ପୂର୍ବରୁ ହ୍ୱାଇଟ୍ ୱାସ୍

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଶେଷ ହୋଇଛି ଟେଷ୍ଟ ଶୃଙ୍ଖଳା ଓ ଟିମ୍ ଇଣ୍ଡିଆ ସିରିଜକୁ ହ୍ୱାଇଟ୍ ୱାସ୍ କରିନେଇଛି । କୁହାଯାଏ, ଦୀପାବଳୀ ପୂର୍ବରୁ ଘରର ହ୍ୱାଇଟ୍ ୱାସ୍ ଜରୁରୀ, ଠିକ୍ ତାହା ହିଁ କରିଛି କପ୍ତାନ କୋହଲିଙ୍କ ଟିମ୍ । ଏହି ସିରିଜ୍ ଟିମ୍ ଇଣ୍ଡିଆ ଓ କପ୍ତାନ କୋହଲିଙ୍କ ଟୋପିରେ ଅନେକ ସଫଳତା ଓ ବିରଳ ରେକର୍ଡର ପର ଲାଇଛି । ତୃତୀୟ ଟେଷ୍ଟରେ ପ୍ରୋଟିଜଙ୍କୁ ଧୂଳି ଚଟାଇ ଟିମ୍ ଇଣ୍ଡିଆ ଘରୋଇ ମାଟିରେ କୌଣସି ଭ୍ରମଣକାରୀ ଦଳଙ୍କ ବିରୋଧରେ ଏହାର ସବୁଠାରୁ ବଡ଼ ବିଜୟ ହାସଲ କରିଛି ।

ଦକ୍ଷିଣ ଆଫ୍ରିକା ଟିମ୍, ଏହାର ଫାଇଟିଂ ସ୍ପିରିଟ୍, ଶେଷ ପର୍ଯ୍ୟନ୍ତ ହାର୍ ନମାନିବାର ଆଟିଚ୍ୟୁଡ୍ ପାଇଁ ବେଶ୍ ଜଣାଶୁଣା । କିନ୍ତୁ ଏଥରର ଏହି ଭାରତ ଗସ୍ତରେ ଟିମ୍ ଏକଦମ୍ ମାଟି କାମୁଡ଼ି ପଡ଼ିଥିଲା । ସିରିଜରେ କୌଣସି ମୂହୁର୍ତ୍ତରେ ବି ଏମିତି ଲାଗି ନଥିଲା କି ଦକ୍ଷିଣ ଆଫ୍ରିକା ପ୍ରତ୍ୟାବର୍ତ୍ତନ କରିବାକୁ କି ଲଢ଼େଇ କରିବାକୁ ଚେଷ୍ଟା କରୁଛି । ଆଉ ଏକ ଖାସ୍ କଥା ବି ଏହି ସିରିଜରେ ଦେଖିବାକୁ ମିଳିଥିଲା । ଟେଷ୍ଟ ମ୍ୟାଚରେ ନିଜର ବ୍ୟାଟ୍ସମ୍ୟାନ୍ ଓ ସ୍ପିନରଙ୍କ ଦମରେ ମ୍ୟାଚ୍ ଜିତି ଆସୁଥିବା ଭାରତର ଦ୍ରୁତ ବୋଲର୍ ଏଥର କମାଲ୍ କରିଥିଲେ । ଯଶପ୍ରୀତ୍ ବୁମରାଙ୍କ ଅନୁପସ୍ଥିତିରେ ଉମେଶ ଯାଦବ ଓ ମହମ୍ମଦ ସାମିଙ୍କ ଯୋଡ଼ି ବାଉନ୍ସରରେ ୱିକେଟ୍ ହାସଲ କରୁଥିବା ଦେଖିବାକୁ ମିଳିଥିଲା, ଯାହାକୁ ଟିମ୍ ଇଣ୍ଡିଆ ପାଇଁ ଏକ ଖୁସି ଖବର । ଚାଲନ୍ତୁ, ଆପଣଙ୍କୁ ଏହି ସିରିଜର କିଛିରେ ପ୍ରତିଷ୍ଠା କରାଯାଇଥିବା କିଛି ରେକର୍ଡ ବିଷୟରେ କହୁଛୁ ।

ସବୁଠୁ ଅଧିକ ସିରିଜ୍ ହ୍ୱାଇଟ୍ ୱାସ୍ କରିଥିବା ଅଧିନାୟକ କୋହଲି -
ସଦ୍ୟ ସମାପ୍ତ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜକୁ ୩-୦ରେ ଜିତିନେବା ପରେ କପ୍ତାନ ବିରାଟ କୋହଲି ମହମ୍ମଦ ଆଝାରୁଦ୍ଦିନଙ୍କ ରେକର୍ଡକୁ ଭାଙ୍ଗିଛନ୍ତି । ଏହି ହ୍ୱାଇଟ୍ ୱାସ୍ ପରେ କୋହଲି ଏବେ ଟିମ୍ ଇଣ୍ଡିଆ ପାଇଁ ସବୁଠୁ ଅଧିକ ଟେଷ୍ଟ ସିରିଜ୍ ହ୍ୱାଇଟ୍ କରାଇଥିବା ଅଧିନାୟକ ସାଜିଛନ୍ତି । ପୂର୍ବରୁ ୨ଟି ଟେଷ୍ଟ ସିରିଜ୍ ହ୍ୱାଇଟ୍ ୱାସ୍ ସହ ଆଝାରୁଦ୍ଦିନ୍ ସବୁଠୁ ଅଧିକ ହ୍ୱାଇଟ୍ ୱାସ୍ କରାଇଥିବା ଅଧିନାୟକ ଥିଲେ । ଏବେ କୋହଲି ୩ଟି ସିରିଜ୍ ହ୍ୱାଇଟ୍ ୱାସ୍ ସହ ଏହି କ୍ଷେତ୍ରରେ ଗୋଟିଏ ପାଦ ଆଗକୁ ବଢ଼ିଛନ୍ତି । କୋହଲି ୨୦୧୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩-୦ରେ ଏକ ସିରିଜ ହ୍ୱାଇଟ୍ ୱାସ୍ କରିଥିଲେ । ସେହିପରି ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ୩-୦ରେ ଆଉ ଏକ ସିରିଜ୍ ହ୍ୱାଇଟ୍ ୱାସ୍ କରିଥିଲେ । ଆଉ ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହି ସିରିଜରେ ମଧ୍ୟ ଟିମ୍ ହ୍ୱାଇଟ୍ ୱାସ୍ କରିଛି ।

ହିଟ୍ ମ୍ୟାନଙ୍କ ବିରଳ ରେକର୍ଡ -
ଟେଷ୍ଟ ମ୍ୟାଚରେ ଓପନର ଭାବେ ରୋହିତ୍ ଶର୍ମା ଭାରତ ପାଇଁ ଏହି ସିରିଜରେ ସବୁଠାରୁ ବଡ଼ ଆବିଷ୍କାର ଥିଲେ । ରୋହିତ୍ ଶର୍ମା ଏହି ସିରିଜରେ ପ୍ରଥମଥର ପାଇଁ ଟେଷ୍ଟରେ ଓପନର୍ ଭାବେ ପଡ଼ିଆକୁ ଓହ୍ଲାଇଥିଲେ ଆଉ ୪ଟି ଇନିଂସରେ ମୋଟ ୫୨୯ ରନ୍ କରିଥିଲେ । ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ରୋହିତ୍ ହାସଲ କରିଥିଲେ ଟେଷ୍ଟରେ ନିଜର ପ୍ରଥମ ଦ୍ୱିଶତକ । ଆଉ ଏହା ସହ ସେ କ୍ରିକେଟ୍ ଇତିହାସରେ ଉଭୟ ଦିନିକିଆ ଓ ଟେଷ୍ଟରେ ଦ୍ୱିଶତକ ହାସଲ କରିଥିବା ଚତୁର୍ଥ ଖେଳାଳି ସାଜିଥିଲେ । ପୂର୍ବରୁ ସଚିନ୍ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ୱାଗ୍ ଓ କ୍ରିସ୍ ଗେଲ୍ ଉଭୟ ଦିନିକିଆ ଓ ଟେଷ୍ଟରେ ଦ୍ୱିଶତକ ହାସଲ କରି ସାରିଥିଲେ । ରୋହିତ୍ ଦିନିକିଆରେ ଏପର୍ଯ୍ୟନ୍ତ ସବୁଠୁ ଅଧିକ ୩ଟି ଦ୍ୱିଶତକ ହାସଲ କରିଛନ୍ତି । ଯଦିଓ ରାଞ୍ଚି ଟେଷ୍ଟର ଦ୍ୱିଶତକ ରୋହିତଙ୍କ ପାଇଁ ଟେଷ୍ଟରେ ପ୍ରଥମ ଦ୍ୱିଶତକ ଥିଲା ।

ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗିଲେ ରୋହିତ୍ -

ରାଞ୍ଚି ଟେଷ୍ଟର ପ୍ରଥମ ଇନିଂସରେ ଶାନଦାର ଦ୍ୱିଶତକ ହାସଲ ସହ ରୋହିତ୍ ଶର୍ମା, ସାର୍ ଡନ୍ ବ୍ରାଡମ୍ୟାନଙ୍କ ୭୧ ବର୍ଷର ଲମ୍ବା ରେକର୍ଡକୁ ଭାଙ୍ଗିବାକୁ ସକ୍ଷମ ହୋଇଛନ୍ତି । ଟେଷ୍ଟ କ୍ରିକେଟରେ ଘରୋଇ ମାଟିରେ ରୋହିତ ଏବେ ବ୍ରାଡମ୍ୟାନଙ୍କ ଠାରୁ ଅଧିକ ଆଭରେଜରେ ଖେଳୁଥିବା ଖେଳାଳି ସାଜିଛନ୍ତି । ୯୮.୨୨ ଆଭରେଜ୍ ସହ ସାର୍ ଡନ୍ ବ୍ରାଡମ୍ୟାନଙ୍କ ନାଁରେ ପୂର୍ବରୁ ଏହି ରେକର୍ଡ ଥିଲା । କିନ୍ତୁ ରାଞ୍ଚି ଟେଷ୍ଟ ପରେ ରୋହିତ୍ ୯୯. ୮୪ ଆଭରେଜ ସହ ବ୍ରାଡମ୍ୟାନଙ୍କ ଏହି ଲମ୍ବା ଓ ବିରଳ ରେକର୍ଡକୁ ଭାଙ୍ଗିବାକୁ ସକ୍ଷମ ହୋଇଛନ୍ତି । 

ଘରୋଇ ମାଟିରେ ଲଗାତାର ଏକାଦଶ ବିଜୟ -
ରାଞ୍ଚିରେ ବିଜୟର କପୋତ ଉଡ଼ାଇ କପ୍ତାନ କୋହଲିଙ୍କ ଟିମ୍ ଏବେ ଶିଖର ଛୁଉଁଛି । ଏହି ବିଜୟ ସହ ଟିମ୍ ଇଣ୍ଡିଆ ଘରୋଇ ମାଟିରେ ଲଗାତାର ଏକାଦଶ ବିଜୟ ହାସଲ କରିଛି । ତିନିଟିଯାକ ମ୍ୟାଚକୁ ଏକତରଫା ଭାବେ ଜିତି କୋହଲିଙ୍କ ଟିମ୍ ଇଣ୍ଡିଆ ପୂର୍ବରୁ ସବୁ ରେକର୍ଡ ଭାଙ୍ଗି ଏବେ ପଣ୍ଟିଂଙ୍କ ରେକର୍ଡ ଭାଙ୍ଗିବାକୁ ଯାଉଛି ।

ନୋ ଅଲ୍ଆଉଟ୍ ୱାନ୍ସ -

ଚଳିତ ସିରିଜରେ ଟିମ୍ ଇଣ୍ଡିଆ ପାଇଁ ସବୁଠାରୁ ଶାନଦାର୍ ଥିବା ଏହାର ଟପ୍ ଅର୍ଡର୍ ବ୍ୟାଟିଂ ଓ ଦ୍ରୁତ ବୋଲିଂ । ଲକ୍ଷ୍ୟ କରିବାର କଥା ଥିଲା, କି ଟିମ୍ ଇଣ୍ଡିଆ ଏହି ସିରିଜର କୌଣସି ଇନିଂସରେ ଥରେ ହେଲେ ବି ୧୦ ୱିକେଟ୍ ହରାଇ ନାହିଁ । ଯାହାକି କୌଣସି ଟେଷ୍ଟ ସିରିଜ୍ ପାଇଁ ଏକ ବିରଳ ରେକର୍ଡ । କୁହାଯାଏ ଟେଷ୍ଟ ମ୍ୟାଚ୍ କେବଳ ବୋଲରଙ୍କ ଦମରେ ହିଁ ଜିତାଯାଏ । ଏବଂ ଯେପର୍ଯ୍ୟନ୍ତ କୌଣସି ଟିମ୍ ୨୦ ୱିକେଟ୍ ହାସଲ ନକରିଛି ଟେଷ୍ଟ ମ୍ୟାଚ୍ ଜିତିବା କଷ୍ଟକର । ଆଉ ଟିମ୍ ଇଣ୍ଡିଆ କୌଣସି ଗୋଟିଏ ଇନିଂସରେ ବି ୧୦ ୱିକେଟ୍ ନହରାଇବା ଏହା ପ୍ରମାଣ କରୁଛି, କି କାହିଁକି ଏହି ସିରିଜରେ ବିରାଟଙ୍କ ଟିମର ବୋଲବାଲା ବେଶ୍ ଶାନଦାର ରହିଥିଲା ।

ପଞ୍ଚମ ଦିନକୁ ଯାଇଛି ଗୋଟିଏ ଟେଷ୍ଟ -
ହୁଏତ ଏହା ସେତେ ବଡ଼ ରେକର୍ଡ ନୁହେଁ, କିନ୍ତୁ ଆଶ୍ଚର୍ଯ୍ୟ ଚକିତ କଲା ଭଳି ଏକ ଘଟଣା । ଦକ୍ଷିଣ ଆଫ୍ରିକା ଭଳି ଏକ ଶକ୍ତିଶାଳୀ ଦଳ ବିପକ୍ଷରେ ଏହି ସିରିଜରେ ମାତ୍ର ଗୋଟିଏ ଟେଷ୍ଟ ପଞ୍ଚମ ଦିନରେ ପହଞ୍ଚିଥିଲା । ବାକି ଦୁଇଟିଯାକ ମ୍ୟାଚ୍ ଚତୁର୍ଥ କିମ୍ବା ତୃତୀୟ ଦିନରେ ହିଁ ଶେଷ ହୋଇଯାଇଥିଲା । ଯାହାକି ଭାରତ-ଦକ୍ଷିଣ ଆଫ୍ରିକ ସିରିଜରୁ ଅନ୍ତତଃପକ୍ଷେ ଆଶା କରାଯାଉ ନଥିଲା ।

୩ ଭିନ୍ନ ଭିନ୍ନ ଦ୍ୱିଶକତ, ଦ୍ରୁତ ବୋଲରଙ୍କୁ ୨୬ ଓ ସ୍ପିନରଙ୍କୁ ୩୨ ୱିକେଟ୍ -

ଏହି ସିରିଜରେ ଭାରତ ପକ୍ଷରୁ ତିନି ଜଣ ଭିନ୍ନ ଭିନ୍ନ ବ୍ୟାଟ୍ସମ୍ୟାନ୍ ତିନିଟି ଶାନଦାର୍ ଦ୍ୱିଶତକ ହାସଲ କରିଥିଲେ । ଓପନର୍ ମୟଙ୍କ ଅଗ୍ରୱାଲ୍, କପ୍ତାନ ବିରାଟ କୋହଲି ଓ ଶେଷରେ ହିଟ୍ ମ୍ୟାନ୍ ରୋହିତ ଶର୍ମା ତିନିଟି ଜବରଦସ୍ତ ଦ୍ୱିଶତକ ହାସଲ କରିଥିଲେ । ସେପଟେ ଏହି ସିରିଜରେ ଭାରତୀୟ ଦ୍ରୁତ ବୋଲର ସାମି, ଉମେଶ ଯାଦବ ଓ ଈଶାନ୍ତ ଶର୍ମା ଇତ୍ୟାଦି ଚମତ୍କାର ପ୍ରଦର୍ଶନ କରି ମୋଟ ୨୬ଟି ୱିକେଟ୍ ହାସଲ କରିଥିଲେ । ସେହିପରି ରବିଚନ୍ଦ୍ରନ୍ ଅଶ୍ୱିନ୍, ରବିନ୍ଦ୍ର ଜାଡେଜା ଓ ଶେଷ ମ୍ୟାଚରେ ଖେଳୁଥିବା ଶାହବାଜ୍ ନଦିମଙ୍କ ସ୍ପିନିଂ କମ୍ବିନେସନ୍ ମୋଟ ୩୨ଟି ୱିକେଟ୍ ହାସଲ କରିଥିଲେ । ଯାହା ଟିମ୍ ଇଣ୍ଡିଆ ପାଇଁ ବିଜୟର ସବୁଠାରୁ ବଡ଼ ମନ୍ତ୍ର ସାଜିଥିଲା

ପୂର୍ବରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସିରିଜ୍ ଜିତି ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ନିଜର ଖାତା ଖୋଲିଛି ଓ ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ଜିତିବା ପରେ ଟିମ୍ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲରେ ସବୁଠାରୁ ଉପରେ ରହିଛି । ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ୫ଟି ମ୍ୟାଚ୍ ଖେଳିଛି । ଦୁଇଟି ୱେଷ୍ଟଇଣ୍ଡିଜ୍ ସହ ଓ ତିନିଟି ଦକ୍ଷିଣ ଆଫ୍ରିକା ସହ । ଏବଂ ସବୁ ୫ଟି ଯାକ ମ୍ୟାଚରେ ବିଜୟ ସହ ମୋଟ ୨୪୦ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲ୍ ଶୀର୍ଷରେରହିଛି ଟିମ୍ ଇଣ୍ଡିଆ । ଯେବେକି ୨ଟି ମ୍ୟାଚରୁ ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ସହ ନ୍ୟୁଜିଲାଣ୍ଡ ମୋଟ ୬୦ ପଏଣ୍ଟ ହାସଲ କରି କୋହଲିଙ୍କ ଟିମ୍ ଠାରୁ ଯଥେଷ୍ଟ ପଛରେ ରହିଛି । ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟ ପାଞ୍ଚ ପାଞ୍ଚଟି ମ୍ୟାଚ୍ ଖେଳି ସାରିଲେଣି । କିନ୍ତୁ ୫୬ ପଏଣ୍ଟ ଲେଖାଏଁ ହାସଲ କରି ଉଭୟ ଦଳ ଯଥାକ୍ରମେ ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହିଛନ୍ତି ।